ଭୁବନେଶ୍ୱର, ୦୬ ।୧୦: ଆପଣ କେତେ ବର୍ଷ ବଞ୍ଚିବେ? ମନେ ମନେ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଥାଏ। ଥାଣ୍ଡା କାଶ ଜ୍ୱର ହେଲେ କି ରାସ୍ତାରେ ଭିଡ଼ ଭିତରେ ଯିବା ବେଳେ ଟ୍ରେନରେ କିମ୍ବା ଫ୍ଲାଇଟରେ ଯାତ୍ରା କଲା ବେଳେ ଜନ୍ମମୃତ୍ୟୁର କଥା ସମସ୍ତଙ୍କ ମନରେ ଆସିଥାଏ । କିନ୍ତୁ ଏକ ଗବେଷଣାରୁ ଆସିଥିବା ତଥ୍ୟରୁ ଜଣାଯାଇଛି, ମଣିଷର ଜନ୍ମ ସ୍ଥାନ ଓ ଲିଙ୍ଗ ସହିତ ଯୋଡ଼ି ହୋଇଛି ତାର ଆୟୁଷ।
wp:preformattedଆପଣଙ୍କ ଜନ୍ମ କେଉଁଠି? ଗାଁରେ ନା ସହରରେ ? ଆପଣ ମହିଳା ନା ପୁରୁଷ? ଏହି ଆଧାରରେ ଜାଣି ପାରିବେ ଆପଣଙ୍କ ଜୀବନ କେତେ ଲମ୍ବା ହେବ । ଯଦି ଆପଣ ଛତିଶଗଡର କୌଣସି ଗାଁରେ ଜନ୍ମ ହୋଇଥିବେ ଏବଂ ଆପଣ ପୁରୁଷ ହୋଇଥିବେ ତେବେ ଆପଣଙ୍କ ଆୟୁ ୬୩ ବର୍ଷ ପାଖାପାଖି ହୋଇପାରେ। ଯଦି ଆପଣ ହିମାଚଳ ପ୍ରଦେଶରେ ଜନ୍ମ ହୋଇଥିବା ଏବଂ ମହିଳା ହୋଇଥିବେ ତେବେ ଆପଣ ୮୧ ବର୍ଷ ଯାଏଁ ବଞ୍ଚି ପାରନ୍ତି । ୧୮ ବର୍ଷର ତାରତମ୍ୟ । ତାହା ପୁଣି ଜନ୍ମ ସ୍ଥାନ ଏବଂ ଲିଙ୍ଗ ଉପରେ ନିର୍ଭର କରୁଛି । ସେନସସ୍ ଆଣ୍ଡ ରେଜିଷ୍ଟ୍ରାର ଜେନରାଲ ଅଫିସ ଏହି ସାମ୍ପୁଲ ରେଜିଷ୍ଟେ୍ରସନ ସିଷ୍ଟମ ବା ଏସ୍ଆରଏସ୍ ଲାଇଫ୍ ଟେବୁଲ୍ ଜାରି କରିଛି । ରିପୋର୍ଟ ଅନୁଯାୟୀ ୧୯୭୦-୭୫ରେ ଭାରତୀୟଙ୍କ ଆୟୁ ଥିଲା ୪୯.୭ ବର୍ଷ । ୨୦୧୪-୧୮ରେ ଏହା ବୃଦ୍ଧି ପାଇ ପହଞ୍ଚିଥିଲା ୬୯.୪ ବର୍ଷରେ । ରିପୋର୍ଟ ଅନୁଯାୟୀ ୧୯୭୦ ରୁ ୯୦ ମଧ୍ୟରେ ଭାରତୀୟଙ୍କ ଆୟୁଷର ବାର୍ଷିକ ବୃଦ୍ଧି ୨ ରୁ ୩ ବର୍ଷ ରହିଥିଲା । କିନ୍ତୁ ଗତ ଦଶନ୍ଧିରେ ହାରାହାରି ବୟସ ୦.୪ ବର୍ଷ ବୃଦ୍ଧି ହୋଇଛି । ଗାଁ ଆଉ ସହରୀ ଜୀବନ ମଧ୍ୟରେ ଆୟୁଷର ତାରତମ୍ୟ ତେର ଅଧିକ ରହିଆସିଛି । ୧୯୭୦ ରୁ ୭୫ ମଧ୍ୟରେ ଗାଁରେ ଜଣେ ବ୍ୟକ୍ତିଙ୍କ ଆୟୁ ୪୮ ବର୍ଷ ଥିବା ବେଳେ ସହରରେ ଏହା ଥିଲା ୫୮.୯ ବର୍ଷ । କ୍ରମାଗତ ଭାବେ ପାର୍ଥକ୍ୟ ରହି ଆସିଛି । ୨୦୧୪ରୁ ୧୮ ମଧ୍ୟରେ ଗାଁର ଜଣେ ବ୍ୟକ୍ତିଙ୍କ ଆୟୁ ୬୮ ବର୍ଷ ଥିବା ବେଳେ ସହରରେ ଏହା ୭୨.୬ ବର୍ଷ । ଅର୍ଥାତ୍ ଜଣେ ଯଦି ସହରରେ ଜନ୍ମ ହୋଇଥାନ୍ତି ତେବେ ତାଙ୍କ ବୟସ ସୀମା ଗାଁରେ ରହୁଥିବା ବ୍ୟକ୍ତିଙ୍କ ବୟସମୀମା ଠାରୁ ସାଢେ ୪ ବର୍ଷ ଅଧିକ ହୋଇଥାଏ ।/wp:preformatted
କେଉଁ ରାଜ୍ୟରେ ଆୟୁ ସମୀ କେତେ ?
