Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଆଣ୍ଟିବଡି କକଟେଲ୍‌ ଔଷଧ କଣ ? କରୋନା ଲଢେଇରେ ଏହା କେତେ ଫଳପ୍ରଦ ଜାଣନ୍ତୁ

3/06/2021 at 9:47 PM

ନୂଆଦିଲ୍ଲୀ ୦୩/୦୬ : କରୋନା ମହାମାରୀ ବିରୋଧରେ ଦେଶରେ ଲଢେଇ ଜାରି ରହିଛି । କରୋନା ଲଢେଇ ପାଇଁ ବର୍ତ୍ତମାନ ଆଉ ଏକ ଅସ୍ତ୍ର ମିଳିଛି । କରୋନାକୁ ମାତ ଦେବାକୁ ଭାରତରେ ମୋନୋକ୍ଲୋନାଲ ଆଣ୍ଟିବଡି ବା କକଟେଲ ଡ୍ରଗ୍ସ ବ୍ୟବହାର ଆରମ୍ଭ ହୋଇଛି । ସ୍ୱିଜରଲ୍ୟାଣ୍ଡ ଡ୍ରଗ୍ସ କମ୍ପାନୀ ରୋଶୋ ଓ ସିପ୍ଲା ଏହାକୁ ଭାରତରେ ଲଞ୍ଚ କରିଛନ୍ତି । ଏହି ମୋନୋକ୍ଲୋନାଲ ଆଣ୍ଟିବଡିକୁ ନେଇ ଦାବି କରାଯାଉଛି ଯେ ଯଦି ଜଣେ କରୋନା ରୋଗୀଙ୍କୁ ଏହି ଔଷଧ ଦିଆଯାଏ ତାହେଲେ ଏହା ୭୦ ପ୍ରତିଶତ ଫଳପ୍ରଦ ।

ଏହି ଔଷଧ ବ୍ୟବହାର ଦ୍ୱାରା ରୋଗୀକୁ ହସ୍ପିଟାଲରେ ଭର୍ତ୍ତି କରିବା ସମ୍ଭାବନା କମ ରହିଥାଏ । ‘ଆଣ୍ଟିବଡି କକଟେଲ’ ଦୁଇଟି ଔଷଧର ମିଶ୍ରଣ ଯାହା କରୋନା ସହ ଲଢ଼ିବାରେ ରୋଗୀର ଶକ୍ତି ବୃଦ୍ଧି କରିଥାଏ । ଏଥିରେ କାସିରିଭିମାବ (Casirivimab) ଏବଂ ଇମ୍ଦେଭିମାବ(Imdevimab) ଔଷଧ ମିଶିଛି । ଦୁଇଟି ଔଷଧକୁ ୬୦୦-୬୦୦ ଏମଜି ମିଶାଇ ଆଣ୍ଟିବଡି କକଟେଲ ପ୍ରସ୍ତୁତ କରାଯାଇଛି । ଏକ୍ସପର୍ଟଙ୍କ କହିବାନୁଯାୟୀ, ଏହି ଔଷଧ କରୋନା ଭାଇରସକୁ ମାନବ କୋଷକୁ ଯିବାରେ ରୋକିଥାଏ । ଯାହାଫଳରେ ଭାଇରସକୁ ନ୍ୟୁଟ୍ରିସନ ମିଳିନଥାଏ । ଫଳରେ ଏହା ଭାଇରସକୁ ରିଫ୍ଲେକ୍ଟ କରିବାରେ ରୋକିଥାଏ ।

ଦିଲ୍ଲୀର RML ହସ୍ପିଟାଲର ଡାକ୍ତର ରାଜୀବ ସୁଦ କହିଛନ୍ତି ଯେ ଏହି ଆଣ୍ଟିବଡ଼ି ଲ୍ୟାବରେ ପ୍ରସ୍ତୁତ କରାଯାଇଛି । ଏହା କରୋନା ଭାଇରସର ପାଇକ ପ୍ରୋଟିନକୁ ନଷ୍ଟ କରିଥାଏ | ଏହା ଏକ ପ୍ରକାର ରୋଗ ପ୍ରତିରୋଧକ । କୌଣସି ବ୍ୟକ୍ତି କରୋନା ପଜିଟିଭ ହେବାର ୪୮ ରୁ ୭୨ ଘଣ୍ଟା ମଧ୍ୟରେ ଏହି ଔଷଧ ଦିଆଯାଏ । ଏହି ଔଷଧ ଦେବାକୁ ୨୦ ରୁ ୩୦ ମିନିଟ ସମୟ ଲାଗିଥାଏ । ଔଷଧ ଦେବାପରେ ସତର୍କ ରହିବାକୁ ପଡେ, ଯେପରି ଭ୍ୟାକସିନ ନେଲେ ସତର୍କ ରହିବାକୁ ହୋଇଥାଏ ।

ଡାକ୍ତର ରୁଚିତା ଶର୍ମା କହିଛନ୍ତି ଯେ ଏହି କକଟେଲ କାହାକୁ ଦିଆଯିବ ଓ କାହାକୁ ଦିଆଯିବନି ତାହା ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ । କରୋନା ସଂକ୍ରମିତ ହେବା ପରେ ଯେଉଁମାନଙ୍କୁ ଅକ୍ସିଜେନ ଆବଶ୍ୟକ ହେଉଛି କିମ୍ବା ଗୁରୁତର ସମସ୍ୟା ରହିଥିବା ରୋଗୀଙ୍କ ପାଇଁ ଏହି ଆଣ୍ଟିବଡି ଲାଭଦାୟକ ହେବ ନାହିଁ । ଶୀଘ୍ର ସଂକ୍ରମିତ ହେଥିବା ବ୍ୟକ୍ତିଙ୍କ ପାଇଁ ଏହା ଲାଭଦାୟକ । କରୋନା ଦ୍ୱିତୀୟ ଲହର ଅନେକଙ୍କ ପରିବାରକୁ ଧ୍ୱଂସ କରିଦେଇଛି । ଦେଶରେ କରୋନା ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା “ମୋନୋକ୍ଲୋନାଲ ଆଣ୍ଟିବଡି ଥେରାପି” ରୋଗୀଙ୍କ ପାଇଁ କୌଣସି ବରଦାନଠୁ କମ ନୁହେଁ।

   Related Posts