ପ୍ରେମରେ ଛୁ' ନା ଅପହରଣ ? ସିିସିଟିଭି ଫୁଟେଜ୍‌ରେ ବାଇକ୍ ସହ ଯୁବକ- ଯୁବତୀ କ'ଣ ସେ କାହାଣୀ...

Published By : Prameya-News7 Bureau | June 01, 2020 IST

ପାଟପୁର୧/୬: ବାଇକ୍ ବସି ଚମ୍ପଟ ମାରିଲେ ଯୁବତୀ। ସିସିଟିଭି ଫୁଟେଜ୍‌ରେ‌ କଏଦ ଥିବା ଦୃଶ୍ୟ ସମସ୍ତଙ୍କ ମନରେ ଦ୍ବନ୍ଦ ସୃଷ୍ଟି କରିଛି। ଘର ସମ୍ମୁଖରେ ଗୋଟିଏ ବାଇକ୍ ଆସି ପହଁଞ୍ଚିଲା। ହଠାତ୍ ଘର ଭିତରୁ ଜଣେ ଯୁବତୀ ବାହାରି ବାଇକରେ ବସି ଚମ୍ପଟ ମାରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି। ଏହି ସମସ୍ତ ଘଟଣା ଲାଗିଥିବା ସିସିଟିଭିରେ ରେକର୍ଡ ହୋଇଥିଲା।

କିଏ କିଏ ଏହାକୁ ପ୍ରେମଜନିତ ଘଟଣା କହୁଥିବା ବେଳେ ଯୁବତୀଙ୍କ ପରିବାର ଲୋକ କହିଛନ୍ତି ଯେ ତାଙ୍କ ଝିଅକୁ କିଏ ଅପହରଣ କରିଛି। ତାଙ୍କ ଝିଅକୁ କିଏ ଅପହରଣ କରିଥିବା ପରିବାର ଲୋକ କହିଛନ୍ତି। ସିସିଟିଭି ଫୁଟେଜରେ ରେକର୍ଡ ଥିବା ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି। ବାଇକ୍ ବସି ପୁଅ-ଝିଅ ଚମ୍ପଟ ମାରିବା​‌ ବେଳେ ଯୁବତୀଙ୍କ ପରିବାର ଲୋକେ ସେମାନଙ୍କୁ ପିଛା କରିଥିଲେ। ହେଲେ ସେମାନଙ୍କୁ କାବୁ କରି ପାରି ନଥିଲେ। ଏହା ପ୍ରେମ ଜନିତ ଘଟଣା  ନା ଯୁବତୀଙ୍କୁ ଅପହରଣ କରାଯାଇଛି ? ଏପର୍ଯ୍ୟନ୍ତ ପ୍ରକୃତ ଘଟଣା କଣ ଜଣାପଡି ନାହିଁ। ଏହି ଘଟଣାରେ ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.