'ଦ କପିଲ ଶର୍ମା ସୋ' ବନ୍ଦ ହେବାନେଇ କଣ ରହିଛି କାରଣ ? ଜାଣନ୍ତୁ କଣ କହିଲେ କମେଡି କିଙ୍ଗ୍ କପିଲ ଶର୍ମା

Published By : Prameya-News7 Bureau | January 28, 2021 IST

ମୁମ୍ବାଇ ୨୮/୦୧ : ଖୁବଶୀଘ୍ର ବନ୍ଦ ହେବାକୁ ଯାଉଛି ଲୋକପ୍ରିୟ କମେଡି ପୋଗ୍ରାମ୍‌ ‘ଦ କପିଲ ଶର୍ମା ସୋ’ । ଏ ନେଇ ନିଜେ ସୂଚନା ଦେଇଛନ୍ତି ସୋ ର ମୁଖ୍ୟ ତଥା ଲୋକପ୍ରିୟ କମେଡିଆନ କପିଲ ଶର୍ମା । ପ୍ରଶଂସକମାନଙ୍କ ସହ ଟ୍ବିଟ୍‌ ଚାଟ୍‌ ସମୟରେ ଅନେକ କଥା ଆଲୋଚନା ହୋଇଥିଲା । କିଛି ପ୍ରଶଂସକ କପିଲ ଶର୍ମା ସୋ କାହିଁକି ବନ୍ଦ ହେଉଛି ବୋଲି କପିଳ ଶର୍ମାଙ୍କୁ ପ୍ରଶ୍ନ କରିଥିଲେ ।  

ଜଣେ ପ୍ରଶଂସକ ପଚାରିଥିଲେ ଯେ, ‘କପିଲ ଶର୍ମା ସାର, ସୋ ଅଫ୍‌ ଏୟାର କାହିଁକି ହେଉଛି’ ? ଏହାର ଜବାବରେ କପିଲ କହିଛନ୍ତି, ‘ଦ୍ବିତୀୟ ଥର ପାଇଁ ପିତା ହେବାକୁ ଯାଉଥିବାରୁ ପତ୍ନୀଙ୍କ ସହିତ ସମୟ ଅତିବାହିତ କରିବାକୁ ଚାହୁଁଛି’ । ଏହା ପରେ ଆଉ ଜଣେ ପ୍ରଶଂସକ ପ୍ରଶଂସକ ପଚାରିଥିଲେ, ‘ଏଥର ଆପଣ ପୁଅ ଚାହୁଁଛନ୍ତି କି ଝିଅ’? ଏହାର ଉତ୍ତରରେ କପିଲ କହିଛନ୍ତି, ‘ଝିଅ ହେଉ କି ପୁଅ ତନ୍ଦରୁସ୍ତ ହେଉ ବାସ୍‌’ ।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଏହି ଖବର ଶୁଣିବାକୁ ମିଳୁଥିଲା ଯେ ଖୁବଶୀଘ୍ର କପିଲ ଶର୍ମାଙ୍କ କମେଡି ସୋ ବନ୍ଦ ହେବାକୁ ଯାଉଛି । କିନ୍ତୁ ଚ୍ୟାନେଲ୍‌ ପକ୍ଷରୁ ଏ ନେଇ କୌଣସି ସୂଚନା ଦିଆଯାଇନଥିଲା । ତେବେ ବର୍ତ୍ତମାନ ଏହା ଶୁଣିବାକୁ ମିଳୁଛି ଯେ, କପିଲ ଶର୍ମା ସୋ ଖୁବଶୀଘ୍ର ବନ୍ଦ ହେବ । କିନ୍ତୁ ଏହା ସ୍ଥାୟୀ ଭାବେ ନୁହେଁ ବରଂ ଅସ୍ଥାୟୀ ଭାବେ ବନ୍ଦ ରହିବ । କିଛି ଦିନ ପରେ ନୂଆ ରୂପରେ ପୁଣି ଥରେ ଦର୍ଶକଙ୍କ ସାମ୍ନାକୁ ଆସିବ ଦ କପିଲ ଶର୍ମା ସୋ ।

କରୋନା ମହାମାରୀରେ ଜାରି ହୋଇଥିବା ଲକଡାଉନ୍‌ ପରେ ୨୦୨୦ ଜୁଲାଇରେ କପିଲ ଶର୍ମା ସୋ ନୁଆ ରୂପରେ ନୂଆ ଟ୍ବିଷ୍ଟ୍ ସହ ଦର୍ଶକଙ୍କ ସାମ୍ନାକୁ ଆସିଥିଲା । ତେବେ କପିଳ ଶର୍ମା ଖୁବଶୀଘ୍ର ନେଟ୍‌ଫ୍ଲିକ୍ସ୍‌ରେ ନଜର ଆସିପାରନ୍ତି । କିଛି ଦିନ ପୂର୍ବରୁ ସେ ଏକ ମାଜାଦାର ଭିଡିଓ ସେୟାର କରିବା ସହିତ କହିଥିଲେ ଯେ, ‘ଏହା ଏକ ଶୁଭ ଖବର । ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ, କେବଳ ମୋତେ ହିଁ ବିଶ୍ବାସ କରନ୍ତୁ । ମୁଁ ଖୁବଶୀଘ୍ର ନେଟଫ୍ଲିକ୍ସ୍‌ରେ ନଜର ଆସିବି।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.