Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଏ କ’ଣ ଭିକାରୀ ମୁକ୍ତ ଶ୍ରୀକ୍ଷେତ୍ର ଯୋଜନା ? ଭିକାରୀ ଭାବି ଶ୍ରୀମନ୍ଦିରରୁ ଶିକ୍ଷୟତ୍ରୀଙ୍କୁ ନେଇଗଲେ, ଆଶ୍ରୟସ୍ଥଳରୁ ଛାଡ଼ିବାକୁ ୧୦ ହଜାର ଟଙ୍କା ମାଗି କଲେ ଜୁଲମ୍

10/03/2020 at 4:55 PM

ପୁରୀ ୧୦/୩: ପୁରୀରେ ଏ କି ପ୍ରକାର ବ୍ୟବସ୍ଥା। ଜଣେ ଅବସର ପ୍ରାପ୍ତ ଶିକ୍ଷୟତ୍ରୀଙ୍କୁ ଭିକାରୀ ଭାବି ଉଠାଇ ନେବା କେତେ ଦୂର ଯୁକ୍ତିଯୁକ୍ତ। ଗୁରୁ ସବୁ ସ୍ଥାନରେ ପୂଜ୍ୟ। ହେଲେ ପୁରୀ ପ୍ରଶାସନର ଏ କି ପ୍ରକାର ଶାଳୀନତା। ଉଠାଇ ନେବା ପରେ ଅଧ ରାତିରେ ଆଶ୍ରୟସ୍ଥଳୀରେ ଛାଡ଼ି ଦେଇଗଲେ। ପୁଣି ନୀଳାଦ୍ରିନିଳୟ କେନ୍ଦ୍ରକୁ ପଠାଇ ଦେଲେ। ଏହି ଖବର ପାଇବା ମାତ୍ରେ ବୃଦ୍ଧାଙ୍କ ପୁତୁରା ତାଙ୍କୁ ନେବା ପାଇଁ ନୀଳଦ୍ରିନିଳୟରେ ପହଞ୍ଚିଥିଲେ। ହେଲେ ସେଠାରେ କର୍ମଚାରୀଙ୍କ ଦାଦାଗିରି ଆରମ୍ଭ ହୋଇ ଯାଇଥିଲା। ବୃଦ୍ଧାଙ୍କୁ ନେବା ପାଇଁ ହେଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ ବୋଲି କର୍ମଚାରୀ ମାନେ ଦାବି କରିଥିଲେ। ବୃଦ୍ଧାଙ୍କ ପୁତୁରା ଜଣେ ଓକିଲଙ୍କୁ ନେଇ ଘଟଣାରେ ସ୍ଥଳରେ ପହଞ୍ଚିଥିଲେ। ହେଲେ ନିଳାଦ୍ରିନିଳୟ ଦାୟିତ୍ବଥିବା କର୍ମଚାରୀ ସମାନ ପ୍ରକାର କଥା କହି ଧମକ ମଧ୍ୟ ଦେଇଥିଲେ।

ଯାହାକୁ ନେଇ ରବିବାର ପୁରୀ ସର୍ବୋଦୟନଗରସ୍ଥିତି ରାତ୍ରି ଆଶ୍ରୟସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଦୁର୍ବ୍ୟବହାର ହୋଇଥିବା ଓ ପିଉସୀଙ୍କୁ ମୁଣ୍ଡ ଜାମିନ ରଖିଥିବା ଅଭିଯୋଗ କରି ସମ୍ପୃକ୍ତ ଓକିଲ ଚିନ୍ମୟ ଦାଶ ଓ ପୁତୁରା ଦେବରାଜ ମହାନ୍ତି ଧାରଣାରେ ବସିଥିଲେ । ଖବରପାଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ତ୍ରିନାଥ ପାଢ଼ି, ପ୍ରଫୁଲ୍ଲ ଯୋଜନା ପରାମର୍ଶଦାତା ସିଦ୍ଧାର୍ଥ ରାୟ, ନୀଳାଦ୍ରିନିଳୟ ଯୋଜନାର ପରିଚାଳନା ଅଧିକାରୀ ପ୍ରଶାନ୍ତ ପାତ୍ର ପହଞ୍ଚି ବୁଝାସୁଝା କରିଥିଲେ। ହେଲେ ସମସ୍ତଙ୍କ ଉପସ୍ଥିତିରେ ସମ୍ପୃକ୍ତ କର୍ମଚାରୀମାନେ ମଧ୍ୟ ଧମକଚମକ ଦେଉଥିବା ଦେଖିବାକୁ ମିଳିଥିଲା । ଫଳରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇଥିଲା । ଦୁର୍ବ୍ୟବହାର କରୁଥିବା କର୍ମଚାରୀ ତୁରନ୍ତ ଭୁଲ ମାଗିବା ଓ କ’ଣ ପାଇଁ ୧୦ ହଜାର ଜରିମାନା ମାଗିଲେ ତାହାର କୈଫିୟତ ଦେବାକୁ ଦାବିରେ ସନ୍ଧ୍ୟା ପର୍ଯ୍ୟନ୍ତ ଧାରଣା ଜାରି ରହିଥିଲା ।

