ମୃତ୍ୟର ନାଁ ଏନସେଫାଲାଇଟିସ୍ ସିଣ୍ଡ୍ରୋମ ଜ୍ବର : ଲିଚୁରେ କଣ ଅଛି? ଯାହା ନେଲାଣି ୧୦୦ ଶିଶୁଙ୍କ ଜୀବନ

Published By : Prameya-News7 Bureau | June 17, 2019 IST

ଭୁବନେଶ୍ବର୧୭|୬; ମୃତ୍ୟର ନାଁ ଏନସେଫାଲାଇଟିସ୍ ସିଣ୍ଡ୍ରୋମ ଜ୍ବର । ଧିରେ ଧିରେ ମାରାତ୍ମକ ରୂପ ନେଲାଣି ବିହାର ମୁଜାଫରପୁରରେ । କୌଣସି ପରିସ୍ଥିତିରେ ନିୟନ୍ତ୍ରଣ ହୋଇ ପାରୁ ନାହିଁ ।

{"id":124154}

ବିହାରର ମୁଜାଫରପୁରରେ ଏନସେଫାଲାଇଟିସ୍ ଜ୍ବର ମାରାତ୍ମକ ରୂପ ନେଲାଣି । ତେବେ ଏହି ଜ୍ବର ବ୍ୟାପିବାର କଣ କାରଣ ରହିଛି ?  କାହିଁକି ଏହା ଉପରେ ନିୟନ୍ତ୍ରଣ ହୋଇ ପାରୁ ନାହିଁ ? ଅନ୍ୟପଟେ ଲିଚୁ ଖାଇବ ଯୋଗୁଁ ଏନସେଫାଲାଇଟିସ୍ ଜ୍ବର ବ୍ୟାପୁଛି ବୋଲି ବର୍ତମାନ ସମୟରେ ଦେଶବ୍ୟାପି ଚର୍ଚା ହେଉଛି । ବିଶେଷଜ୍ଞମାନେ ମଧ୍ୟ କେତେକାଂଶରେ ଏହାକୁ ସ୍ବୀକାର କରିଛନ୍ତି । କାହିଁକି ନା ୨୦୧୪ ମୁଜାଫରପୁରରେ ଏନସେଫାଲାଇଟିସ୍ ଜ୍ବର ବ୍ୟାପିଥିଲା ।

{"id":124156}

ସେହିସମୟରେ ମଧ୍ୟ ଶିଶୁଙ୍କ ମୃତ୍ୟ ହୋଇଥିଲା । ଅମେରିକାନ ସେଣ୍ଟର ଫର ଡିଜିଜ କୋଣ୍ଟ୍ରଲ ଓ ନ୍ୟାସନାଲ ଡିଜିଜ କୋଣ୍ଟ୍ରଲ ଅଫ ଇଣ୍ଡିଆର ବିଶେଷଜ୍ଞ ଦଳ ସେହି ସମୟରେ ରକ୍ତ ନମୁନା ସଂଗ୍ରହ କରି ଲିଚୁ ଏନସେଫାଲାଇଟିସ୍ ଜ୍ବର କାରଣ ବୋଲି ରିପୋର୍ଟ ଦେଇଥିଲା । ଏହି ଅଧାରରେ ଚଳିତ ଥର ମଧ୍ୟ ଏନସେଫାଲାଇଟିସ୍ ଜ୍ବର ବ୍ୟାପିବାର କାରଣ ଲିଚୁ ହୋଇଥାଇ ପାରେ ବୋଲି ବିଶେଷଜ୍ଞ କହିଛନ୍ତି ।

{"id":124159}

ଅପରପକ୍ଷରେ ଏନସେଫାଲାଇଟିସ୍ ଜ୍ବର ସାଧାରଣତଃ ୧୫ ବର୍ଷ କମ ବୟସର ପିଲାଙ୍କୁ  ହୋଇଥାଏ ।  ତେବେ ଛୋଟ ପିଲାଙ୍କ କ୍ଷେତ୍ରରେ ବେଶି ଏନସେଫାଲାଇଟିସ୍ ଜ୍ବର ସମ୍ଭାବନା ଅଧିକ । ଲିଚୁରେ ସାଧାରଣତଃ ପ୍ରଥମରୁ ଦୁଇଟି କେମିକାଲ ଟକସିନ ରହିଛି । ଯଥା ହାଇପୋଗ୍ଲାସିନ – ଏ  ତାସହ ମେଥିସିଲ ସାଇକୋ ପ୍ରପାଇଲ ଗ୍ଲାଇସିନ ।

{"id":124161}

ଏହି ଦୁଇଟି ଟକସିନ ଏନସେଫାଲାଇଟିସ୍ ଜ୍ବରର କାରଣ ହୋଇଥାଇ ପାରେ ବୋଲି ବିଶେଷଜ୍ଞଙ୍କ ମତ ଦେଇଛନ୍ତି ।  ଲିଚୁ ଖାଲିପେଟରେ ଖାଇଲେ ଏହା ବ୍ଲଡ ସୁଗାର କମିଯିବାର ଆଶଙ୍କା ରହିଛି, ଯାହାକି ଶିଶୁଙ୍କ ରୋଗ ପ୍ରତିରୋଧକ ଶକ୍ତି କମାଇଦିଏ। ଏବଂ ଶିଶୁଟିଏ ଶୀଘ୍ର ରୋଗରେ ପଡ଼ିବା ଆଶଙ୍କା ବଢ଼ିଯାଏ।

{"id":124162}

ବର୍ତ୍ତମାନ ସମୟରେ ରକ୍ତ ନମୁନା ସଂଗ୍ରହ କରାଯାଇ ଏହା ଉପରେ ପରୀକ୍ଷା ପରେ ହିଁ ଜଣାପଡିବ ଏନସେଫାଲାଇଟିସ୍ ଜ୍ବର ବ୍ୟାପିବାର ପ୍ରକୃତ କାରଣ କଣ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.