ସେନାବାହିନୀରେ ସ୍ୱାମୀ ଥିଲେ କେମିତି କଟେ ସ୍ତ୍ରୀଙ୍କ ଜୀବନ…ପଢନ୍ତୁ ନେହା କଶ୍ୟପଙ୍କ ଡାଇରୀ

Published By : Prameya-News7 Bureau | April 23, 2019 IST

wp:heading {"level":5}
“ହ୍ୟୁମେନ୍ସ ଅଫ୍‌ ବମ୍ୱେ” ନାମକ ଫେସବୁକ୍‌ ପେଜର ଏକ ପୋଷ୍ଟ କିଛି ଦିନ ହେଲା ଭାଇରାଲ ହେବାକୁ ଲାଗିଛି। ତେବେ ଏହି ପୋଷ୍ଟକୁ ସେୟାର କରିଛନ୍ତି ନେହା କଶ୍ୟପ। ନେହା ଜଣେ ସାଧାରଣ ମହିଳା। ତାଙ୍କ ସ୍ୱାମୀ ଭାରତୀୟ ସେନା ବାହିନୀରେ ଅଛନ୍ତି। ଏହି ପୋଷ୍ଟର ୧୦ ହଜାର ସେୟାର ହୋଇଛି। ନେହା ଏହି ପୋଷ୍ଟରେ ତାଙ୍କ ସ୍ୱାମୀଙ୍କୁ ପ୍ରଥମ ଥର ଭେଟିବାଠୁ ଆଜିଯାଏଁ ତାଙ୍କର ପ୍ରତ୍ୟେକ ଭାବନାକୁ ପ୍ରକାଶ କରିଛନ୍ତି।   
/wp:heading {"id":106341}
wp:heading {"level":5}
ପ୍ରଥମ ଥର ସେ ତାଙ୍କ ସ୍ୱାମୀଙ୍କୁ ସିମ୍ୱାୟୋସିଶରେ ପଢିବା ସମୟରେ ଭେଟିଥିଲେ। ପଢିବା ସମୟରେ ନେହା ତାଙ୍କ ସାଙ୍ଗ ସହ ପ୍ରତି ସପ୍ତାହ ଏନଏଡିଏ ଆକାଡେମି ଯାଆନ୍ତି। କାରଣ ସେଠାର କ୍ୟାଣ୍ଟିନ୍‌ରେ ଭଲ ଓ ସସ୍ତା ଖାଇବା ମିଳେ। ୧୧ ଟଙ୍କା ଭଡା ଦେଇ ବସ୍‌ରେ ଯିବା ଆସିବା କରୁଥିଲେ ନେହା ଓ ତାଙ୍କ ସାଙ୍ଗ। ସେଠାରେ ସେ ତାଙ୍କୁ ପ୍ରଥମ ଥର ଭେଟିଥିଲେ। ପ୍ରତ୍ୟେକ ଦିନ ଦେଖା ହେଉଥିବାରୁ ସେମାନେ ଭଲ ସାଙ୍ଗ ହୋଇଥିଲେ। କିନ୍ତୁ କିଛି ଦିନ ପରେ ସେ ଡେହରାଡୁନର ଆଇଏମଏ ଚାଲିଯାଇଥିଲେ। ଅଫିସର ଥିବାରୁ ତାଙ୍କର ପୂରା ଭାରତରେ ଟ୍ରାନ୍ସଫର ହେଉଥିଲା।  ସେହି ସମୟରେ ଉଭୟ କେବଳ ଚିଠି ଦ୍ବାରା ପରସ୍ପରଙ୍କୁ ସଂପର୍କ କରିପାରୁଥିଲେ।
/wp:heading {"id":106342}
wp:heading {"level":5}
୨୦୦୨ ମସିହାରେ ଫୋନର ଅଧିକ ବ୍ୟବହାର କରାଯାଉନଥିଲା। ଏହି ଚିଠି ଦ୍ବାରା ହିଁ ନେହା ସେହି ବ୍ୟକ୍ତିଙ୍କ ସମ୍ପର୍କରେ ସବୁକିଛି ଜାଣି ପାରିଥିଲେ। ୬ ବର୍ଷ ପରେ ଦିନେ ନେହାଙ୍କୁ ସେ ଏସଏମଏସ କରିଥିଲେ ଯେ, ନେହାଙ୍କ ପାଇଁ ତାଙ୍କ ମନରେ ଅନ୍ୟ କିଛି ଭାବନା ସୃଷ୍ଟି ହୋଇଛି ଓ ନେହାଙ୍କ ସହ ସେ ସାରା ଜୀବନ କାଟିବାକୁ ଚାହାନ୍ତି।
/wp:heading {"id":106343}
wp:heading {"level":5}
