Saturday, August 24, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗ୍ୟାସ୍ ସିଲିଣ୍ଡରରେ ଲେଖାଯାଇଥିବା ଏହି ସଂଖ୍ୟାର ଅର୍ଥ କ’ଣ ହୋଇଥାଏ : ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ଆଜିକାଲି ସମସ୍ତଙ୍କ ଘରେ ଗ୍ୟାସ୍ ସିଲିଣ୍ଡର ଦେଖିବାକୁ ମିଳିଥାଏ। ଏହା ଦ୍ବାରା କମ୍ ସମୟ ମଧ୍ୟରେ ଖାଦ୍ୟ ପ୍ରସ୍ତୁତ କରାଯାଇପାରୁଛି। କିନ୍ତୁ ଆଜି ଆମେ ଗ୍ୟାସ୍ ସିଲିଣ୍ଡର ବିଷୟରେ ଏପରି କଥା ଜାଣିବା ଯାହା ଆପଣ କେବେ ଶୁଣିନଥିବେ। ଆପଣଙ୍କୁ ଜଣା ଅଛି କି ଗ୍ୟାସ୍ ସିଲିଣ୍ଡରରେ ଲେଖାଯାଇଥିବା ଏହି ସଂଖ୍ୟାର ଅର୍ଥ କ’ଣ ହୋଇଥାଏ। ଆସନ୍ତୁ ଜାଣିବା

ଏହି ଗ୍ୟାସ୍ ସିଲିଣ୍ଡର ଯେତିକି ଲାଭଦାୟକ ହୋଇଥାଏ ସେତିକି କ୍ଷତିକାରକ ମଧ୍ୟ। ଏହା ଖାଦ୍ୟ ପ୍ରସ୍ତୁତ କରିବାରେ ସହାୟକ ହୋଇଥିଲେ ମଧ୍ୟ ଯଦି ଆବଶ୍ୟକ ସାବଧାନତା ଅବଲମ୍ବନ ନ କରାଯାଏ ତେବେ ଏହା ଦ୍ବାରା ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଥାଏ। ଆଜି ଆମେ ଆପଣଙ୍କୁ ଏହି କଥା ଏଥିପାଇଁ କହୁଛୁ କାରଣ ଲୋକେ ଗ୍ୟାସ୍ ସିଲିଣ୍ଡରର ପ୍ରୟୋଗ ତ କରନ୍ତି କିନ୍ତୁ ଏହାକୁ ବ୍ୟବହାର କରିବା ପାଇଁ ନିୟମଗୁଡ଼ିକୁ ନଜରଅନ୍ଦାଜ କରିଥାନ୍ତି। ଏହା ଫଳରେ ସିଲିଣ୍ଡର ଫାଟିଯାଇଥାଏ। ଏଥିପାଇଁ ଯଦି ଆପଣଙ୍କ ସିଲିଣ୍ଡରରେ ଟିକେ ବି ଲିକେଜ ଦେଖିଲେ ତେବେ ଏହାକୁ ନଜରଅନ୍ଦାଜ କରନ୍ତୁ ନାହିଁ।

ଏହା ବ୍ୟତୀତ ଆପଣ କେବେ ଦେଖିଛନ୍ତି କି ସିଲିଣ୍ଡରରେ ଏକ ସଂଖ୍ୟା ଲେଖାଯାଇଥାଏ। ଆପଣ ଏହାର ଅର୍ଥ ଜାଣିନଥିବେ। ଏହା ଗ୍ୟାସ୍ ସିଲିଣ୍ଡରର ଏକ୍ସପାୟରି ଡେଟ୍ ହୋଇଥାଏ। ଏହି ସଂଖ୍ୟାର ଏକ୍ସପାୟରି ଡେଟ୍ ସରିଗଲେ ସିଲିଣ୍ଡର କେବେ ବି ଫାଟିପାରେ।

ଏହି ସଂଖ୍ୟା ସବୁ ଗ୍ୟାସ୍ ସିଲିଣ୍ଡରରେ A,B,C,D କରି ଲେଖାଯାଇଥାଏ। ଯେଉଁଥିରେ Aର ଅର୍ଥ ଜାନୁୟାରୀରୁ ମାର୍ଚ, Bର ଅର୍ଥ ଅପ୍ରେଲରୁ ଜୁନ୍, Cର ଅର୍ଥ ଜୁଲାଇରୁ ସେପ୍ଟେମ୍ବର ଏବଂ Dର ଅର୍ଥ ଅକ୍ଟୋବରରୁ ଡିସେମ୍ବର। ଏବଂ ଠିକ୍ ଏହା ପରେ ଯେଉଁ ସଂଖ୍ୟା ଲେଖାଯାଇଥାଏ ଏହା ବର୍ଷ ଅର୍ଥାତ୍ ମସିହାକୁ ଦର୍ଶାଇଥାଏ ଯେପରିକି ୧୮ ଅର୍ଥାତ୍ ୨୦୧୮।  

697 Views

   ସମ୍ବନ୍ଧିତ ଖବର