Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ଧୋନୀ କେବେ ନେବେ ଅବସର ? କଣ କହିଲେ ମାହିଙ୍କୁ ଦଳରେ ସୁଯୋଗ ଦେଇଥିବା ବ୍ୟକ୍ତି

11/04/2020 at 10:46 AM

ନୂଆଦିଲ୍ଲୀ, ୧୧|୦୪:  ଦୀର୍ଘଦିନ ଧରି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର  ସିଂ ଧୋନୀ ଅନ୍ତର୍ଜାତୀୟ ମ୍ୟାଚ ଖେଳୁନାହାଁନ୍ତି । ତାଙ୍କ ଅବସରକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ସେ ଆଇପିଏଲ ଖେଳିବେ ବୋଲି ଫ୍ୟାନମାନେ ଆଶା କରୁଥିଲ । ଏହାପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ରାସ୍ତା ସଫା ହୋଇଥାନ୍ତା । କିନ୍ତୁ କରୋନା ଭାଇରସ ପାଇଁ ଆଇପିଏଲ ସ୍ଥଗିତ ରହିଛି । ଏହା ମଧ୍ୟରେ କିରଣ ମୋରେ ଧୋନୀଙ୍କୁ ସେ ଦଳକୁ ଆଣିଥିଲେ ଓ ଏକ ସୁଯୋଗ ଦିଆଯାଉ ବୋଲି କହିଛନ୍ତି ।

କିରଣ ମୋରେ ଆହୁରି କହିଛନ୍ତି ଯେ, ଯେତେବେଳେ ଧୋନୀ ଦଳରେ କ୍ୟାରିଅର ଆରମ୍ଭ କରିଥିଲେ, ସେହି ସମୟରେ ସେ ଭଲଭାବେ କିପିଂ କରିପାରୁ ନଥିଲେ । ଏହାପରେ ଏଥିରେ ସୁଦ୍ଧାର ଆସିଥିଲା । ସେ କ୍ରିକେଟ ଇତିହାସରେ ଜଣେ ଭଲ ଓ୍ୱିକେଟ କିପର୍ । ମାର୍କ ବାଉଚର ଓ କୁମାର ସାଙ୍ଗକରାଙ୍କ ପରେ ଧୋନୀ ୮୨୯ଟି ଶିକାର କରି ତୃତୀୟ ସ୍ଥାନରେ ରହିଛନ୍ତି । ପୂର୍ବରୁ ତାଙ୍କ କିପିଂ ଶୈଳୀକୁ ନେଇ ଅନେକ ପ୍ରଶ୍ନ ଉଠାଉଥିଲେ । ଧୋନୀ ଧିରେଧିରେ ସମସ୍ତଙ୍କୁ ଜବାବ ଦେଇଥିଲେ । ବୋଲର କଣ ଭାବୁଛନ୍ତି ତାହା ଧୋନୀ ବୁଝିପାରୁ ଥିଲେ । ଏପରିକି ବ୍ୟଟସମ୍ୟାନ ମଧ୍ୟ କେଉଁ ଦିଗକୁ ସଟ୍ ମାରିବା ପାଇଁ ଚାହୁଁଛି ଧୋନୀ ଅନୁମାନ ଲଗାଇ ପାରୁଥିଲେ ।

ମୋରେ କହିଛନ୍ତି ଯେ, ଧୋନୀ ସୁଯୋଗ ସୃଷ୍ଟି କରିବାରେ ମାହିର । ଯେତେବେଳେ ମ୍ୟାଚରେ କିଛି ହୁଏ ନାହିଁ ସେ କିପିଂ ଓ ରନଆଉଟର ସୁଯୋଗ ବାହାର କରନ୍ତି । କେବେ ମାହି ଅବସର ନେବେ ସେ କଥା ସେ ଭଲ ଭାବେ ଜାଣନ୍ତି । ସମୟ ଆସିଲେ ସେ ନିଷ୍ପତ୍ତି ନେବେ ।

   Related Posts