Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଶନିବାର ଓ ରବିବାର ସଟ୍‌ଡାଉନ୍‌, କ’ଣ ସବୁ ବନ୍ଦ ହେବ ଏବଂ କାହା କାହା ଉପରେ ରହିବନି ଅଙ୍କୁଶ

19/04/2021 at 8:18 PM

ଭୁବନେଶ୍ଵର ୧୯।୦୪: ରାଜ୍ୟରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ବଢୁଥିବା ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ସରକାର ନାଇଟ୍‌ କର୍ଫ୍ୟୁ ସହ ଅନେକ କଟକଣା ଲଗାଇଛନ୍ତି। ତଥାପି ସ୍ଥିତିରେ କୌଣସି ସୁଧାର ନଆସିବାରୁ ରାଜ୍ୟର ସମସ୍ତ ସହରରେ ସପ୍ତାହାନ୍ତ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏଣିକି ରାଜ୍ୟର ସମସ୍ତ ସହରରେ ଶନିବାର ଓ ରବିବାର ସଟ୍‌ଡାଉନ୍ ଜାରି ରହିବ। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଏ ନେଇ ସ୍ଵତନ୍ତ୍ର ରିଲିଫ କମିଶନର ସୋମବାର ଘୋଷଣା କରିଛନ୍ତି।

ରାଜ୍ୟରେ ପୂର୍ବରୁ ଜାରି ସମସ୍ତ ଜିଲ୍ଲାଗୁଡିକରେ ନାଇଟ୍‌ କର୍ଫ୍ୟୁ ବଳବତ୍ତର ରହିବ। ଏଥିସହ ରାଜ୍ୟ ସରକାର ଯାତ୍ରା, ଅପେରା, ମୁକ୍ତାକାଶ ରଙ୍ଗମଞ୍ଚ ବନ୍ଦ କରିଛନ୍ତି।  ସଟ୍‌ଡାଉନ୍‌ ସମୟରେ ଜରୁରୀକାଳୀନ ସେବାକୁ ବାଦ୍ ଦେଲେ ସବୁ ବନ୍ଦ ରହିବ। ଅତ୍ୟାବଶ୍ୟକ ସେବା କଟକଣା ମୁକ୍ତ ରହିବ। ସ୍ଵାସ୍ଥ୍ୟସେବାରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀ ଯା ଆସ କରି ପାରିବେ।

ସଟ୍‌ଡାଉନ୍ ସମୟରେ ପୋଲିସ, ଅଗ୍ନିଶମ, ପୌର କର୍ମଚାରୀ, ଟେଲିକମ, ପେଟ୍ରୋଲ ପମ୍ପ, ଗ୍ୟାସ୍, ଜଳଯୋଗାଣ କର୍ମଚାରୀ, ସ୍ଵେରେଜ ଏବଂ ବିଦ୍ୟୁତ୍ ଯୋଗାଣ ଓ ବିତରଣ କର୍ମଚାରୀ ଏହି କଟକଣାରୁ ମୁକ୍ତ ରହିବେ। କମିଶନରେଟ୍ ପୁଲିସ ଓ ଜିଲ୍ଲା ପୁଲିସ ଦ୍ଵାରା ଚିହ୍ନିତ ସାମ୍ଵାଦିକ କଟକଣାମୁକ୍ତ ରହିବେ। ଏହା ବ୍ୟତୀତ ସକାଳ ୫ଟାରୁ ୮ଟା ଯାଏଁ ଖବରକାଗଜ ହକର ବୁଲି ପାରିବେ। ଏହି ସମୟରେ ମାଲ ପରିବହନ, ମାଲ୍ ଗାଡି, ଶିଳ୍ପ ସଂସ୍ଥା, କୃଷି କାର୍ଯ୍ୟ ଚାଲି ପାରିବ।

ଏହା ପୂର୍ବରୁ ରାଜ୍ୟର ୨୦ଟି ଜିଲ୍ଲାରେ ରାତି ୯ଟାରୁ ଭୋର ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଜାରି ହୋଇଥିଲା। ଛତିଶଗଡ ସୀମାନ୍ତ ବାକି ୧୦ ଜିଲ୍ଲାରେ ସନ୍ଧ୍ୟା ୬ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଲଗାଯାଇଥିଲା। ଏପରିକି ଏହି ୧୦ ଜିଲ୍ଲାରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଲାଗୁ କରାଯାଇଥିଲା।

   Related Posts