Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

କୃଷି ବିଧେୟକ: କ’ଣ ରହିଛି ପ୍ରାବଧାନ, କାହିଁକି ହେଉଛି ବିରୋଧ ?

18/09/2020 at 8:49 PM

ନୂଆଦିଲ୍ଲୀ ୧୮।୯: କୃଷି ବିଧେୟକକୁ ନେଇ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ସମେତ ଦେଶର ବିଭିନ୍ନ ଭାଗରେ ବିରୋଧ ଏବେ ମୁଣ୍ଡ ଟେକିବାରେ ଲାଗିଲାଣି। ଚାଷୀ ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ ମଧ୍ୟ କଲେଣି। ସଂସଦରେ ବିରୋଧୀ ଦଳମାନେ ମଧ୍ୟ ନୂଆ କୃଷି ବିଧେୟକକୁ ବିରୋଧ କରୁଛନ୍ତି।  ତଥାପି ଏହାକୁ ସରକାର ଚାଷୀ  ହୀତକର ଦାବି କରୁଛନ୍ତି। ଏଣୁ ଗତ ୨୪ ଘଣ୍ଟାରେ ଜଣେ କେନ୍ଦ୍ରମନ୍ତ୍ରୀ ସରକାରରୁ ଇସ୍ତଫା ମଧ୍ୟ ଦେଇ ସାରିଲେଣି। ତେବେ ନୂଆ କୃଷି ବିଧେୟକର କେଉଁ ପ୍ରାବଧାନକୁ ବିରୋଧ ହେଉଛି ଆସନ୍ତୁ ଜାଣିବା ।

ଏହି ବିଧେୟକରେ ଏପରି ଏକ ଇକୋ ସିଷ୍ଟମ ନିର୍ମାଣର ବ୍ୟବସ୍ଥା ରହିଛି ଯାହା ଚାଷୀ ଓ ବ୍ୟବସାୟୀଙ୍କୁ ମଣ୍ଡି ବାହାରେ କିଣାବିକାର ସ୍ୱାଧୀନତା ଦେଉଛି। ସେହିପରି ରାଜ୍ୟ ଭିତରେ ଓ ଦୁଇ ରାଜ୍ୟ ମଧ୍ୟରେ ବ୍ୟବସାୟ ଅଭିବୃଦ୍ଧିକୁ ମଧ୍ୟ ପ୍ରୋତ୍ସାହନ ଦେବାର ବ୍ୟବସ୍ଥା ରହିଛି। ଏଥିଲାଗି ସରକାର ପରିବହନ ଖର୍ଚ୍ଚ ହ୍ରାସ ହେବ ବୋଲି ତର୍କ ରଖୁଛନ୍ତି।

ସେହିପରି ବିଧେୟକରେ କୃଷି ରାଜିନାମା ଲାଗି ଜତୀୟ ଫ୍ରେମୱାର୍କର ବ୍ୟବସ୍ଥା ମଧ୍ୟ ରହିଛି । ତେବେ ଏହି ବିଧେୟକ କୃଷି ଉତ୍ପାଦନର ବିକ୍ରି, ଫାର୍ମ ସେବା, କୃଷି ବ୍ୟବସାୟୀ ଫାର୍ମ, ପ୍ରେସେର୍ସ, ପାଇକାରୀ ବିକ୍ରେତା, ବଡ ଖୁଚୁରା ବିକ୍ରେତା ଓ ରପ୍ତାନୀକାରୀଙ୍କ ସହ ଚାଷୀଙ୍କୁ ସଂଯୁକ୍ତ କରିବାର ବ୍ୟବସ୍ଥା ରହିଛି। ଏଥିଯୋଗୁ ବଜାରରେ ପ୍ରତିଯୋଗୀତା ବଢିବା ସହ ଚାଷୀଙ୍କୁ ସେମାନଙ୍କ ଉତ୍ପାଦ ଲାଗି ଉଚିତ ମୂଲ୍ୟ ମଧ୍ୟ  ମିଳିବ ବୋଲି କୁହାଯାଉଛି।

ଚାଷୀଙ୍କୁ ଗୁଣାତ୍ମକ ବିହନ ଯୋଗାଣ, ବୈଷୟିକ ସହାୟତା ଓ ଫସଲ ସ୍ୱାସ୍ଥ୍ୟ ନୀରିକ୍ଷଣ, ଋଣ ସୁବିଧାଓ ଫସଲ ବୀମା ସୁବିଧା ଆଦି ଉପଲବ୍ଧ କରିବାର ବ୍ୟବସ୍ଥା ମଧ୍ୟ ବିଧେୟକରେ ଅଛି। ତେବେ ଖାଦ୍ୟଶଶ୍ୟ, ଡାଲି. ତୈଳ ବିଜ, ଖାଦ୍ୟ ତେଲ,  ପିଆଜ ଓ ଆଳୁକୁ ଅତ୍ୟାବଶକୀୟ ସାମଗ୍ରୀ ସୂଚୀରୁ ବାଦ ଦିଆଯାଇଛି।

କାହିଁକି ହେଉଛି ବିରୋଧ?
ତେବେ ଚାଷୀ ସଙ୍ଗଠନଙ୍କ କହିବା କଥା ହେଲା ଏପରି କୃଷି ଆଇନ ଚାଷ କ୍ଷେତ୍ରରେ ପୁଞ୍ଜିପତି ଓ କର୍ପୋରେଟଙ୍କ ପ୍ରାଦୁର୍ଭାବକୁ ପ୍ରୋତ୍ସାହନ ଦେବ। ଯାହାର ପରିଣାମ ଚାଷୀଙ୍କୁ ଭୋଗିବାକୁ ପଡିବ। ତେବେ ଚାଷୀଙ୍କ ଏଭଳି ଆଶଙ୍କା  ମଧ୍ୟ ନିରାଧାର ନୁହେଁ ବୋଲି କହୁଛନ୍ତି କୃଷି ବିଶେଷଜ୍ଞ। କାରଣ ଚାଷୀଙ୍କ ପ୍ରତି ସରକାରଙ୍କ କାର୍ତ୍ତବ୍ୟ ହ୍ରାସ ହେବ ବୋଲି ଆଶଙ୍କା କରାଯାଉଛି।

ଏବେ ଚାଷୀଙ୍କ ଉତ୍ପାଦନ ଏଫସିଆଇ ଉଠାଉଥିଲେ। ହୁଏତ ନୂଆ ବିଧେୟକ ଆଇନରେ ପରିଣତ ହେବା ପରେ କୃଷି ଉତ୍ପାଦ ଆଉ ଏଫସିଆଇ କିଣିବେ ନାହିଁ। ଫଳରେ ରାଜ୍ୟ କମିଶନ ୬ ପ୍ରତିଶତ ଓ ଏଜେଣ୍ଟ କମିଶନ ୨.୫ ପ୍ରତିଶତ  ମଧ୍ୟ ମିଳିବ ନାହିଁ।  ସେହିପରି ମଣ୍ଡି ବାହାରେ କାରବାର ଅନୁମତି ଯୋଗୁ ଦେଶରେ ମଣ୍ଡି ବ୍ୟବସ୍ଥା ମଧ୍ୟ ରହିବ ନାହିଁ। ଏଣୁ ବିଧେୟକ ଚାଷୀଙ୍କ ଲାଗି ନୁହେଁ ବଜାର ଲାଗି ବୋଲି ସେମାନେ କହୁଛନ୍ତି।

   Related Posts