କରୋନା ଲକ୍ ଡାଉନ୍‌ରେ ପ୍ରଧାନମନ୍ତ୍ରୀ କରୁଛନ୍ତି କ’ଣ? ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | March 29, 2020 IST

ନୂଆଦିଲ୍ଲୀ ୨୯।୩: ଭାରତରେ ପ୍ରଥମ କରୋନା ସଂକ୍ରମଣ ପରଠାରୁ ଭୂତାଣୁର ଦ୍ରୁତ ପ୍ରସାର ହେଉଛି। ଏଣୁ ସଂକ୍ରମଣର ଶୃଙ୍ଖଳ ଛିନ୍ନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶକୁ ୨୧ ଦିନିଆ ଲକ୍ ଡାଉନକୁ ନେଇଛନ୍ତି। ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଲକ୍ ଡାଉରେ ପ୍ରଧାନମନ୍ତ୍ରୀ ହାତ ଉପରେ ହାତ ଥୋଇ ବସି ନାହାନ୍ତି। କରୋନା ସଂକ୍ରମଣ ଜନିତ ପରିସ୍ଥିତିର ଦୈନିକ ତାଜା ସୂଚନା ସଂଗ୍ରହ ସହ ଆଗାମୀ ରଣନୀତି ବି ପ୍ରସ୍ତୁତିରେ ଲାଗିଛନ୍ତି। 

{"id":245956,"sizeSlug":"large"}

କରୋନା ଅପଡେଟ୍ ଲାଗି ପ୍ରଧାନମନ୍ତ୍ରୀ ସରକାରୀ କଳବଦଳେ ନିଜକୁ ଦିନରାତି କାମରେ ଲଗାଇଛନ୍ତି। ପରିସ୍ଥିତିର ଫାଷ୍ଟ ହ୍ୟାଣ୍ଡ ଫିଡ ବ୍ୟାକ୍ ଲାଗି ଦୈନିକ ଅନୁନ୍ୟ ୨୦୦ ଜଣଙ୍କ ସହ ବିଭିନ୍ନ ଉପାୟରେ ଯୋଗାଯୋଗ କରୁଥିବା ଏବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି।  ଯେଉଁଥିରେ ସେ ପ୍ରତି ଦିନ ସକାଳୁ ରାତି ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମେତ ଡାକ୍ତର, ନର୍ସ, ଓ ଏପରିକି ସ୍ୱାସ୍ଥ୍ୟ କର୍ମୀଙ୍କ ସହ ମଧ୍ୟ  ଆଲୋଚନା କରୁଛନ୍ତି। 

{"id":245957,"sizeSlug":"large"}

କେବଳ ସୂଚନା ସଂଗ୍ରହ ନୁହେଁ ଉପୁଜିଥିବା ପରିସ୍ଥିତିରେ ଚିକିତ୍ସକ, ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କ ମନୋବଳ ମଧ୍ୟ ବଢାଉଛନ୍ତି। ଦେଶରେ କରୋନା ପଜେଟିଭଙ୍କ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ସେହି ଅନୁପାତରେ ବଢିବା ଆରମ୍ଭ କରିଛି। ତେବେ ଏପରି ପରିସ୍ଥିତିରେ ସଂକ୍ରମଣ କିପରି ରୋକାଯାଇପାରିବ ଏବଂ ଅଧିକରୁ ଅଧିକ ସଂକ୍ରମିତ କିପରି ସୁସ୍ଥ ହୋଇ ଘରକୁ ଫେରିବେ ତା ଉପରେ ପ୍ରଧାନମନ୍ତ୍ରୀ ପ୍ରାଥମିକତା ଦେଉଛନ୍ତି ।

{"id":245962,"sizeSlug":"large"}

ଏଥିଲାଗି ସେ ବିଭିନ୍ନ ପରାମର୍ଶ ମଧ୍ୟ ଗ୍ରହଣ କରୁଛନ୍ତି। ସେହି ଅନୁସାରେ କରୋନା ବିରୋଧରେ ଲଢେଇ ପାଇଁ ରଣନୀତି ପ୍ରସ୍ତୁତ କରିବା ସହ ତା ଉପରେ ୱାର୍କ ଆଉଟ୍ କରୁଛନ୍ତି। ଏଥିଲାଗି ପ୍ରଧାନମନ୍ତ୍ରୀ ଟେଲିଫୋନରେ ବି ଲୋକଙ୍କ ସହ ଯୋଗାଯୋଗ କରୁଥିବା ଜଣାପଡିଛି। ଯେଉଁମାନେ ସଂକ୍ରମଣ ମୁକ୍ତ ହୋଇଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ପଚାରି ବୁଝୁଛନ୍ତି। 

