Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

କେମିତି ହୁଏ ସାମୁଦ୍ରିକ ବାତ୍ୟାମାନଙ୍କ ନାମକରଣ, କିଏ ଦିଅନ୍ତି ନାଁ, ଜାଣନ୍ତୁ ‘ଫୋନୀ’ର ଅର୍ଥ..

1/05/2019 at 4:01 PM

ଭୁବନେଶ୍ବର ୧। ୫ :  କେବେ ନିଲୋଫର ତ କେବେ ତିତଲି, ବିଜଲୀ, ଜଲ ଓ ଏବେ ଫୋନୀ ଏ ସବୁ ନାମକରଣ କିଏ ଓ କାହିଁକି କରନ୍ତି ଜାଣନ୍ତି କି ଆପଣ ? ଯଦି ଜାଣି ନାହନ୍ତି ତ ଜାଣନ୍ତୁ ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ‘ଫୋନୀ’ ଏବେ ପାଲଟିଛି ଚିନ୍ତାର କାରଣ । ବେଳକୁ ବେଳ ବାତ୍ୟା ଭୟାନକ ରୂପ ଧାରଣ କରୁଥିବା ବେଳେ ଆଗାମୀ ୧୨ ଘଣ୍ଟା ଉପକୂଳ ଓଡିଶା ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ ବୋଲି ମନେ କରାଯାଉଛି । ପାଣିପାଗ ବିଭାଗଙ୍କ ଆକଳନ ଅନୁସାରେ ବାତ୍ୟା ଉପକୂଳ ଛୁଇଁବା ବେଳକୁ ଏହାର ଘଣ୍ଟା  ପ୍ରତି ବେଗ ପ୍ରାୟ ୨୫୦ କିଲୋମିଟର ବା ଏହାଠାରୁ ଅଧିକ ହୋଇପାରେ। ଓଡିଶା ପାଇଁ ଏଭଳି ବାତ୍ୟା କିଛି ନୂଆ କଥା ନୁହେଁ । ପୂର୍ବରୁ ନିଲୋଫର, ତିତଲି, ହୁଡହୁଡ, ଫାଇଲିନ ଭଳି ଅନେକ ସାମୁଦ୍ରିକ ଝଡ ଓଡିଶା ଉପକୂଳରେ ତାଣ୍ଡବ ରଚିଛନ୍ତି। ତେବେ ବାତ୍ୟାମାନଙ୍କର ଏଭଳି ନାଁ କିଏ ଓ କାହିଁକି ରଖନ୍ତି ଏବଂ ଏସବୁର ଅର୍ଥ କ’ଣ ଆସନ୍ତୁ ଜାଣିବା।

ହରିକେନ, ଟାଇଫୁନ ଓ ସାଇକ୍ଲୋନ ମାନେ କ’ଣ ?

ହରିକେନ, ଟାଇଫୁନ ଓ ସାଇକ୍ଲୋନ ଏ ସବୁ ଉଷ୍ଣ କଟିବନ୍ଧୀୟ ବତାସ। ଫୋନୀ ମଧ୍ୟ ଏହି ଭଳି ଏକ ସାମୁଦ୍ରିକ ବାତ୍ୟା । ବିଶ୍ବର ବିଭିନ୍ନ ସ୍ଥାନରେ ଉଷ୍ଣକଟିବନ୍ଧୀୟ ଝଡର ନାମକରଣ ଭିନ୍ନ ଭିନ୍ନ ହୋଇଥାଏ। ତେବେ ସବୁ ଝଡର ନାମକରଣ ହୁଏନି। ହେଲେ ଯେଉଁ ଝଡର ବେଗ ଘଣ୍ଟାପ୍ରତି ୬୩ କିଲୋମିଟରରୁ ଅଧିକ ହୁଏ କେବଳ ସେହି ସବୁ ଝଡର ନାମକରଣ କରାଯାଏ। ସେହିପରି ଯେଉଁଝଡର ବେଗ ଘଣ୍ଟାପ୍ରତି ୧୧୮ କିଲୋମିଟ ପର୍ଯ୍ୟନ୍ତ ପହଞ୍ଚିଯାଏ ସେଗୁଡିକୁ ସାଂଘାତିକ ଶ୍ରେଣୀ ବା ସିଭିୟର ଷ୍ଟର୍ମ  ବିବେଚନା କରାଯାଉଥିବା ବେଳେ ଘଣ୍ଟାପ୍ରତି ବେଗ  ୨୨୧ କିଲୋମିଟର ଅଧିକ ହେଲେ ସୁପର ସାଇକ୍ଲୋନ କୁହାଯାଏ । ତେବେ ଫୋନୀକୁ ଏବେ ସୁପରସାଇକ୍ଲୋନ ଶ୍ରେଣୀର ବୋଲି ଆଶଙ୍କା କରାଯାଉଛି ।

