କ୍ଷୀର ନିଶ୍ଚିତ ଭାବେ ସ୍ବାସ୍ଥ୍ୟ ପାଇଁ ଫଳପ୍ରଦ , ହେଲେ ପିଇବାର ଉପଯୁକ୍ତ ସମୟ ନଜାଣିଲେ ପଡିବେ ଅସୁବିଧାରେ…
19/11/2018 at 12:50 PM

ଭୁବନେଶ୍ବର ୧୯/୧୧: ଆମ ସ୍ବାସ୍ଥ୍ୟ ପାଇଁ କ୍ଷୀର ଅତ୍ୟନ୍ତ ଲାଭଦାୟକ ଅଟେ । କିନ୍ତୁ କ୍ଷୀର ପିଇବାର ଉପଯୁକ୍ତ ସମୟ କ’ଣ ତାହା ଜାଣିବା ଜରୁରୀ । ପିଲାଦିନେ ଆପଣଙ୍କ ମା ଆପଣଙ୍କୁ ସକାଳ ଜଳଖିଆରେ କ୍ଷୀର ଦେଉଥିବେ। ଘରର ଗୁରୁଜନମାନେ ରାତିରେ କ୍ଷୀର ପିଇସାରି ଶୋଇବାକୁ ଯାଆନ୍ତି। ଅଧିକାଂଶ ଲୋକ ଜଳଖିଆରେ କ୍ଷୀର ପିଅନ୍ତି ତ ଆଉ ଅଧିକାଂଶ ଲୋକ ରାତିରେ କ୍ଷୀର ପିଇବାକୁ ଉଚିତ ମନେ କରନ୍ତି। ଯଦି ଆପଣ ମଧ୍ୟ କ୍ଷୀର ପିଇବାର ଉପଯୁକ୍ତ ସମୟ କ’ଣ ଏହା ଭାବି ଦ୍ବନ୍ଦରେ ଅଛନ୍ତି ତା’ହେଲେ ପୁରା ପଢନ୍ତୁ…
ଯେଉଁମାନେ ସକାଳେ କ୍ଷୀର ପିଇଥାନ୍ତି ତାଙ୍କ ପାଇଁ ପରାମର୍ଶ ହେଲା -ଏପରି କଦାପି କରନ୍ତୁ କରନ୍ତୁ ନାହିଁ । କାରଣ ଏହା ହଜମ ହେବା କଷ୍ଟ ହୋଇଥାଏ। ସେଥିପାଇଁ ସକାଳେ କ୍ଷୀର ପିଇବାକୁ ମନା କରାଯାଏ। ସେହିପରି ରାତି ସମୟରେ କ୍ଷୀର ପିଇବା ପାଇଁ ଆର୍ୟୁବେଦରେ କୁହାଯାଇଛି। ରାତିରେ କ୍ଷୀର ପିଇବା ଦ୍ବାରା ପୂରା ଦିନର ଥକାପଣ ଦୂର ହୋଇଥାଏ।
କ୍ଷୀରରେ ଶାନ୍ତ କରିବା ଗୁଣ ଥାଏ। ଯଦି ଆମେ ରାତିରେ କ୍ଷୀର ପିଇଥାଉ ତେବେ ଏଥିରେ ଥିବା ସେରୋଟୋନିନ୍ ଆମ ମନକୁ ଶାନ୍ତ କରିଥାଏ ଏବଂ ନିଦ ଭଲ ହୋଇଥାଏ।
ଆମ୍ଭେମାନେ ଜାଣୁ ଯେ କ୍ଷୀର କ୍ୟାଲସିୟମରେ ଗଢ଼ା । ଯାହା ଆମ ହାଡ଼କୁ ମଜବୁତ କରିଥାଏ। ଯଦି ଆପଣ ରାତିରେ କ୍ଷୀର ପିଇବେ ତେବେ ପ୍ରଚୁର ପରିମାଣରେ କ୍ୟାଲସିୟମ୍ ମିଳିବ।
କ୍ଷୀରରେ ପ୍ରୋଟିନ୍ ରହିଥାଏ ଯାହା ମାଂସପେଶୀ ବିକାଶ କରିବାରେ ସହାୟକ ହୋଇଥାଏ। ରାତିରେ କ୍ଷୀର ପିଇବା ଦ୍ବାରା କ୍ଷୀରରେ ଥିବା ପ୍ରୋଟିନ୍ ଶରୀରରେ ଗୋଳେଇ ହୋଇଯାଇଥାଏ।
କ୍ଷୀର ପିଇବା ଆଗରୁ ଏହି ଜିନିଷଗୁଡ଼ିକ ବିଷୟରେ ପ୍ରଥମେ ଜାଣନ୍ତୁ
-ଯେଉଁମାନଙ୍କର ହଜମ କ୍ରିୟାଜନିତ ସମସ୍ୟା ଥିବ କିମ୍ବା ଚର୍ମ ସମ୍ବନ୍ଧୀୟ ସମସ୍ୟା ଥିବ ସେମାନେ କ୍ଷୀର ପିଇବା ଅନୁଚିତ୍।
-କଦାପି ଭୋଜନ ସହ କ୍ଷୀର ପିଅନ୍ତୁ ନାହିଁ । କାରଣ ଭୋଜନ ସହ କ୍ଷୀର ହଜମ ହେବାରେ ସମସ୍ୟା ହୋଇଥାଏ।
-ଯେଉଁମାନଙ୍କୁ କାଶ, ଅଜୀର୍ଣ୍ଣ ଏବଂ କୃମି ଆଦି ସମସ୍ୟା ଥିବ ସେମାନେ ମଧ୍ୟ କ୍ଷୀର ପିଇବା ଅନୁଚିତ୍।
-ଆର୍ୟୁବେଦ ଅନୁସାରେ କ୍ଷୀରକୁ ରାତିରେ ପିଇବା ଉଚିତ। ଆପଣଙ୍କୁ ଏହି ଜିନିଷ ଉପରେ ମଧ୍ୟ ଧ୍ଧାନ ଦେବାକୁ ପଡ଼ିବ ଯେ ରାତିରେ ଖାଦ୍ୟ ଖାଇବାର ୨ଘଣ୍ଟା ବ୍ୟବଧାନ ପରେ କ୍ଷୀର ପିଇବେ।