Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଗସ୍ତି ନୂଆଗାଁ ଓ ଚମାଖଣ୍ଡି ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ
  • ||
  • ରାଜ୍ୟରେ ବୁଧବାର ସୁସ୍ଥହେଲେ ଆଉ ୧୦ହଜାର ୭୮ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୭୩ ଜଣ ଡିସଚାର୍ଜ
  • ||
  • ପାଟ୍ରୋଲିଂ ଗାଡିକୁ ଚକ୍‌ମା ଦେଇ ଖସିଯିବା ବେଳେ ଗୋଡାଇ ଗୋଡାଇ କାବୁ କଲା ପୋଲିସ: ଅଟୋରୁ ବିପୁଳ ଗଞ୍ଜେଇ ଜବତ, ୫ ଗିରଫ
  • ||
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||

ବିଚଳିତ ପାକିସ୍ତାନ,ଡରୁଛନ୍ତି ଇମରାନ୍- ଘାରିଛି ପିଓକେ ଖସିବାର ଭୟ , ମାସେ ଭିତର କାଟି ସାରିଲେଣି ଅନେକ ଥର ଚକ୍କର

12/09/2019 at 6:27 PM

ନୂଆଦିଲ୍ଲୀ/ଶ୍ରୀନଗର୧୨।୦୯- ବର୍ତ୍ତମାନ ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ମନରେ କେବଳ ମାତ୍ର ଦୁଇଟି କଥା ଚାଲିଛି । ଗୋଟେ ହେଉଛି କାଶ୍ମୀର ଆଉ ଅନ୍ୟଟି ପିଓକେ । କାଶ୍ମୀରରୁ ଧାରା ୩୭୦ ହଟି ସାରିଥିବା ବେଳେ ଏବେ ହାତରୁ  ପିଓକେ ଖସିବାର ଭୟ ଘାରୁଛି ଇମ୍ରାନଙ୍କୁ । ଗତ ଏକମାସ ମଧ୍ୟରେ ଅନେକଥର ଇମରାନ୍ ପିଓକେର ଚକ୍କର କାଟିସାରିଲେଣି । ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ପ୍ରଧାନମନ୍ତ୍ରୀ ମୋଦି ପିଓକେ ର ନକ୍ସା ବଦଳାଇବା ପାଇଁ ପଣ କରିସାରିଥିବା ବେଳେ ପିଓକେକୁ ଇମ୍ରାନଙ୍କ ଭାଗମଭାଗ୍ କଣ ପିଓକେକୁ ଅକ୍ତିଆର କରି ରଖିପାରିବ ।

କାହିଁକି  ବାରମ୍ବାର ପିଓକେ ଧାଉଁଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍…. ପିଓକେରେ କଣ ଦେଖିବାକୁ ଯାଉଛନ୍ତି ପାକ୍ ସୁଲତାନ୍…. ବୁଲିବାଲିକି କାହିଁକି ପିଓକେରେ ଅଟକି ଯାଉଛନ୍ତି ଇମରାନ୍

ବିଚଳିତ ହୋଇଛନ୍ତି ପାକିସ୍ତାନ ୱଜିରେ ଆଜମ୍ ଇମରାନ୍ ।  ବାରମ୍ବାର ପିଓକେର ତସବ୍ବୁର କରୁଥିବା ଖାନ୍ ସାହାବ, ପହଞ୍ଚି ଯାଉଛନ୍ତି ପିଓକେରେ । କିଛିଦିନ ପୂର୍ବରୁ ପାକ୍ ଆର୍ମୀ ଚିଫ୍‌ଙ୍କ ସହ ପିଓକେରେ ପରିଦର୍ଶନରେ ଯାଇଥିଲେ ଇମରାନ୍ । ନିଜ ଯବାନଙ୍କୁ ଭେଟିବା ସହ ସେମାନଙ୍କ ମନରେ ଜିହାଦ ବାବଦରେ ନକରାତ୍ମକ ଚିନ୍ତାଧାରା ଭରିଥିଲେ । ଆଉ ଏବେ ପୁଣିଥରେ ଶୁକ୍ରବାର ପିଓକେକୁ ଯିବେ ବୋଲି ବାହାରିଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ଯେ, କାହିଁକ୍ ଇମରାନ୍ ବାରମ୍ବାର ପିଓକେ ଧାଉଁଛନ୍ତି । ପିଓକେରେ ସେନା ସହ ମିଶି କେଉଁ ପ୍ଲାନ୍ ପ୍ରସ୍ତୁତ କରୁଛନ୍ତି ଖାନ୍ ଶାହାବ । ବାରମ୍ବାର ପିଓକେ ଯାଇ ସେଠି କରୁଛନ୍ତି କଣ । କଣ ଇମ୍ରାନଙ୍କ ପିଓକେ ଯିବା ପଛରେ ଜେନେରାଲ ବାଜବାଙ୍କ କିଛି ପ୍ଲାନ୍ ରହିଛି । ତେବେ ପିଓକେରେ ଇମରାନ୍ ଏମିତି କଣ ଅମୂଲ୍ୟ ସମ୍ପତ୍ତି ଲୁଚାଇ ରଖିଛନ୍ତି ଯେ, ଯାହାର ସୁରକ୍ଷା ପାଇଁ ସେ ଏଭଳି ବିଚଳିତ ହୋଇ ଉଠୁଛନ୍ତି । ବାରମ୍ବାର ଇସଲାମାବାଦରୁ ମୁଜାଫରବାଦ କାହିଁକି ଦୌଡୁଛନ୍ତି ।

