Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ଅର୍ଥବ୍ୟବସ୍ଥାକୁ ନେଇ କେନ୍ଦ୍ରକୁ ଅଙ୍ଗୁଳି ଉଠାଇଲେ ଚିଦାମ୍ବର, କହିଲେ ୨୦୧୫ ପରେ କେନ୍ଦ୍ର ସରକାର କରିଛନ୍ତି କ’ଣ?

17/07/2020 at 5:59 PM

ନୂଆଦିଲ୍ଲୀ ୧୭।୭:  କରୋନା ଭାଇରସ ମହାମାରୀ ଦେଶର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି। ଏଥିରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବର ଶୁକ୍ରବାର ଦେଶର ଆର୍ଥିକ ଦୁଃସ୍ଥିତିକୁ ନେଇ  କେନ୍ଦ୍ରସରକାରଙ୍କୁ ପ୍ରଶ୍ନ କରିଛନ୍ତି। କେନ୍ଦ୍ରରେ ୟୁପିଏ ସରକାରଙ୍କ ରେକର୍ଡର ପରିହାସ କରିଥିବା ଏନଡିଏ ସରକାର ଏବେ ନିଜର ଅଜ୍ଞାନତା ଓ ଅଜ୍ଞତା ଲାଗି ବିଶ୍ୱର ଅର୍ଥଶାସ୍ତ୍ରୀଙ୍କ ଦ୍ୱାରା ଉପହସିତ ହେଉଛନ୍ତି ବୋଲି କହିଛନ୍ତି।

ଏ ନେଇ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତାଙ୍କ ଟ୍ୱିଟ୍‌ର ହ୍ୟାଣ୍ଡଲରେ ଏକ ପୋଷ୍ଟ କରିଥିବା ବେଳେ ଏଥିରେ ଅକ୍ସଫର୍ଡ ପଭର୍ଟି ଏଣ୍ଡ ହ୍ୟୁମାନ ଡେଭଲପମେଣ୍ଟ ଇନିସିଏଟିଭ୍( ଓପିଏଚଆଇ) ଅଧ୍ୟୟନରେ ୨୦୦୫ରୁ-୧୫ ମଧ୍ୟରେ ୟୁପିଏ ସରକାର ୨୭କୋଟି ଭାରତୀୟଙ୍କୁ ଗରିବୀ ସୀମାରେଖାରୁ ବାହରକୁ ବାହାର କରିଥିବାର ଜଣାପଡିଛି। ଏହି ସମୟ ଦେଶରେ ୟୁପିଏ-୧ ଓ ୟୁପିଏ-୨ର କାର୍ଯ୍ୟକାଳ ଥିଲା। ଯାହା ଦେଶର ଆର୍ଥିକଅଭିବୃଦ୍ଧି ଲାଗି ସ୍ୱର୍ଣ୍ଣିମ କାଳ ଥିଲା ବୋଲି  ଚିଦାମ୍ବରମ କହିଛନ୍ତି।

୨୦୧୫ ପରେ କେନ୍ଦ୍ରର ମୋଦି ସରକାର କରିଛନ୍ତି କଣ ? ତାହାହିଁ ଦେଶବାସୀଙ୍କଲାଗି  ଏବେକାର ସବୁଠାରୁ ବଡ ପ୍ରଶ୍ନ ପାଲଟିଥିବା ଚିଦମ୍ବରମ ଉଲ୍ଲେଖ କରିଛନ୍ତି। ଜାତିସଂଘ ରିପୋର୍ଟ  ଅନୁସାରେ ଭାରତରେ ୨୦୦୫-୦୬ରୁ ୨୦୧୫-୧୬ ମଧ୍ୟରେ ୨୭.୩କୋଟି ଭାରତୀୟ ଗରିବ ସୀମାରେଖାରୁ ମୁକୁଳିଥିଲେ। ଏହି ସମୟରେ ଏହି ସଂଖ୍ୟା ବିଶ୍ୱର ଅନ୍ୟ ଦେଶଙ୍କ ତୁଳନାରେ ସର୍ବାଧିକ ଥିଲା।  

   Related Posts