ନାଇଟ୍ କର୍ଫ୍ୟୁରେ କ'ଣ ଖୋଲା ଏବଂ କ'ଣ ବନ୍ଦ ରହିବ, ଜାଣନ୍ତୁ

Published By : Prameya-News7 Bureau | April 03, 2021 IST

ଭୁବନେଶ୍ଵର ୦୩।୦୪:  ଓଡିଶା ସୀମାରେ କରୋନାର ହାଇ ଆଲର୍ଟ । ସୀମାବର୍ତ୍ତୀ ଜିଲ୍ଲାରେ କରୋନା ସଂକ୍ରମଣ ସ୍ଥିତି ସଙ୍ଗୀନ । ରାଜ୍ୟର ୧୦ଜିଲ୍ଲାରେ ଜାରି ହେଲା ନାଇଟ କର୍ଫ୍ୟୁ । ସୁନ୍ଦରଗଡ଼ , ଝାରସୁଗୁଡ଼ା , ସମ୍ବଲପୁର, ବରଗଡ଼ , ବଲାଙ୍ଗିର , ନୂଆପଡ଼ା , କଳାହାଣ୍ଡି , ନବରଙ୍ଗପୁର , କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ଆସନ୍ତା ୫ ତାରିଖ ଅର୍ଥାତ ସୋମବାରରୁ ଲାଗୁ ହେବ ନାଇଟ କର୍ଫ୍ୟୁ ।

ରାତି ୧୦ରୁ ସକାଳ ୫ଟା ଯାଏ କଟକଣା ରହିବ । ଏହି ସମୟରେ ମେଡିକାଲ କିମ୍ବା ଅନ୍ୟ ଏମରଜେନସିରେ ଲୋକେ ଯାତାୟତ କରିପାରିବେ । ଡାକ୍ତର, ମେଡିକାଲ ଓ ପାରା ମେଡିକାଲ ଷ୍ଟାଫଙ୍କ କାର୍ଯ୍ୟ ଜାରି ରହିବ । ସ୍ବାସ୍ଥ୍ୟସେବା, ଆମ୍ବୁଲାନ୍ସ ସେବା ଜାରି ରହିବ । ବିଦ୍ୟୁତ୍‌, ଅଗ୍ନିଶମ , ଟେଲିକମ୍‌ , ଜଳ ଯୋଗାଣ , ରେଲୱେ ଓ  ଏୟାରପୋର୍ଟ କର୍ମଚାରୀଙ୍କ ପାଇଁ କଟକଣା ନାହିଁ । ନାଇଟ କର୍ଫ୍ୟୁ ସମୟରେ ପେଟ୍ରୋଲ ପମ୍ପ, ସିଏନଜି ଷ୍ଟେସନ, ମେଡିସିନ ଦୋକାନ ଏବଂ ଶିଳ୍ପ ପ୍ରତିଷ୍ଠାନ ଖୋଲା ରହିବ । ହୋମ ଡେଲିଭରି ଚାଲୁ ରହିବ ।  ଥାନା ସହିତ ଗଣମାଧ୍ୟମ ସଂସ୍ଥାକୁ ମଧ୍ୟ ଏହି କଟକଣାରୁ ବାହାରେ ରଖାଯାଇଛି। ଏସବୁ ସେବା ବ୍ୟତୀତ ବାକି ସମସ୍ତ ଗତିବିଧି ଉପରେ କଟକଣା ଜାରି ରହିବ।

ପଡୋଶୀ  ଛତିଶଗଡରେ ସ୍ଥିତି ଗମ୍ଭୀର ହେଉଥିବାରୁ ଓଡିଶା ସୀମାରେ ଯାଞ୍ଚ କଡାକଡି କରାଯାଇଛି । ସୀମାବର୍ତ୍ତୀ ଲୁହାରଚଟି ଅଞ୍ଚଳରେ ବରଗଡ଼ରେ ଲୋକଙ୍କୁ ସଚେତନ କରୁଛି ପୋଲିସ । ଛତିଶଗଡ଼ ପଟୁ ଆସୁଥିବା ଲୋକଙ୍କୁ ମାକ୍ସ ପିନ୍ଧିବା ଏବଂ ସାମାଜିକ ଦୂରତା ରଖିବା ନେଇ ସଚେତନ କରାଯାଉଛି ।

ଛତିଶଗଡରେ କରୋନାର ନୂଆ ଷ୍ଟ୍ରେନ N-440 ନେଇ ଝାରସୁଗୁଡା ଜିଲ୍ଲା ପ୍ରଶାସନ ସଜାଗ ହୋଇଛି। ସଂକ୍ରମଣ ବଢିବା ଆଶଙ୍କାରେ ଜିଲ୍ଲାର ୭୭ଟି ସାପ୍ତାହିକ ହାଟ ବନ୍ଦ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସୀମାବର୍ତ୍ତୀ ଇଲାକାରେ ମାସ୍କ ଚେକିଂ  କଡାକଡି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.