Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

କୈାଣସି ଶସ୍ୟରୁ ନୁହେଁ ,ଏଥିରୁ ପ୍ରସ୍ତୁତ ହୋଇଥାଏ ସାବୁଦାନା: ଜାଣନ୍ତୁ

7/04/2019 at 11:36 AM

ସାବୁଦାନା ଏକ ଏପରି ଜିନିଷ ଯାହାର ପ୍ରୟୋଜନ ପୂଜା,ବ୍ରତ ଆଦିରେ ହୋଇଥାଏ। ସାବୁଦାନାରୁ ପ୍ରସ୍ତୁତ ଖେଚୁଡ଼ି,ଖିରୀ,ବରା,ନିମକି,ପାମ୍ପଡ଼ ଆଦି ପୂଜା ଏବଂ ବ୍ରତରେ ଖାଇବାକୁ ସମସ୍ତେ ପସନ୍ଦ କରିଥାଆନ୍ତି। ୪୦ଦଶକରୁ ଭାରତୀୟମାନେ ସାବୁଦାନାରୁ ପ୍ରସ୍ତୁତ ଜିନିଷ ବ୍ୟବହାର କରି ଆସୁଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ସବୁଠୁ ଶୁଦ୍ଧ କୁହାଯାଉଥିବା ସାବୁଦାନା କେଉଁଥିରୁ ପ୍ରସ୍ତୁତ ହୋଇଥାଏ।


ସାବୁଦାନା କୈାଣସି ଶସ୍ୟରୁ ହୋଇନଥାଏ,ବରଂ ଏହା ସାଗୋ ପାମ୍ ନାମକ ବୃକ୍ଷର କାଣ୍ଡରୁ ବାହାରୁଥିବା ମାଂସଳ କାଣ୍ଡରୁ ପ୍ରସ୍ତୁତ ହୋଇନଥାଏ। ସାଗୋ ଗଛ ତାଳ ଗଛ ଭଳି ଦେଖାଯାଏ। ଏହାର ଉତ୍ପତ୍ତି ପୂର୍ବ ଆଫ୍ରିକାରୁ ହୋଇଛି। ଏହି ଗଛର କାଣ୍ଡ ମୋଟା ହୋଇଥାଏ ଏବଂ ଏହାର ମଝି ଅଂଶକୁ ପେଶାଯାଇ ପାଉଡର ପ୍ରସ୍ତୁତ କରାଯାଏ। ଏହାପରେ ଏହି ପାଉଡରକୁ ଛାଣି ଗରମ କରାଯାଇଥାଏ ଏବଂ ଏଥିରୁ ଦାନା ପ୍ରସ୍ତୁତ କରାଯାଏ। ସାବୁଦାନା ନିର୍ମାଣ ପାଇଁ ଏକମାତ୍ର କଞ୍ଚାମାଲ ହେଉଛି ଟାପିଓକା ରୁଟ ଯାହାକୁ ଆର୍ନ୍ତଜାତୀୟ ସ୍ତରରେ କସାଭା କୁହାଯାଏ। କସାଭା ଷ୍ଟାର୍ଚକୁ ଟାପିଓକା କୁହାଯାଏ।


ଭାରତରେ ଟାପିଓକା ଷ୍ଟାର୍ଚରୁ ସାବୁଦାନା ପ୍ରସ୍ତୁତ କରାଯାଏ। ଟାପିଓକା ଷ୍ଟାର୍ଚକୁ ପ୍ରସ୍ତୁତ କରିବା ପାଇଁ କସାଭା ନାମକ କନ୍ଦକୁ ବ୍ୟବହାର କରାଯାଏ ଯାହା କନ୍ଦମୂଳ ଭଳି ଦେଖାଯାଏ। ଏହି ମାଂସଳ ଅଂଶକୁ ବଡ଼ ବଡ଼ ଜାରରେ ବାହାର କରି ରଖାଯାଏ ଏବଂ ପ୍ରତିଦିନ ଏଥିରେ ପାଣି ମିଶାଯାଏ। ଏହି ପ୍ରକ୍ରିୟାକୁ ୪-୬ମାସ ଯାଏଁ ବାରମ୍ବାର କରାଯାଇଥାଏ। ଏହାପରେ ସେହି ମାଂସଳ ଅଂଶକୁ ମେସିନରେ ପକାଇ ଦିଆଯାଇଥାଏ। ଏବଂ ଏହିପରିଭାବେ ସାବୁଦାନା ପ୍ରସ୍ତୁତ କରାଯାଏ। ଏହାକୁ ଶୁଖାଇ ଗ୍ଲୁକୋଜ ଏବଂ ଷ୍ଟାର୍ଚରୁ ପ୍ରସ୍ତୁତ ପାଉଡରର ପଲିସ୍ କରାଯାଏ। ଏହିପରି ସ୍ବଚ୍ଛ ମୋତିଭାବେ ଦେଖାଯାଉଥିବା ସାବୁଦାନା ବଜାରରେ ମିଳିଥାଏ। କସାଭା ମୂଳତଃ ବ୍ରାଜିଲ ଏବଂ ଏହାର ଆଖପାଖରେ ଦେଖାଯାଉଥିବା ବୃକ୍ଷ। କେତେକ ଲୋକ ମାନନ୍ତି ଭାରତରେ ସାବୁଦାନାକୁ ଅସନାଭାବେ ପ୍ରସ୍ତୁତ କରାଯାଇଥାଏ। ଏହାକୁ ଗୋଡ଼ରେ ଦଳାଯାଏ। କିନ୍ତୁ ଏହା ସତ୍ୟ ନୁହେଁ, ଏହାକୁ ସମ୍ପୂର୍ଣ୍ଣଭାବେ ମେସିନରେ ପ୍ରସ୍ତୁତ କରାଯାଇଥାଏ।


ତାମିଲନାଡ଼ୁର ସେଲମ ଜିଲ୍ଲାରେ କସାଭା ଚାଷ କରାଯାଇଥାଏ। ସାବୁଦାନା ଶୀଘ୍ର ହଜମ ହେଉଥିବା ଏକ ହାଲୁକା ଏବଂ ପୁଷ୍ଟିସାର ଜାତୀୟ ଖାଦ୍ୟ। ଏଥିରେ କାର୍ବୋହାଇଡ୍ରେଟ୍ ପ୍ରଚୁର ପରିମାଣରେ ରହିଥାଏ ଏବଂ କ୍ୟାଲସିୟମ୍ ଏବଂ ଭିଟାମିନ ସି କିଛି ପରିମାଣରେ ରହିଥାଏ।

   Related Posts