Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • Australian Open 2022 ଟାଇଟଲ୍ ଜିତିଲେ ଏଶ୍ଲେ ବାର୍ଟି, ଦେଶ ପାଇଁ ରଚିଲେ ଇତିହାସ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||
  • ମୋରଡା : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ସ୍କର୍ପିଓ, ୪ ଗୁରୁତର ମେଡିକାଲରେ ଭର୍ତ୍ତି
  • ||

ବାଲାକୋଟ ଆକ୍ରମଣରେ ପାକିସ୍ତାନ ବିମାନକୁ ଧ୍ବଂସ କରିଥିବା ଭାରତୀୟ ବାୟୁ ସେନାର ‘ମିଗ୍-୨୧’ ବିମାନ ସଂପର୍କରେ ଜାଣନ୍ତୁ…

2/09/2019 at 9:02 PM

ନୂଆଦିଲ୍ଲୀ୨|୯: ଗଣେଷ ଚତୁର୍ଥୀ  ଅର୍ଥାତ ସେପ୍ଟେମ୍ବର ୨ ତାରିଖରେ ବାୟୁସେନର ମୁଖ୍ୟ ମାର୍ଶଲ ବିଏସ ଧନୌଓ ଓ ବୀର ଚକ୍ରରେ ସମ୍ମାନିତ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ଉଭୟ ମିଶି ମିଗ୍-୨୧ ବିମାନର ଉଡାଣ ଭରିଥିଲେ। ବାଲାକୋଟ ଆକ୍ରମଣ ସମୟରେ ଭାରତୀୟ ବାୟୁସେନା ପାକିସ୍ତାନର ଲଡ଼ୁଆ ବିମାନ ଏଫ-୧୬କୁ ମାରି ତଳକୁ ଖସାଇ ପକାଇଥିଲେ। ବାୟୁସେନାର ମୁଖ୍ୟଙ୍କ ସହ ପଠାନକୋଟରେ ଅଭିନନ୍ଦନ ଆଜି ଉଡାଣ ଭରିଥିଲେ।

ପାକିସ୍ତାନ ଏଫ-୧୬ ଜେଟକୁ ମାରି ଭାରତୀୟ ମିଗ୍-୨୧ ବିମାନ ତଳକୁ ଖସାଇ ପକାଇଥିଲା । ଭାରତୀୟ ବାୟୁସେନାରେ ବ୍ୟବହାର କରାଯାଉଥିବା ଶକ୍ତିଶାଳୀ ମିଗ-୨୧ ବିମାନ ସଂପର୍କରେ ଜାଣନ୍ତୁ।

ଭାରତୀୟ ବାୟୁସେନା ପାଖରେ ବହୁ ଲଡ଼ୁଆ ବିମାନ ରହିଛି। ହେଲେ ଅଧିକାଂଶ ସମୟରେ ମିଗ-୨୧ ବିମାନକୁ ବ୍ୟବହାର କରାଯାଇଥାଏ। ବିମାନ ମଧ୍ୟରୁ ଏହି ବିମାନ ସବୁଠାରୁ ପୁରୁଣା । ଶତ୍ରୁଙ୍କୁ ସୀମା ଭିତରକୁ ପ୍ରବେଶ ନକରାଇ ଦେବା ପାଇଁ ଏହି ଯୁଦ୍ଧ ବିମାନକୁ ବ୍ୟବହାର କରାଯାଇଥାଏ। ବାଲାକୋଟ ସମୟରେ ମିଗ-୨୧ ଲଡ଼ୁଆ ଯୁଦ୍ଧ ବିମାନ ବ୍ୟବହାର କରାଯାଇଥିଲା।

ମିଗ-୨୧ ବିମାନ ସେଭିୟତ ଜେଟ୍‌ର ଏକ ଅପଗ୍ରେଡ ଭର୍ସନ। ମିଗ-୨୧ ବାଇସନ ସର୍ଟ ରେଞ୍ଜର ଓ ମିଡ଼ିୟମ ରେଞ୍ଜ ଏୟାରକ୍ରାପ୍ଟ ମିସାଇଲ ଉପରେ ଆକ୍ରମଣ କରିବା ପାଇ ସମର୍ଥ। ୧୯୭୧ ଓ ୧୯୯୯ ମସିହାରେ ପାକିସ୍ତାନ ସହ ହୋଇଥିବା କାରଗିଲ ଯୁଦ୍ଧରେ ମିଗ-୨୧ ବିମାନ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ମିଗ-୨୧ ବିମାନକୁ ଆମେରିକାର ଲଡ଼ୁଆ ଯୁଦ୍ଧ ବିମାନ ସହ ସମାନ। ୨୦୧୩ ମସିହାରେ ଭାରତୀୟ ବାୟୁସେନାରେ ମିଗ-୨୧ ବିମାନର ୫୦ ବର୍ଷ ଉତ୍ସବ ପାଳନ କରାଯାଇଥିଲା। ୧୯୬୭ ମସିହାରେ ହିନ୍ଦୁସ୍ତାନ ଏରୋନଟିକ୍ସ(ହାଲ)କୁ ମିଗ୍-୨୧ ବିମାନ ତିଆରି କରିବା ପାଇଁ ଅନୁମତି ମିଳିଥିଲା

ଋଷ ଓ ଚୀନ ପରେ ମିଗ-୨୧ ବିମାନର ତୃତୀୟ ଅପରେଟର ଭାବେ ଭାରତକୁ ସବୁ ଜାଣିଛନ୍ତି। ୧୯୬୪ ମସିହାରେ ମିଗ-୨୧ ବିମାନକୁ ପ୍ରଥମ ଲଡ଼ୁଆ ବିମାନ ଭାବେ ଭାରତୀୟ ବାୟୁସେନାରେ ସାମିଲ କରାଯାଇଥିଲା। ୧୯୮୫ ମସିହା ପରେ ଏହି ବିମାନର ତିଆରି କରିବାକୁ ବନ୍ଦ କରାଯାଇଥିଲା। ନିର୍ମାଣ ସମୟରେ ଏହି ବିମାନର ଦାମ ଥିଲା ୨୦ କୋଟି କିନ୍ତୁ ବର୍ତ୍ତମାନ ସମୟରେ ଏହି ବିମାନର ଦାମ ୧୭୭ କୋଟି ଟଙ୍କା।

   Related Posts