ଛତିଶଗଡ, ଆସାମ ଏବଂ ଉତ୍ତର ପ୍ରଦେଶରେ ଆୟୁ ୭୦ ବର୍ଷରୁ କମ୍ । ନଜର ପାକାନ୍ତୁ ଆମ ରାଜ୍ୟ ଓଡ଼ିଶା ଉପରେ । ଏଠି ପୁରୁଷଙ୍କ ଆୟୁ ୬୮ ବର୍ଷ ଏବଂ ମହିଳାଙ୍କର ୭୦.୮ ବର୍ଷ । ଆର୍ଥାତ୍ ଆମ ରାଜ୍ୟରେ ପୁରୁଷଙ୍କ ଅପେକ୍ଷା ମହିଳା ଦୀର୍ଘଜୀବୀ ।
{"id":339748,"sizeSlug":"large"} wp:preformattedକେରଳ ଏବଂ ଉତ୍ତରପ୍ରଦେଶ ବ୍ୟତୀତ ଅନ୍ୟ ରାଜ୍ୟରେ ସହରୀ ମହିଳାଙ୍କ ଆୟୁଷ ସର୍ବାଧିକ । ଏହି ରାଜ୍ୟଗୁଡିକରେ ଗ୍ରାମାଞ୍ଚଳର ମହିଳାଙ୍କ ବୟସ ସହରୀ ମହିଳାଙ୍କ ତୁଳନାରେ ଲମ୍ବା ଅଟେ । ସମ୍ଭାବ୍ୟ ବୟସ ଦୃଷ୍ଟିରୁ ଜାମ୍ମୁ କାଶ୍ମୀରେ ଆୟୁ ସବୁଠୁ ଅଧିକ ୮୬.୨ ବର୍ଷ । ଏହା ପଛକୁ ରହିଛି ପଞ୍ଜାବ ୮୫.୪ ଏବଂ ହିମାଚଳ ପ୍ରଦେଶ ୮୫.୨ ।/wp:preformatted wp:preformatted
ହିମାଚଳରେ ସହରାଞ୍ଚଳ ମହିଳାମାନଙ୍କର ହାରାହାରି ଆୟୁ ୮୦.୬ ବର୍ଷ ହୋଇଥିବାବେଳେ ଗ୍ରାମାଞ୍ଚଳରେ ପୁରୁଷଙ୍କ ଆୟୁ ୬୯.୨ । ରିପୋର୍ଟ ଅନୁଯାୟୀ ଭାରତରେ ପୁରୁଷ ହାରାହାରି ଆୟୁ ୬୮.୨ ଏବଂ ମହିଳାଙ୍କ ହାରାହାରି ଆୟୁ ୭୦.୭ ବର୍ଷ । ବିହାର ଏବଂ ଝାଡଖଣ୍ଡରେ କିନ୍ତୁ ଏହା ବିପରୀତ । କେବଳ ଭାରତ ନୁହେଁ, ସାରା ବିଶ୍ବରେ ମହିଳାଙ୍କ ହାରାହାରି ବୟସ ସୀମା ବୃଦ୍ଧି ପାଇଛି ।/wp:preformatted