ଅତି ସାଧାରଣ ଭାବେ କରାଯାଇଥିବା ଏହି ପ୍ରପୋଜାଲକୁ ନେହା ଗ୍ରହଣ କରିଥିଲେ। ଉଭୟଙ୍କ ବିବାହ ହେଲା ପରେ ନେହା ତାଙ୍କ ସ୍ବାମୀଙ୍କ ସହ ଭଟିଣ୍ଡା ଯାଇଥିଲେ। ନେହା ଘରୁ ତାଙ୍କ ଅଫିସ କାମ କରନ୍ତି। ପ୍ରତି ୨ ବର୍ଷ ମଧ୍ୟରେ ତାଙ୍କୁ ଗୋଟେ ରାଜ୍ୟରୁ ଆଉ ଏକ ରାଜ୍ୟକୁ ଯିବାକୁ ପଡୁଥିଲା । ସ୍ବାମୀଙ୍କ ପୋଷ୍ଟିଙ୍ଗ ଅନୁସାରେ ସେ ସବୁ ଜାଗା ତାଙ୍କ ସହ ଯାଇପାରୁନଥିଲେ କାରଣ ନେହା ଜଣେ ଓକିଲ ଥିଲେ। ତେଣୁ ଦୁହେଁ ଏକ ନିଷ୍ପତ୍ତି ନେଇଥିଲେ। ନେହା ତାଙ୍କ କ୍ୟାରିଅରରେ ଆଗକୁ ବଢିବା ପାଇଁ ମୁମ୍ୱାଇ ଯିବେ ଓ ତାଙ୍କ ସ୍ବାମୀ ତାଙ୍କ ପୋଷ୍ଟିଙ୍ଗ ଅନୁସାରେ ନିଜ କାମ କରିବେ। ଏହା ଉଭୟଙ୍କ ପାଇଁ କଷ୍ଟକର ଥିଲା। କାରଣ ବିବାହ ବନ୍ଧନରେ ବାନ୍ଧି ହେଲା ପରେ ସେମାନେ ପରସ୍ପରଙ୍କ ସହ ରହିବାକୁ ଚାହୁଁଥିଲେ।
/wp:heading {"id":106344}
wp:heading {"level":5}
ଗୋଟେ ସମୟ ଆସିଲା ଯେବେ ତାଙ୍କ ଲମ୍ୱା ଚିଠି ଲମ୍ୱା ୱାଟସ୍‌ଅପ ଚ୍ୟାଟରେ ବଦଳିଗଲା। ଉଭୟଙ୍କର ଏବେ ୩ ବର୍ଷର ଛୋଟ ଝିଅଟିଏ ଅଛି। ଏବେ ତାଙ୍କ ସ୍ବାମୀ ଭାରତୀୟ ବାୟୁସେନାରେ ଅଛନ୍ତି। ଅନେକ ଦିନ ଏମିତି ଥାଏ ଯେବେ ନେହା ତାଙ୍କ ସ୍ୱାମୀଙ୍କୁ ଫେରିଆସିବା ପାଇଁ କୁହନ୍ତି । ତେବେ ତାଙ୍କ ଛୋଟ ଝିଅ ତାଙ୍କୁ ଧର୍ଯ୍ୟ ଧରି ଅପେକ୍ଷା କରିବା ପାଇଁ ସାହାସ ଦେଇଥାଏ। ନେହାଙ୍କ ସ୍ୱାମୀ ଦୂରରେ ଥିଲେ ମଧ୍ୟ ତାଙ୍କ ଝିଅ ସହ ଫୋନରେ କଥା ହୁଅନ୍ତି । ଦେଶର କୌଣସି ଯବାନ ଶହୀଦ ହେଲା ପରେ ତାଙ୍କ ପାଇଁ ଅନେକ ପ୍ରାର୍ଥନା କରାଯାଏ କିନ୍ତୁ ପ୍ରକୃତରେ ଦେଶର ପ୍ରତ୍ୟେକ ଯବାନଙ୍କ ଖୁସି ପାଇଁ ପ୍ରତିଦିନ ପ୍ରାର୍ଥନା କରିବା ଉଚିତ୍‌।
/wp:heading {"id":106346}
wp:heading {"level":5}
ତାଙ୍କ ସ୍ୱାମୀ ତାଙ୍କର ଅନେକ ଯବାନ ସାଥିଙ୍କୁ ପ୍ରତିପକ୍ଷର ଆକ୍ରମଣରେ ହରାଇଛନ୍ତି। ଏମିତି ଅନେକ ଦିନ ଥାଏ ଯେଉଁଦିନ ଉଭୟ କଥାବାର୍ତ୍ତା କରିପାରନ୍ତି ନାହିଁ। ଅନେକ ଅନେକ ଦିନ କଥା ହୋଇନଥିବାବେଳେ ହଠାତ୍‌ ଫୋନ ଆସେ। ଫୋନ୍‌ରେ କିଏ ଥିବ ତାହା ମଧ୍ୟ ପ୍ରତ୍ୟେକ ଯବାନଙ୍କ ସ୍ତ୍ରୀ ଭାବନ୍ତି। ନେହା ଲେଖିଥିଲେ ଯେ, ପରିବାରକୁ ହରାଇବାର ଆଶଂକା ଭିତରେ ଥାଇ ମଧ୍ୟ ତାଙ୍କ ସ୍ୱାମୀ ପ୍ରତ୍ୟେକ ସକାଳ ଖୁସୀରେ ଆରମ୍ଭ କରିବା ସହ ଦେଶର ସେବା କରିବା ବିଷୟରେ ଭାବନ୍ତି ଓ କାମ କରନ୍ତି।  ନେହା ତାଙ୍କ ଫୋଷ୍ଟରେ ଆହୁରି ଅନେକ କଥା ଲେଖିଛନ୍ତି ନିଜ ମାନସିକ ସ୍ଥିତି ସମ୍ପର୍କରେ ।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.