ନୂଆଦିଲ୍ଲୀ୧୯|୯: ସେପ୍ଟେମ୍ବର ୧୭ ତାରିଖରେ ଇ-ସିଗାରେଟ୍ ଉପରେ କେନ୍ଦ୍ର କ୍ୟାବିନେଟ୍ କଟକଣା ଲଗାଇଥିଲା। ଦେଶ ଭିତରେ ଇଲୋକ୍ଟ୍ରନିକ ସିଗାରେଟ୍ ତିଆରି ଓ ବିକ୍ରି ଉପରେ କେନ୍ଦ୍ରୀୟ କ୍ୟାବିନେଟ କଟକଣା ଜାରି କରିଥିଲା। ଇ-ସିଗାରେଟ୍ର ପ୍ରଚାର କେହି କରି ପାରିବେ ନାହିଁ ବୋଲି ଆଦେଶ ଦିଆଯାଇଥିଲା। ଏହା ବ୍ୟତୀତ ଇଲୋକ୍ଟ୍ରନିକ ନିକୋଟିନ ଡେଲିଭରି ସିଷ୍ଟମ(ଇଏନଡିଏସ) ସହ ଜଡ଼ିତ ଉତ୍ପାଦକ ଧୂମ୍ରପାନ ଉପରେ କଟକଣା ଜାରି କରାଯାଇଥିଲା। ଯଥା, ବେପ୍ସ, ଇ-ହୁକ୍କା ବା ଇ-ସିଗାରେଟ୍ ଏହିଭଳି ଜିନିଷ ଉପରେ କଟକଣା ଜାରି ହୋଇଥିଲା।
{"id":159921}ଯେଉଁ ବ୍ୟକ୍ତି ପ୍ରଥମଥର ଏହି ନିୟମ ଭାଙ୍ଗିବେ ତାଙ୍କୁ ଏକ ଲକ୍ଷ ଟଙ୍କା ଜରିମନା ଓ ଗୋଟେ ବର୍ଷ ଦଣ୍ଡ ଭୋଗିବାକୁ ପଡିବ ବୋଲି ନିର୍ଦେଶାନାମାରେ ଉଲ୍ଲେଖ ହୋଇଥିଲା। ସେହିପରି ଯଦି ସେହି ବ୍ୟକ୍ତି ଦ୍ବିତୀୟ ଥର ଧରା ପଡନ୍ତି ତେବେ ୫ ଲକ୍ଷ ଟଙ୍କା ଜରିମନା ଓ ତିନି ବର୍ଷ ଜେଲଦଣ୍ଡ ଭୋଗିବେ। ଏହି ଉତ୍ପାଦକକୁ ଷ୍ଟୋରରେ ରଖୁଥିବା ବ୍ୟକ୍ତିଙ୍କୁ ୬ ମାସ ଜେଲ ଦଣ୍ଡ ଓ ୫୫ ହଜାର ଟଙ୍କା ଜରିମନା ଦେବାକୁ ପଡ଼ିବ।
{"id":159916}ଇ-ସିଗାରେଟ ବ୍ୟାଟରୀ ଦ୍ବାରା ଚାଲିଥାଏ। ବ୍ୟାଟେରୀ ଗରମ ହେଲେ ବାଷ୍ପ ଆକାରେ ଯେଉଁ ଧୂଆଁ ବାହାରେ ସେଗୁଡିକକୁ ବ୍ୟବହାରକାରୀ ଟାଣିଥାନ୍ତି। ସାଧାରଣ ସିଗାରେଟ୍ ଭଳି ଇ-ସିଗାରେଟ୍ ଦେଖା ହୋଇନଥାଏ। ୟୁଏସବି ଡ୍ରାଇଭ୍ ଭଳି ଇ-ସିଗାରେଟ୍ ଦେଖା ଯାଇଥାଏ। ଇଏନଡିଏସ ଉତ୍ପାଦକ ତିଆରି ଓ ବିକ୍ରି କରୁଥିବା ବ୍ୟକ୍ତିଙ୍କ କହିବା ମୁତାବକ, ପାରମ୍ପରିକ ସିଗାରେଟଠାରୁ ଇ-ସିଗାରେଟ୍ ଶରୀର ପ୍ରତି କମ୍ ହାନି କାରକ ହୋଇଥାଏ।
{"id":159923}ଇ-ସିଗାରେଟ୍ର ମାର୍କେଟ ଛୋଟ ଥିଲା। କିନ୍ତୁ ଧୀରେ ଧୀରେ ଏହା କାୟା ବିସ୍ତାର କରିବାକୁ ଲାଗିଛି। ୨୦୧୭ ମସିହାରେ ବଜାରରେ ପାଖାପାଖି ୧୦୭ କୋଟି ଟଙ୍କାର ଇ-ସିଗାରେଟ୍ ବ୍ୟବସାୟ କରାଯାଉଥିଲା। ୨୦୨୨ ମସିହା ସୁଦ୍ଧା ଏହା ୬୦ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି । ସେହିପରି ୨୦୨୪ ମସିହା ବେଳେକୁ ଏହା ବୃଦ୍ଧି ହୋଇ ୩୨୨.୫୪ କୋଟି ଟଙ୍କାରେ ପହଞ୍ଚି ଯାଇପାରେ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି।
{"id":159918}ସ୍ବାସ୍ଥ୍ୟ ମନ୍ତ୍ରାଳୟ ମୁତାବକ, ଇ-ସିଗାରେଟକୁ ଯାଞ୍ଚ କରାଯାଇ ନାହିଁ। ଡ୍ରଗ୍ସ ଏଣ୍ଡ କସ୍ମେଟିକ୍ସ ଆକ୍ଟ ୧୯୪୦ ଅନୁଯାୟୀ ଏହାକୁ ଆପ୍ରୁଭାଲ ମିଳି ନାହିଁ। କିନ୍ତୁ ପୂରା ଦେଶରେ ଇ-ସିଗାରେଟ୍ର ପ୍ରଚଳନ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି। ୨୦୧୯ ମସିହାରେ ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ଦ୍ବାରା ଏକ ଶ୍ବେତ ପତ୍ର ଜାରି ହୋଇଥିଲା। ସେଥିରେ ଲେଖା ଥିଲା କି, ଇଏନଡିଏସ ଉତ୍ପାଦକ ସେବନ କରିବା ଦ୍ବାରା ଡିଏନଏ ଖରାପ ହୋଇଥାଏ। ସେଲ୍ୟୁଲର ମଲିକ୍ୟୁଲର ଓ ଇମ୍ୟୁନିଲଜିକଲ ଟକ୍ସଟି ମଧ୍ୟ ବଢ଼ି ଯାଇଥାଏ।