କାହିଁକି ମଠ ଛାଡୁନାହାଁନ୍ତି ଏମଆର ମଠର ମହନ୍ତ ? ମହନ୍ତଙ୍କ ଜିଦି ପଛର କାରଣ କ’ଣ ? ଗୁପ୍ତ ଧନ ପାଇଁ ମହନ୍ତ ମଠ ଛାଡୁନାହାଁନ୍ତି କି ? ଜାଣନ୍ତୁ ପୂରା ଖବର…

Published By : Prameya-News7 Bureau | August 30, 2019 IST

ପୁରୀ ୩୦|୮: ପ୍ରଥମେ ଲଙ୍ଗୁଳି ପରେ ଏମାର ମଠରେ ବୁଲିଛି ବୁଲ ଡ୍ରୋଜର । ଲଙ୍ଗୁଳି ମଠ ଉଚ୍ଛେଦ ବେଳେ ସେମିତି କୌଣସି ଅସୁବିଧାର  ସମ୍ମୁଖୀନ ହୋଇ ନଥିଲା ପ୍ରଶାସନ । କିନ୍ତୁ ଏମାର ମଠ ଭଙ୍ଗାକାମ ଲଗାତର ତିନି ଦିନ ହେଲା ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ମଠ ଛାଡୁ ନାହାଁନ୍ତି ମହନ୍ତ। ମଠ ଭାଙ୍ଗିବା ଆଗରୁ ସମସ୍ତଙ୍କୁ ଅବଗତ କରିଛି ପ୍ରଶାସନ। ଏପରିକି ଲଟକା ମଧ୍ୟ ଲଗାଇଥିଲା । ହେଲେ ମହନ୍ତ ମଠ ନଛାଡ଼ିବାକୁ ନେଇ କୌତୁହଳ ବଢ଼ିବାରେ ଲାଗିଛି…

{"id":150868}

ବାହାରେ ବୁଲଡ୍ରୋଜର ଭିତରେ ମହନ୍ତ… ଯେତେ ବୁଝାଇଲେ ମଧ୍ୟ ମାନୁ ନାହାଁନ୍ତି ଏମାର ମଠ ମହନ୍ତ ରାଜଗୋପାଳ ରାମାନୁଜଦାସ । ପୋଲିସ ଓ ପ୍ରଶାସନିକ ଅଧିକାରୀ ଯେତେ ବୁଝାସୁଝା କଲେ ବି ଜିଦରେ ଅଟଳ ଅଛନ୍ତି। ମଠ ବା‌ହାରେ ଡୋଜର ଓ ଜେସିବି ଦ୍ବାରା ମଠର ବିପଦସଙ୍କୁଳ କୋଠା ଭଙ୍ଗା ଚାଲିଛି। ଭଙ୍ଗାରୁଜା ଯୋଗୁ ମଠ ବି ଧୀରେ ଧୀରେ ଅସୁରକ୍ଷିତ ହୋଇପଡିଛି। କେତେବେଳେ ମଧ୍ୟ ଗଳି ପଡିବାର ସମ୍ଭାବନା ରହିଛି।

{"id":150866}

ମଠ ପ୍ରତି ବିପଦ ଥିବା ବେଳେ ମହନ୍ତ ଓ ତାଙ୍କ ପରିବାର ମଠ ଛାଡୁନଥିବାରୁ ପ୍ରଶାସନର ଚିନ୍ତା ବଢିଛି। ମହନ୍ତ ରହସ୍ୟଜନକ ଭାବେ ମଠ ଭିତରେ ବସି ରହିବା ଘଟଣାକୁ ନେଇ ସ‌ନ୍ଦେହ ପ୍ରକଟ ହୋଇଛି। ତେବେ କାହିଁକି ମଠଛାଡୁ ନାହାଁନ୍ତି ମହନ୍ତ ? ମହନ୍ତଙ୍କ ଜିଦି ପଛର କାରଣ କ’ଣ ? ଗୁପ୍ତ ଧନ ପାଇଁ ମହନ୍ତ ମଠ ଛାଡୁ ନାହାଁନ୍ତି କି ?

{"id":150869}

୨୦୧୧ରେ ଏହି ମଠରୁ ବିପୁଳ ପରିମାଣର ରୂପା ଇଟା ମିଳିଥିଲା ।  ସେତେବେଳେ ମଧ୍ୟ ବିବାଦ ଭିତରକୁ ଟାଣି ହୋଇଥିଲେ ତତ୍‌କାଳୀନ ମହନ୍ତ। ଦେବୋତ୍ତର ବିଭାଗକୁ ମଠ ସମ୍ପତ୍ତି ତାଲିକା ଦେବାର ନିୟମ ଥିଲେ ମଧ୍ୟ ସେ ରୂପା ଇଟା ବିଷୟରେ ଜଣାଇନଥିଲେ । ତେଣୁ ଆଉ କିଛି ଗୁପ୍ତଧନ ପାଇଁ ଏମିତି କରୁଛନ୍ତି କି ମଠ ମହନ୍ତ ।

{"id":150870}

ରାଜ୍ୟ ତଥା ଶ୍ରୀମନ୍ଦିରକୁ ବିଭିନ୍ନ ସମୟରେ ସହାୟତା ଦେଇ ଚର୍ଚ୍ଚାରେ ଥିବା ଏହି ମଠର ମହନ୍ତଙ୍କ ବିରୋଧ ଏବେ ଆଉ ଏକ ପ୍ରଶ୍ନ ସୃଷ୍ଟି କରିଛି ।ଯାହା କେବଳ ମଠ ମହନ୍ତ ହିଁ ସ୍ପଷ୍ଟ କରିପାରିବେ ଅଥବା ସମ୍ପୂର୍ଣ୍ଣ ଉଚ୍ଛେଦ ପରେ ରହସ୍ୟ ଉନ୍ମୋଚନ ହେବ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.