୩୦କିଲୋ ସୁନା ପାଇଁ ଉଠୁଛି ପଡ଼ୁଛି କେରଳ : କେଉଁଠୁ ଆସିଲା ସୁନା,କିଏ ନେଇଛି, କାହାର ହାତ…?

Published By : Prameya-News7 Bureau | July 08, 2020 IST

ନୂଆଦିଲ୍ଲୀ ୮/୭: କେରଳର ପିନାରାଇ ବିଜୟନ୍ ସରକାର ଉପରେ ଖୁବ୍ ଶୀଘ୍ର ଚଡ଼କ ପଡ଼ିବ। କାରଣ ହେଉଛି ତାଙ୍କ ଅଫିସରେ କାର୍ଯ୍ୟରତ ଆଇଏଏସ୍ ଅଧିକାରୀଙ୍କ ବିରୋଧରେ ସୁନା ତସ୍କରୀ କରୁଥିବା ବ୍ୟକ୍ତିଙ୍କୁ ବଞ୍ଚାଇବା ଅଭିଯୋଗ ହେବା। ଏହି ଅଭିଯୋଗ ପରେ ବିଜୟନ କାର୍ଯ୍ୟାଳୟରେ କାର୍ଯ୍ୟରତ ଏହି ଆଇଏଏସ୍ ଅଧିକାରୀଙ୍କୁ ହଟାଇ ଦେଇଛନ୍ତି। ଏହି ଅଭିଯୋଗକୁ ମୁଖ୍ୟମନ୍ତ୍ରୀ ପ୍ରତ୍ୟାଖ୍ୟାନ କରିଛନ୍ତି।

କୁହାଯାଉଛି ଯେ କଷ୍ଟମ୍ ଡ୍ୟୁଟି ଡିପାର୍ଟମେଣ୍ଟ୍ ଦ୍ବାରା ଜୁଲାଇ ୪ତାରିଖ ଜବତ କରାଯାଇଥିବା ୩୦କିଲୋ ସୁନା ତସ୍କରି ମାମଲା ପରେ ସରକାର ସମ୍ବନ୍ଧିତ ଅଧିକାରୀଙ୍କ ଯୋଗାଯୋଗ ରଦ୍ଦ କରି ଦେଇଛନ୍ତି। କଷ୍ଟମ୍ ଡ୍ୟୁଟି ଟିମ୍ ତିରୁବନନ୍ତପୁରମ୍ ବିମାନବନ୍ଦରରେ ୧୫କୋଟି ଟଙ୍କାର ସୁନା ଜବତ କରାଯିବା ପରେ ଏବେ ଏହା ପତ୍ତା ଲଗାଉଛି କିପରି ଅନଧିକୃତ ଲୋକ କାର୍ଗୋକୁ ମଞ୍ଜୁରୀ ଦେବାରେ ଜଡ଼ିତ ହୋଇଛନ୍ତି।

ସୂଚନା ଅନୁଯାୟୀ,ଏୟାର କାର୍ଗୋରେ ଡିପ୍ଲୋମାଟିକ୍ ବ୍ୟାଗ ଦ୍ବାରା ଏହି ସୁନା ପହଞ୍ଚାଇ ଦିଆଯାଇଥିଲା। ଏହି ମାମଲାରେ ଜଣେ ଅଭିଯୁକ୍ତ ସହ ୟୁଏଇରେ ତିରୁଅନନ୍ତପୁରମର ପୂର୍ବତନ ଜନସମ୍ପର୍କ ଅଧିକାରୀ ସରିତ କୁମାରଙ୍କୁ ଗିରଫ କରାଯାଇଥିଲା। ଉଭୟଙ୍କୁ ୧୪ଦିନ ପାଇଁ ରିମାଣ୍ଡରେ ଅଣାଯାଇଛି। ଏଥିରେ ଏକଥା ମଧ୍ୟ ସାମନାକୁ ଆସିଛି ଯେ ଏହି ସୁନାର ବ୍ୟାଗକୁ ନିଜର କହୁଥିବା ଜଣେ ମହିଳା ସ୍ବପ୍ନା ସୁରେଶଙ୍କୁ ମଧ୍ୟ ଏହି ମାମଲାରେ ସନ୍ଦେହ ଘେରରେ ରଖାଯାଇଛି।

ସ୍ବପ୍ନା ସୁରେଶ ୟୁଏଇ ବାଣିଜ୍ୟ ଦୂତାବାସର ଜଣେ ପୂର୍ବତନ କର୍ମଚାରୀ ରହି ସାରିଛନ୍ତି। ଏହା ସହିତ ସେ କେରଳ ସରକାରଙ୍କ ସୂଚନା ପ୍ରାଦ୍ୟୋଗିକ ବିଭାଗ ସହ ଜଡ଼ିତ କମ୍ପାନୀରେ ପିଆରଓ ପଦରେ କାର୍ଯ୍ୟରତ ଥିଲେ।

ଏହି ମାମଲାରେ କଂଗ୍ରେସର ବରିଷ୍ଠ ନେତା ରମେଶ ଚେନ୍ନିତଲା ଅଭିଯୋଗ କରିଛନ୍ତି ଯେ ଏହି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଅପରାଧୀଙ୍କ ଆଡ୍ଡା ପାଲଟିଛି। ତେଣୁ ଏହାର ସିବିଆଇ ଯାଞ୍ଚ ହେବା ଆବଶ୍ୟକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.