୧୯୫୩ ମସିହାରେ ପ୍ରଥମେ ଅଧିକାରିକ ଭାବେ ଝଡମାନଙ୍କର ନାମକରଣ ଆରମ୍ଭ ହୋଇଥିଲା। ଝଡର ଭୟାବହତାକୁ ରେକର୍ଡ କରି ପୂର୍ବ ଓ ପରବର୍ତ୍ତି ଝଡ ସହ ତୁଳନା କରିବା ଲାଗି ଆମେରିକୀୟ ପାଣିପାଗ ବିଭାଗ ବାତ୍ୟାମାନଙ୍କର ନାମକରଣ ଆରମ୍ଭ କରିଥିଲେ। ଏ ରୁ ଡବ୍ଲୁ ପର୍ଯ୍ୟନ୍ତ ଇଂରାଜୀ ଅକ୍ଷରକୁ ନେଇ ଏହି ନାମକରଣ କରାଯାଇଥିବା ବେଳେ  ପ୍ରଥମେ ସ୍ତ୍ରୀଲିଙ୍ଗ ଅର୍ଥାତ ମହିଳାଙ୍କ ନାମାନୁସାରେ ନାମିତ କରାଯାଉଥିଲା। ତେବେ ୧୯୭୮ ମସିହା ଝଡମାନଙ୍କର ନାମକରଣରେ ସ୍ତ୍ରୀ ଲୋକଙ୍କ ସହ ପୁରୁଷଙ୍କ ନାମ ମଧ୍ୟ ବ୍ୟବହାର ହୋଇଥିଲା।

ତେବେ ଭାରତ ତଥା ଏସିୟ ଦେଶମାନଙ୍କରେ ପ୍ରଥମେ ୨୦୦୦ ମସିହାରେ ଝଡମାନଙ୍କର ନାମକରଣ ଆରମ୍ଭ ହୋଇଥିଲା। ବାଂଲାଦେଶ, ଭାରତ, ମ୍ୟାଁମାର, ଓମାନ, ପାକିସ୍ତାନ, ଶ୍ରୀଲଙ୍କା ଓ ଥାଇଲ୍ୟାଣ୍ଡ ଝଡମାନଙ୍କ ନାମକରଣ କରୁଥିବା ବେଳେ ଏଥି ପାଇଁ ସୂଚୀ ପ୍ରସ୍ତୁତ କରି ରଖିଛନ୍ତି । ଫୋନୀର ଉତ୍ପତି ସ୍ଥଳ ହୀନ୍ଦ ମହାସାଗର। ଏଣୁ ଏହି କ୍ଷେତ୍ରର ଦେଶ ବାତ୍ୟାର ନାମକରଣ କରିବା କଥା । ସେହି ଅନୁସାରେ ବାଂଲାଦେଶ ବାତ୍ୟାର ନାମ ‘ଫୋନୀ’ ରଖିଥିବା ବେଳେ ସ୍ଥାନୀୟ ଭାଷାରେ ଏହାର ଅର୍ଥ ସର୍ପ ବା ସାପ । ଏଣୁ ଏହାର ଭୟବହତାକୁ ନେଇ ସମଗ୍ର ପୂର୍ବ ଉପକୂଳ ଏବେ ଆତଙ୍କିତ ହୋଇପଡିଛି ।

   Related Posts