Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

୩ ଥର ଆଇପିଏଲ ଚାମ୍ପିଅନ ହୋଇଥିବା ଚେନ୍ନାଇ ଏବେ କରିବ କ’ଣ ? ଦଳର ଆଗାମୀ ରଣନୀତି ବାବଦରେ କହିଲେ ଧୋନୀ

20/10/2020 at 3:40 PM

ଦୁବାଇ, ୨୦:୧୦:  ଚେନ୍ନାଇ ସୁପର କିଙ୍ଗସ୍ ଚଳିତ ଆଇପିଏଲରେ ଏବେସୁଦ୍ଧା ୭ଟି ପରାଜୟର ସାମ୍ନା କରିଛି । ଏହି ପରାଜୟ ପରେ ଦଳର ପ୍ଲ ଅଫ୍ ଆଶା ମଉଳିବାରେ ଲାଗିଛି । ଦଳ କିପରି ଭାବେ ଆଗାମୀ ମ୍ୟାଚରେ ଭଲ ପ୍ରଦର୍ଶନ କରି ଫର୍ମକୁ ଫେରିବ ସେନେଇ ପ୍ରୟାସ କରିବ ।

ସୋମବାର ଆବୁଧାବିରେ ଚେନ୍ନାଇ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ଚେନ୍ନାଇ ୭ ଓ୍ୱିକେଟରେ ପରାସ୍ତ ହୋଇଛି । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୫ ଓ୍ୱିକେଟ ହରାଇ ୧୨୫ ରନ୍ କରିଥିଲା । ଜବାବରେ ରାଜସ୍ଥାନ ୩ ଓ୍ୱିକେଟ ହରାଇ ଟାର୍ଗେଟ ପୁରା କରିନେଇଥିଲା ।

ଆଜି ଯାଏଁ ଚେନ୍ନାଇ ଆଇପିଏଲରେ ଯେଉଁ ସିଜିନରେ ଖେଳିଛି ପ୍ଲେ ଅଫକୁ ଯାଇଛି । ଏହାସହ ୩ ଥର ଚାମ୍ପିଅନ ହୋଇଛି । ୫ଥର ରନର୍ସ ଅପ୍ ହୋଇଛି ଦଳ । କିନ୍ତୁ ଚଳିତ ଥର ଦଳ ୧୦ଟି ମ୍ୟାଚ୍ କେଲି ମାତ୍ର ୬ ପଏଣ୍ଟ ପାଇଛି । ମ୍ୟାଚ୍ ପରେ ଧୋନୀ କହିଛନ୍ତି ଯେ, ଆପଣ ଯାହା ଚାହିଁବେ ଫଳାଫଳ ସେପରି ହେବ ବୋଲି କିଛି ମାନେ ନଥାଏ । ଭୁଲ କେଉଁଠି ରହିଲା ତାହା ଦେଖିବାକୁ ପଡିବ । ଏହି ପ୍ରକ୍ରିୟାରୁ ଦଳ କିପରି ବାହାରିବ ତାହା ଉପରେ ଫୋକସ କରାଯାଉଛି ବୋଲି ଧୋନୀ କହିଛନ୍ତି ।

ଧୋନୀ ପ୍ରଥମ ୯ ଓଭରରେ ହିଁ ଦୀପକ ଚହର ଓ ଜୋସ ହେଜଲବୁଡଙ୍କ କୋଟା ପୂରଣ କରିନେଇଥିଲେ । ଫଳରେ ଦଳ ପାଖରେ ଆଉ ଭଲ ବୋଲର ବିକଳ୍ପ ରହିନଥିଲା । ପ୍ରଥମ ଇନିଂସ ଭଳି ଦ୍ୱିତୀୟ ଇନିଂସରେ ସ୍ପିନରଙ୍କୁ ଅଧିକ ସହଯୋଗ ମିଳୁନଥିଲା ବୋଲି ଧୋନୀ ସ୍ୱୀକାର କରିଛନ୍ତି । କେବଳ ଦ୍ରୁତ ବୋଲରଙ୍କୁ ଓ୍ୱିକେଟ୍ ମିଳିଥିଲା । ରବୀନ୍ଦ୍ର ଜାଡେଜାଙ୍କ ବୋଲିଂ ମଧ୍ୟ ଫଳପ୍ରଦ ହୋଇନଥିଲା ।

ଲଗାତର ପରାଜୟ ସତ୍ତ୍ୱେ ଧୋନୀ ଦଳରେ ସେପରି କିଛି ପରିବର୍ତ୍ତନ କରିବେ ନାହିଁ ବୋଲି କହିଛନ୍ତି । ଏପରି ବେଲେ ଦଳରେ ଖେଳାଳିଙ୍କ ମଧ୍ୟରେ ଅସୁରକ୍ଷିତ ଭାବ ଦେଖାଯିବ ବୋଲି ସେ କହିଛନ୍ତି ।

ଚଳିତ ସିଜିନରେ ଧୋନୀ ଯୁବ ଖେଳାଳିଙ୍କୁ ଅଧିକ ସୁଯୋଗ ଦେଇ ନଥିବା ମାନିଛନ୍ତି । ଆଗାମୀ ଦିନରେ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିବ ବୋଲି କହିଛନ୍ତି ମାହି ।

   Related Posts