ଏକେ ୨୦୩ ଆସଲଟ୍ ରାଇଫଲ କାହିଁକି ଏତେ ଖତରନାକ୍ ? ଯେଉଁଥି ପାଇଁ ଥରୁଛନ୍ତି ଭାରତର ଶତ୍ରୁ

Published By : Prameya-News7 Bureau | December 06, 2021 IST

ନୂଆଦିଲ୍ଲୀ ୦୬।୧୨ : ଭାରତ ଆସୁଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ । ଏହି ଗସ୍ତ କାଳରେ ଭାରତ ଏବଂ ରୁଷ ମଧ୍ୟରେ ସହଯୋଗ ଅଧିକ ମଜଭୁତ କରିବାକୁ ପ୍ରତିରକ୍ଷା, ବାଣିଜ୍ୟ ଓ ପୁଞ୍ଜିନିବେଶ, ଶକ୍ତି ଓ ପ୍ରଯୁକ୍ତି ଆଦି କ୍ଷେତ୍ରରେ ଏକାଧିକ ରାଜିନାମା ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି । ଖାସ୍‌ କରି ଏସ୍‌-୪୦୦ ଆଣ୍ଟି ମିସାଇଲ୍‌ ଡିଫେନ୍ସ ସିଷ୍ଟମ ଏବଂ କେ ୨୦୩ ଆସଲଟ୍ ରାଇଫଲ ଚୁକ୍ତି ।

ତେବେ  ପୁତିନଙ୍କର ଏହା ଦିନିକିଆ ଭାରତ ଗସ୍ତରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲେଚାନା ହୋଇଫାରେ । ରାଷ୍ଟ୍ରପତି  ପୁତିନଙ୍କ ଗସ୍ତ ପୂର୍ବରୁ ଭାରତ ପ୍ରାୟ ୫ହଜାର କୋଟି ଟଙ୍କା ବ୍ୟୟରେ ଏକେ ୨୦୩ ଆସଲଟ୍‌ ରାଇଫଲ ଚୁକ୍ତିକୁ ଅନୁମୋଦନ କରିସାରିଛି । ଭାରତ-ରୁଷ ମିଳିତ ଉଦ୍ୟୋଗରେ ଉତ୍ତରପ୍ରଦେଶର ଆମେଥିଠାରେ ଏହି ରାଇଫଲର ୫ ଲକ୍ଷ ୟୁନିଟ ତିଆରି କରାଯିବ । ଏଥିସହିତ ଦୀର୍ଘଦିନରୁ ଅଟକି ରହିଥିବା ଭାରତ ଓ ରୁଷ ଦ୍ୱାରା ମିଳିତ ଭାବରେ ୨୦୦ ଦୁଇ ଇଞ୍ଜିନ ବିଶିଷ୍ଟ କାମୋଭ-୨୨୬ଟି ହାଳୁକା ହେଲିକପ୍ଟର ନିର୍ମାଣ ପ୍ରସଙ୍ଗ ଉପରେ ମଧ୍ୟ ନିଷ୍ପତ୍ତି ନିଆଯିବାର ଆଶା କରାଯାଉଛି । ଏହା ଭାରତୀୟ ପ୍ରତିରକ୍ଷା ବାହିନୀ ପାଇଁ ତିଆରି କରାଯିବ ।

ତେବେ ଆସନ୍ତୁ ଜାଣିବା ଏକେ ୨୦୩ ଆସୋଲଟ୍‌ ରାଇଫଲ କ’ଣ-

ଏକେ ୨୦୩ ଆସଲ୍‌ଟ ରାଇଫଲ ୩୦୦ ମିଟର ଦୂରତା ପର୍ଯ୍ୟନ୍ତ ନିଜ ଟାର୍ଗେଟକୁ ଭେଦ କରିପାରିବ । ଏକେ ୨୦୩ ଆସଲ୍‌ଟ ରାଇଫଲରେ 7.62×39 ଏମ୍‌ଏମ୍‌ର ଗୁଳି ବ୍ୟବହାର କରାଯିବ । ବିନା ମାଗାଜିନ୍‌ରେ ଏକେ ୨୦୩ ଆସଲଟ୍‌ ରାଇଫଲର ଓଜନ ୩.୮ କିଲୋଗ୍ରାମ୍‌ ଅଟେ । ଏକେ ୨୦୩ ଆସଲଟ୍‌ ରାଇଫଲ ଉନ୍ନତ ଜ୍ଞାନକୌଶଳରେ ନିର୍ମିତ ହୋଇଛି । ଯାହାଦ୍ୱାରା କି ଶତ୍ରୁ ଦେଶର ସମସ୍ତ ଚକ୍ରାନ୍ତକୁ ଫେଲ୍‌ ମାରିବାରେ ସକ୍ଷମ ହେବ ଭାରତୀୟ ସେନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.