{"id":245964,"sizeSlug":"large"}

ସେପଟେ ଲକ ଡାଉନ ଯୋଗୁ ଦେଶରେ ଆର୍ଥିକ, ସାମାଜିକ ଓ ରାଜନୈତିକ ପରଦୃଶ୍ୟରେ ବି ବିଶାଳ ପରିବର୍ତ୍ତନ ଆସିଛି। ଦେଶ ଲକ୍ ଡାଉନ୍‌କୁ ଯିବାର ଦିନ ୪ଟା ହୋଇନି ପ୍ରାୟ ରାଜ୍ୟରେ ପ୍ରବାସୀ ଶ୍ରମିକଙ୍କ ପରିସ୍ଥିତି ଜଟିଳ ହୋଇପଡିଛି। ସେମାନେ ରୋଜଗାର ନେଇ ଅନିଶ୍ଚିତତା କାରଣରୁ ପଳାୟନ ଲାଗି ବାଧ୍ୟ ହୋଇଛନ୍ତି। ଯାନବାହନ, ରେଳ ଓ ବିମାନ ସେବା ବନ୍ଦ ଯୋଗୁ ସେମାନେ ପାଦରେ ଚାଲି ଚାଲି ଫେରିବାର ଦୃଶ୍ୟ  ହୃଦୟ ବିଦାରକ। ତେବେ ଏହା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ନଜର ରଖିଛନ୍ତି। ଉପୁଜିତିବା ପରିସ୍ଥିତିରେ ସେମାନଙ୍କୁ ଧୈର୍ଯ୍ୟ ଦିଆଇବା ସହ ଖାଦ୍ୟ, ରହଣୀ ଓ ଅନ୍ୟ ବ୍ୟବସ୍ଥାର ମଧ୍ୟ ବ୍ୟକ୍ତିଗତ ତଦାରଖ କରୁଛନ୍ତି  ପ୍ରଧାନମନ୍ତ୍ରୀ ।

{"id":245965,"sizeSlug":"large"}

ତେବେ ଦେଶକୁ କରୋନା ଭୂତାଣୁ ଆସିବା ପୂର୍ବରୁ ଏଥିଲାଗି ପ୍ରଧାନମନ୍ତ୍ରୀ ପ୍ରସ୍ତୁତି ଚଳାଇଥିଲେ ବୋଲି ଏବେ ଜଣାପଡିଛି। ଗତ ଜାନୁୟାରୀ ମାସରେ ପ୍ରଧାନମନ୍ତ୍ରୀ ଯଦି ଦେଶରେ ଭୂତାଣୁ ସଂକ୍ରମଣ ଜନିତ ପରିସ୍ଥିତି ଉପୁଜେ ସେଥିରେ ଆମେ କ’ଣ କରିପାରିବା ବୋଲି ବିଶେଷଜ୍ଞଙ୍କ ମତାମତ ନେଉଥିଲେ। ଚୀନରେ କରୋନା ଯେତିକି ବଢୁଥିଲା ପ୍ରଧାନମନ୍ତ୍ରୀଙ୍କ ଏପରି କାର୍ଯ୍ୟକ୍ରମ ସଂଖ୍ୟା ସେହିପରି ବଢିବାରେ ଲାଗିଥିଲା।

{"id":245971,"sizeSlug":"large"}

ଶେଷ ବେଳକୁ ପ୍ରଧାନମନ୍ତ୍ରୀ କରୋନା ରଣନୀତି ଲାଗି ଦୈନିକ ବୈଠକ ଡାକିବା ଆରମ୍ଭ କରିଥିଲେ। ଯେଉଁଥିରେ କ୍ୟାବିନେଟ୍ ସଚିବ ଓ ମୁଖ୍ୟ ଶାସନ ସଚିବଙ୍କୁ ବି ଡକାଉଥିଲେ। ବୈଠକର ନିଷ୍ପତ୍ତି ଅନୁସାରେ ସରକାର ପରିସ୍ଥିତି ଉପୁଜିଲେ କଣ ପଦକ୍ଷେପ ନେବେ ସେ ନେଇ ପ୍ରଧାମନ୍ତ୍ରୀ ଗ୍ରୁପ ଅଫ ମିନିଷ୍ଟର (ଜିଏମଓ)ଙ୍କୁ ମଧ୍ୟ ପ୍ରତିଟି ସୂଚନା ଦେଉଥିବାର ଏବେ ପିଏମଓଙ୍କ ସୂଚନାରୁ ଜଣାପଡିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.