ସୀତାରମଣଙ୍କ 'ଆତ୍ମନିର୍ଭର ଭାରତ' ବଜେଟ୍ ଦେଶର 'ଆତ୍ମବଳ' ବଢାଇବ- ମୋଦୀ

Published By : Prameya-News7 Bureau | February 01, 2021 IST

ନୂଆଦିଲ୍ଲୀ,୦୧/୦୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଲୋକସଭାରେ ବଜେଟ୍ ଉପସ୍ଥାପିତ କରିଛନ୍ତି । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଧାରଣ ବଜେଟକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ମୋଦୀ କହିଛନ୍ତି ଯେ, ବଜେଟ୍ ନୂଆ ଭାରତର ଆତ୍ମବିଶ୍ୱାସକୁ ଉଜାଗର କରିବ । ଏହି ସୁନ୍ଦର ବଜେଟ୍ ପାଇଁ ନିର୍ମଳା ସୀତାରମଣ ଓ ତାଙ୍କ ଟିମ୍‌କୁ ଶୁଭେଚ୍ଛା । ଏହା ଦେଶର ଭିତ୍ତିଭୂମିରେ ପରିବର୍ତ୍ତନ ଆଣିବ । 'ଆତ୍ମନିର୍ଭର ଭାରତ' ବଜେଟ୍ ଦେଶର 'ଆତ୍ମବଳ' ବଢାଇବ । ଏହାସହ ଯୁବକଙ୍କୁ ରୋଜଗାର ମିଳିବ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ବଜେଟର ହୃଦୟରେ ଗାଁର କୃଷକ ଅଛନ୍ତି । ଏପରି ବଜେଟ୍ ବହୁତ କମ୍ ଦେଖିବାକୁ ମିଳେ । ଯାହାକୁ ଭଲ ପ୍ରତିକ୍ରିୟା ମିଳିଛି । ବିଭିନ୍ନ ଚ୍ୟାଲେଞ୍ଜ୍ ସତ୍ତ୍ୱେ ସରକାର ବଜେଟରେ ସ୍ୱଚ୍ଛତା ଆଣିବା ଉପରେ ଜୋର୍ ଦେଇଛନ୍ତି । ଭାରତ କରୋନା ସମୟରେ ପ୍ରୋ ଆକ୍ଟିଭ୍ ହୋଇଯାଇଛି । ଏଥିରେ ଜୀବିନ ଓ ଜୀବିକା ଉପରେ ଜୋର୍ ଦିଆଯାଇଛି ।

ମୋଦୀ ଆହୁରି କହିଛନ୍ତି ଯେ, ଚଳିତ ବଜେଟରେ ଦକ୍ଷିଣରୁ ନେଇ ଉତ୍ତର ଓ ପୂର୍ବ ଉପରେ ଫୋକସ୍ କରାଯାଇଛି । ସମୁଦ୍ରରୁ ରାଜ୍ୟକୁ ଆର୍ଥିକ ସ୍ତରରେ ମଜବୁତ କରିବା ପାଇଁ ଜୋର୍ ଦିଆଯାଇଛି । ଅନେକ ନିଷ୍ପତ୍ତି ନିଆଯାଇଛି ଯାହା ରୋଜଗାରର ଅବସର ସୃଷ୍ଟି କରିବ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ବଜେଟକୁ ପ୍ରଶଂସା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.