ଏ ନେଇ ମାର୍କଣ୍ଡେଶ୍ୱର ସାହିର ଶ୍ରୀ ମହାନ୍ତି କହିଛନ୍ତି, ତାଙ୍କ ପିଉସୀ ଅପା ସବୁବେଳେ ଶ୍ରୀମନ୍ଦିର ଯାଇ ଠାକୁର ଦର୍ଶନ କରିବା ସହ କୋଇଲି ବୈକୁଣ୍ଠରେ ସମୟ ଅତିବାହିତ କରନ୍ତି। ହେଲେ ହଠାତ୍‌ ପ୍ରଶାସନ ଉଠାଇ ଆଣିଥିଲା। ସନ୍ଧ୍ୟା ୮ଟା ସୁଦ୍ଧା ପିଉସୀ ଘରକୁ ନ ଆସିବାରୁ ପରିବାର ଲୋକେ ଖୋଜାଖୋଜି ପରେ ଥାନାକୁ ଅଭିଯୋଗ କରିବାକୁ ଆସିଥିଲେ। ଅନେକ ବୃଦ୍ଧାଙ୍କୁ ଶ୍ରୀମନ୍ଦିରରେ ଭିକ୍ଷା ବୃତ୍ତି କରୁଥିବା ଦେଖି ସ୍ୱେଚ୍ଛାସେବୀ ଦଳ ଉଦ୍ଧାର କରି ନୀଳାଦ୍ରିନୀଳୟ ଆଶ୍ରୟ ସ୍ଥଳକୁ ନେଇଥିବା ସେଠାରୁ ପୁଲିସ କହିଥିଲେ। ରାତିରେ ଠିକ୍‌ ସୂଚନା ନ ପାଇବା ପରେ ସକାଳୁ ରାତି ଆଶ୍ରୟସ୍ଥଳକୁ ଆସି ତାଙ୍କ ପିଉସୀଙ୍କୁ ଦେଖା କରିବାକୁ ଓ ଛାଡିବାକୁ ସେ ନିବେଦନ କରିଥିଲେ। ହେଲେ କେହି ଗେଟ୍‌ ଖୋଲି ନଥିଲେ ।

ତେଣେ ଡ୍ୟୁଟିରେ ମୁତୟନ ଜଣେ ମହିଳା ଓ ଜଣେ ପୁରୁଷ କର୍ମଚାରୀ ତାଙ୍କୁ ଦୁର୍ବ୍ୟବହାର କରିବା ସହ ୧୦ ହଜାର ଟଙ୍କା ଜରିମାନା ଦେଲେ ପିଉସୀଙ୍କୁ ଛଡା ଯିବ ବୋଲି କହିଥିଲେ। ଫଳରେ ସେ ନିରାଶ ହୋଇ ଓକିଲଙ୍କ ସହାୟତା ନେଇଥିଲେ। ସମ୍ପୃକ୍ତ ଓକିଲ ମଧ୍ୟ ଦୁର୍ବ୍ୟବହାର ଶିକାର ହେବାରୁ ଆଶ୍ରୟସ୍ଥଳ ଆଗରେ ଧାରଣା ବସିଥିଲେ। ଖବର ପାଇବା ପରେ ପ୍ରଶାସନିକ ଅଧିକାରୀ ପହଞ୍ଚି ବୁଝାସୁଝା କରିବା ପରେ ପିଉସୀଙ୍କୁ ନୀଳାଦ୍ରିନିଳୟ କେନ୍ଦ୍ରରୁ ଅଣାଯାଇ ତାଙ୍କୁ ଦିଆଯାଇଥିଲା । ପିଉସୀ ଜଣେ ପ୍ରାଥମିକ ଶିକ୍ଷୟିତ୍ରୀ ଭାବେ ଅବସର ଗ୍ରହଣ କରିଛନ୍ତି । ୧୩ ହଜାର ଟଙ୍କାରୁ ଅଧିକ ପେନ୍‌ସନ ପାଉଛନ୍ତି। ଆଶ୍ରୟସ୍ଥଳରେ ଉଦ୍ଧାର ଅନେକ ମହିଳାପୁରୁଷଙ୍କ ସହ ରୁକ୍ଷ ବ୍ୟବହାର ହେଉଥିବା ସେ ଦେଖି ମନ କଷ୍ଟ ହୋଇଥିବା କହିଥିଲେ।

ଉଦ୍ଧାର ମହିଳା ଦୀନମଣି କହିଛନ୍ତି, ସେ ଦେଉଳରେ ୫ ଜଣଙ୍କ ସହ ଅବଢ଼ା ଖାଉଥିବା ବେଳେ ପତର ଉପରୁ ଉଠାଇ ନେଇଥିଲେ କିଛି ଲୋକ । ସେ ମନା କରିଥିଲେ, ହେଲେ ତାଙ୍କୁ ଧରିଆଣି ଗାଡିରେ ବସାଇ ଆଶ୍ରୟସ୍ଥଳକୁ ନେଇ ଆସିଲେ । ସେ ତୁଳସୀଚଉରା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରି ୧୯୯୯ ମସିହାରେ ଅବସର ନେଇଥିଲେ ।

   Related Posts