ଏପଟେ ପ୍ରଧାନମନ୍ତ୍ରୀଙ୍କ ଇସାରା ମଧ୍ୟ ମିଳିସାରିଛି । ଆଗାମୀ ରଣନୀତି ପିଓକେକୁ ନେଇ ପ୍ରସ୍ତୁତ ହୋଇଛି । ଯାହାର ଘୋଷଣା ମଧ୍ୟ କରିସାରିଛି ମୋଦୀଙ୍କ ମନ୍ତ୍ରୀମଣ୍ଡଳ ।

ତେବେ ଧାରା ୩୭୦ ହଟିବା ପରେ କାଶ୍ମୀରକୁ ନେଇ ଇମରାନ୍ ବାଉଳି ହେଉଥିବା ବେଳେ ଏବେ ପୁଣି ଭାରତର ପିଓକେ ନକ୍ସା ବଦଳିବା ସଂପର୍କରେ ଶୁଣିବା ପରେ ବୋଧହୁଏ ନିଜକୁ ଅସହାୟ ମନେ କରୁଛନ୍ତି ଇମରାନ୍ । ସେଥିପାଇଁ କଳେବଳେ କୌଶଳେ ଲାଗି ପଡିପଡିଛନ୍ତି । ଏଇଥିପାଇଁ ହୁଏତ ୫ ଅଗଷ୍ଟ ପରଠୁ ବାରମ୍ବାର ପିଓକେ ଦୌଡୁଛନ୍ତି ଇମରାନ୍ । ବୋଧହୁଏ ଇମରାନ୍‌ ଭରସା କରିପାରୁ ନାହାନ୍ତି ଯେ, ପାକ୍ ସେନା ପିଓକେର ରକ୍ଷା କରିପାରିବେ । ସେଥିପାଇଁ ବାରମ୍ବାର ଚକ୍କର କାଟିବା ସହ ସେନା ସହ ଆଲୋଚନା ବି କରୁଛନ୍ତି । କାଳେ ଭାରତ ଯାହା କହୁଛି ସେଇଆ କରିଦେଖାଇବ ବୋଲି ଡରୁଛନ୍ତି ଇମରାନ୍ ।

ତେବେ କେବଳ ଇମରାନ୍ ନୁହନ୍ତି ପାକ୍ ସେନାର ଜେନେରାଲ ବାଜବା ମଧ୍ୟ ଡରିଲେଣି ଯେ, ପିଓକେ ଧୀରେ ଧୀରେ ସେମାନଙ୍କ ହାତଛଡ଼ା ହେଉଛି । ଏଠାରେ ଚାଲିଥିବା ଟେରର୍ ଫ୍ୟାକ୍ଟ୍ରି ବନ୍ଦ ହୋଇଯିବା ଭୟରେ ଅଛନ୍ତି ଏମାନେ । ମଜାଫରବାଦ୍, କୋଟଲି, ବାଲାକୋଟ୍, ଗଡ଼୍ ହବିବ୍ବୁଲାହ, ଜଙ୍ଗଲ ମଙ୍ଗଲ, ରାୱଲା କୋଟ୍, ସଫୈଦି ଆଦି ବିଭିନ୍ନ ସ୍ଥାନରେ ଆତଙ୍କୀ ଆଡ୍ଡା ଚଳାଇଛି ପାକିସ୍ତାନ । ହେଲେ ପାକ୍ ଅଧୀକୃତ କାଶ୍ମୀରେ ବାରୁଦର ଘର କରିଥିବା ପାକିସ୍ତାନର ସବୁ ଆଶା ଧୀରେ ଧୀରେ ମଉଳିବାରେ ଲାଗିଛି ।ଏଠାରେ ଖୋଲିଥିବା ବାରୁଦର ଫ୍ୟାକ୍ଟ୍ରିରେ ତାଲା ପକାଇଛି ଭାରତ । ସବୁ ବାଟ ବନ୍ଦ କରିଦେଇଛି । ପ୍ରଥମେ କାଶ୍ମୀର ଆଉ ଏବେ ପିଓକେ  । ସେଥିପାଇଁ ସମୟ ଥାଉ ଥାଉ ପିଓକେ କୁ ବଞ୍ଚାଇବା ପାଇଁ ବୁଲି ବୁଲି ପିଓକେର ଚକ୍କର କାଟୁଛନ୍ତି ଇମରାନ୍ । କିନ୍ତୁ ଏବେ ସମୟ ଆସିଯାଇଛି । ଖୁବଶୀଘ୍ର ବଦଳିବ ପିଓକେର ନକ୍ସା ।

   Related Posts