Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଚଢାଉବେଳେ ମିଳିଛି ଆପତ୍ତି ଜନକ ସାମଗ୍ରୀ କିନ୍ତୁ ମିଳିନି ଧଳାଜହର : ଜେଲ୍ ଭିତରେ ଧଳାଜହର ଭିଡିଓ କ’ଣ ଚପି ଯିବ ?

7/06/2020 at 6:28 PM

ଭୁବନେଶ୍ୱର ୦୭/୦୬ : ଖୋର୍ଦ୍ଧା  ସବ୍ ଜେଲରେ ବ୍ୟାପକ ବ୍ରାଉନ୍ ସୁଗାର ଓ ନିଶା କାରବାର ନେଇ ତନାଘନା ଜୋରଦାର । ନ୍ୟୁଜ୍‌ 7  ଘଟଣାର ପର୍ଦ୍ଦା ଫାସ କରିବା ପରେ ପ୍ରଶାସନ ତତ୍ପର ହୋଇଛି ସତ କିନ୍ତୁ କିଛି ଠୋସ ପ୍ରମାଣ ପାଇନି । ଗତସନ୍ଧ୍ୟାରେ ଜେଲ ଭିତରେ ଜିଲ୍ଲା ପ୍ରଶାସନ ଓ ପୋଲିସର ମିଳିତ ଚଢାଉ ବେଳେ ଚଢାଉ ଟିମ୍ ହାତରେ କେବଳ କିଛି  ଗୁଟଖା, ଖଇନି, ସିଗାରେଟ୍, ବିଡି, ଦିଆସିଲି ଭଳି ଆପତ୍ତି ଜନକ ସାମଗ୍ରୀ ପାଇଛି  । କିନ୍ତୁ ଧଳାଜହର ସଂପର୍କରେ କିଛି ବି ସୂରାଗ ପାଇନି ଚଢାଉ ଟିମ୍‌ ।  ଏହାସହ ମୋବାଇଲ୍ ଚାର୍ଜର୍ ମିଳିଥିବା ବେଳେ ମୋବାଇଲ ମିଳିନି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି । …….

ଜେଲ ଭିତରେ ଧରପଗଡ଼। ସବୁ ମିଳିଲା କିନ୍ତୁ ମିଳିଲାନି ଧଳା ଜହର ।  ଗତକାଲି ଜେଲ୍‌ ଭିତରେ ଗୁମର ନ୍ୟୁଜ୍‌ ସେଭେନରେ ପ୍ରସାରିତ ହେବା ପରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ ପାଇଥିଲା । ଜେଲର ସେଲ ଭିତରେ ହୋଇଥିଲା ବ୍ୟାପକ ଚଢାଉ ।  କିନ୍ତୁ ଆଶ୍ଚର୍ଯ୍ୟର କଥା ପୋଲିସ ହାତରେ ଧଳା ଜହର ସମ୍ପର୍କରେ କିଛି ବି ସୁରାଗ ମିଳିନଥିଲା  ।  କେବଳ ବିଡି, ସିଗାରେଟ ଓ ଗୁଟୁଖା ଭଳି କିଛି ଆପତ୍ତି ଜନକ ସାମଗ୍ରୀ ଜବତ କରିଛି ଚଢାଉ ଟିମ୍‌ । ସେପେଟେ ମୋବାଇଲ ମିଳିନି କିନ୍ତୁ ତଦନ୍ତକାରୀ ଟିମ୍‌କୁ ମୋବାଇଲ ଚାର୍ଜର ମିଳିଛି । ତେଣୁ ଜେଲ କର୍ମଚାରୀ ଓ କଏଦୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲୁଥିବା ନେଇ ପ୍ରଶ୍ନବାଚୀ  ଛିଡାହୋଇଛି  । ସେପେଟେ ଖୋର୍ଦ୍ଧା ଏସପିଙ୍କ କହିବା କଥା ଉପ-ଜିଲ୍ଲାପାଳ ଓ ଖୋର୍ଦ୍ଧ। ଏସଡିପିଓଙ୍କ ଚଢାଉ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ

ନ୍ୟୁଜ୍‌ ସେଭେନ୍‌ ହାତରେ ଲାଗିଥିବା ଭିଜୁଆଲ କିନ୍ତୁ ବୟାନ କରୁଛି ଯେ ଜେଲର ସେଲ ଭିତରେ କିଭଳି ଚାଲିଥିଲା ଧଳା ଜହର ସେବନ ଓ କାରବାର ।  ପ୍ରଶ୍ନ ଉଠୁଛି  ଏଭଳି  ଅବାଧ ଧଳା ଜହର କାରବାର ସଂପର୍କେରେ ଚଢାଉ ଟିମ୍‌ ହାତରେ କିଛି ବି ସୁରାଗ ଲାଗିଲାନି କେମିତି ?  ମୋବାଇଲ ଚାର୍ଜର ମିଳିଲା କିନ୍ତୁ ମୋବାଇଲ କୁଆଡେ ଗଲା ବୋଲି ପ୍ରଶ୍ନ ବି ଉଠିବା ସ୍ବାଭାବିକ ।

ବାସ୍ତବିକ ଜେଲ୍‌ ଭିତରେ ଧଳାଜହର ଭିଡିଓର ସତ୍ୟାସତ୍ୟ କଣ। କାହିଁକି କିଛି ଲୋକ ବାରମ୍ବାର ସୁପରିଣ୍ଟେଣ୍ଡେଣ୍ଟଙ୍କ ନାଁ ନେଉଛନ୍ତି। ଖୋର୍ଦ୍ଧା ଜେଲ୍‌ରେ ଯଦି ଗୁଟଖା ଖଇନି ମିଳୁଛି ସସେବୁ କେମିତି ଯାଉଛି । ଏନେଇ କାହାକୁ ଦାୟୀ କରାଯିବ ଏହାର ଉଚ୍ଚସ୍ଥରୀୟ ତଦନ୍ତ ହେବା ଜରୁରୀ ହୋଇଛି । 

   Related Posts