ଘରେ କିମ୍ବା ଅଫିସରେ ଲେମ୍ବୁ ଲଙ୍କା ଟାଙ୍ଗିଲେ କ’ଣ ହୋଇଥାଏ ଜାଣନ୍ତୁ

Published By : Prameya-News7 Bureau | March 27, 2019 IST

ମୁମ୍ବାଇ ୨୭/୩: ଭାରତୀୟ ସଂସ୍କୃତି ପୈାରାଣିକ ବିଶ୍ବାସ,ଦୈବୀ ଶକ୍ତି ସହ ଓତଃପ୍ରୋତ ଭାବେ ଜଡ଼ିତ ।  ଏହି ଆସ୍ଥା ସହ ବାନ୍ଧି ହେବା ସହ ପରମ୍ପରାକୁ ମର୍ଯ୍ୟାଦା ଦେଇ ସୁଖୀ ଜୀବନ ଯାପନ କରନ୍ତି ଲୋକେ।  ପୈାରାଣିକ କଥାବସ୍ତୁ ଆଧାରରେ ବିଶ୍ବାସର ମହତ୍ତ୍ବକୁ ବୁଝି ନିଜ ଜୀବନରେ କାର୍ଯ୍ୟକାରୀ କରିବା ହେଉଛି ଭାରତୀୟ ପରମ୍ପରା । କାହିଁ କେତେ ବର୍ଷରୁ ଆମେ ନିଜ ଜୀବନକୁ ସୁଖୀ କରିବାପାଇଁ ଏବଂ ନକରାତ୍ମକ ଜିନିଷକୁ ଦୂରେଇ ରଖିବାପାଇଁ ବିଭିନ୍ନ ପଦ୍ଧତି ଅବଲମ୍ବ କରିଆସୁଛି ମନୁଷ୍ୟ।

ଆମେ ଲେମ୍ବୁ ଏବଂ ଲଙ୍କାକୁ ସୂତାରେ ବାନ୍ଧି ଘର ଏବଂ ପ୍ରତିଷ୍ଠାନର ପ୍ରବେଶ ଦ୍ବାରରେ ଝୁଲାଇଥାଉ। ସମସ୍ତେ​ ଘର ଓ ଦୋକାନରେ ଲେମ୍ଭୁ ଏବଂ ଲଙ୍କା ଝୁଲାଇବାର ପରମ୍ପରାକୁ ଅନୁସରଣ କରନ୍ତି। କିନ୍ତୁ ଏହା ପଛରେ ଥିବା ରହସ୍ୟକୁ ଆପଣ ଜାଣନ୍ତି କି? ଘରେ କିମ୍ବା ଅଫିସରେ ଲେମ୍ବୁ ଏବଂ ଲଙ୍କା ଝୁଲାଇବା ଦ୍ବାରା କର୍ମକ୍ଷେତ୍ରରେ ସୁଖ ସୈାହାର୍ଦ୍ଦ୍ୟ ବଢ଼ିଥାଏ। ଏବଂ ବ୍ୟବସାୟରେ ଆସୁଥିବା ସମସ୍ତ ବାଧା ଦୂର ହୋଇଥାଏ।  ଏହାର ବୈଜ୍ଞାନିକ କାରଣ ମଧ୍ୟ ରହିଛି ଏବଂ ତାହା ହେଲା ଘରେ ଲେମ୍ଭୁ ଝୁଲାଇବା ଦ୍ବାରା ଏହା ନକରାତ୍ମକ ଶକ୍ତିକୁ ନଷ୍ଟ କରି ସକରାତ୍ମକ ଶକ୍ତି ପ୍ରବାହିତ କରିଥାଏ। ଆପଣଙ୍କ ଜୀବନରେ ଆସୁଥିବା ସମସ୍ତ ବାଧାକୁ ଦୂର କରିଥାଏ।

ଏଥିପାଇଁ ଏହାକୁ ସବୁବେଳେ ମୁଖ୍ୟ ଦ୍ବାରରେ ଝୁଲାଇବା ଶୁଭ ହୋଇଥାଏ। ଲେମ୍ବୁ ଏବଂ ଲଙ୍କା ଝୁଲାଇବା ପଛରେ ସବୁଠୁ ବଡ଼ କାରଣ ହେଉଛି ଆପଣଙ୍କ ଘର ଆଖପାଖରେ ନକରାତ୍ମକ ଶକ୍ତି ସକ୍ରିୟ ହୋଇପାରେ ନାହିଁ। ଯାହା ଦ୍ବାରା ସକରାତ୍ମକ ଶକ୍ତିକୁ ବଳ ମିଳିଥାଏ। ଯିଏ ଆପଣଙ୍କ ସୁନ୍ଦର ଘର ଆଡ଼କୁ ଚାହିଁଥାଏ ତା’ର ନଜର ଲେମ୍ବୁ ଏବଂ ଲଙ୍କାରେ ପଡ଼ିଲେ ଧ୍ୟାନଭଙ୍ଗ ହୋଇଯାଇଥାଏ। ଆପଣଙ୍କ ଘର ଖରାପ ନଜରରୁ ବଞ୍ଚିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.