Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ବୁଧବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦିନକିଆ ସିରିଜ୍
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ଭାରତୀୟଙ୍କ ମୋଟ୍ ଆୟ କେତେ ଏବଂ କେତେ ଜଣ ଭରନ୍ତି ଟ୍ୟାକ୍ସ, ଜାଣନ୍ତୁ …

13/08/2020 at 5:18 PM

ନୂଆଦିଲ୍ଲୀ ୧୩।୦୮: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେସଲେସ୍ ଟ୍ୟାକ୍ସ ସିଷ୍ଟମର ଆରମ୍ଭ କରିବା ସମୟରେ କରଦାତାଙ୍କ ବିଷୟରେ ଉଲ୍ଲେଖ କରି କହିଛନ୍ତି ଦେଶର ୧୩୦ ଜନତାଙ୍କ ମଧ୍ୟରୁ ବହୁତ କମ ଲୋକ ହିଁ ଟ୍ୟାକ୍ସ ଦିଅନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କହିବାର ଅର୍ଥ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ନିଜ ଆୟର ସଠିକ୍ ତଥ୍ୟ ଦେଉ ନାହାନ୍ତି। ଆୟର ପୂରା ତଥ୍ୟ ଏହା ଦର୍ଶାଉଛି  ଯେ, ଦେଶର କେତେ ଲୋକ ଟିକସ ପୈଠ କରୁଛନ୍ତି ଏବଂ ଲୋକଙ୍କ ଆୟ କେତେ ରହିଛି।

ଭାରତୀୟ ଲୋକଙ୍କ ଆୟ କେତେ ?

୧୩୦ କୋଟି ଲୋକଙ୍କ ମଧ୍ୟରୁ ବହୁତ କମ ଲୋକ ଟିକସ ପୈଠ କରନ୍ତି।

୨୦୧୯ରେ ୫ କୋଟି ୭୮ ଲକ୍ଷ ଲୋକ ଭରିଛନ୍ତି ଟିକସ୍।

୮୬୦୦ ଲୋକଙ୍କ ବାର୍ଷିକ ଆୟ ୫ କୋଟିରୁ ଅଧିକ।

୩ ଲକ୍ଷ ୬୦ ହଜାର ଲୋକଙ୍କ ଆୟର ୫୦ ଲକ୍ଷରୁ ଅଧିକ।

୧ କୋଟି ୩ ଲକ୍ଷ ଲୋକଙ୍କ ବାର୍ଷିକ ଆୟ ୨ ଲକ୍ଷ ୫୦ ଟଙ୍କାରୁ କମ।

୩ କୋଟି ୨୯ ଲକ୍ଷ ଲୋକଙ୍କ ବାର୍ଷିକ ଆୟ ୨ ଲକ୍ଷ ୫୦ ହଜାରରୁ ୫ ଲକ୍ଷ ମଧ୍ୟରେ ରହିଛି।

୨୨୦୦ ଲୋକଙ୍କ ନିଜର ପେଶାଦାର କାମରୁ ବାର୍ଷିକ ୧ କୋଟିରୁ ଅଧିକ ଆୟ କରୁଛନ୍ତି।

୪ କୋଟି ୩୨ ଲକ୍ଷ ଲୋକଙ୍କ ଆୟ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି।

   Related Posts