Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ପ୍ରତିଦିନ ସକାଳେ ଜଳଖିଆରେ ଖାଆନ୍ତୁ ୨ଟି ଅଣ୍ଡା : କ’ଣ ଫାଇଦା ମିଳିବ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

24/01/2020 at 11:05 AM

ସକାଳର ଜଳଖିଆ ପୂରା ଦିନର ଡାଇଟରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଯଦି ଆପଣ ବି ଜଳଖିଆରେ ଅଣ୍ଡା ଖାଉଛନ୍ତି ତେବେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ। ଅଣ୍ଡା ସେବନ କଲେ କେବଳ ଶୀତଦିନରେ ନୁହେଁ ବରଂ ସବୁ ଋତୁରେ ଏଥିରୁ ଲାଭ ମିଳିଥାଏ।

ଅନେକ ଲୋକ ନିଜ ଡାୟେଟରେ ଅଣ୍ଡା ଖାଇନଥାଆନ୍ତି କାରଣ ତାଙ୍କୁ ଲାଗେ ଯେ ଅଣ୍ଡା ଖାଇବା ଦ୍ବାରା ସେମାନେ ମୋଟା ହୋଇଯିବେ। କିନ୍ତୁ ଏହା ଆପଣଙ୍କର ଏକ ଭ୍ରାନ୍ତ ଧାରଣା। ତେବେ ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ

ଅଣ୍ଡାର ଧଳା ଭାଗରେ ଅଲବ୍ୟୁମିନ୍ ନାମକ ପ୍ରୋଟିନ୍ ପ୍ରଚୁର ମାତ୍ରାରେ ରହିଥାଏ। ସକାଳେ ଶରୀରକୁ ଏହି ପ୍ରୋଟିନ୍ ମିଳିଥାଏ। ଏଥିପାଇଁ ଯଦି ଆପଣ ପ୍ରତିଦିନ ସକାଳେ ଜଳଖିଆରେ ଅଣ୍ଡା ଖାଉଛନ୍ତି ତେବେ ଶରୀରକୁ ପ୍ରଚୁର ମାତ୍ରାରେ ପ୍ରୋଟିନ୍ ମିଳିବ।

ଯଦି ଆପଣ ପ୍ରତିଦିନ ସକାଳେ ଉଠିଲେ ଆଳସ୍ୟ ଅନୁଭବ କରୁଛନ୍ତି ତେବେ ଅଣ୍ଡା ସେବନ କରିବା ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। ଅଣ୍ଡା ଏକ ଶକ୍ତିବର୍ଦ୍ଧକ ଖାଦ୍ୟ। ପ୍ରତିଦିନ ସକାଳେ ଜଳଖିଆରେ ଏହା ଖାଇବା ଦ୍ବାରା ଆପଣଙ୍କୁ ପୂରା ଦିନର ଶକ୍ତି ମିଳିବ। ଏହାର ହଳଦିଆ ଭାଗରେ ଫ୍ୟାଟ୍ ରହିଥାଏ ଯାହା ଶରୀରକୁ ଶକ୍ତି ପ୍ରଦାନ କରିଥାଏ।

ଅଣ୍ଡା ସେବନ ଆପଣଙ୍କ ମାନସିକ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଅଣ୍ଡାରେ କୋଲାଇନ୍ ନାମକ ତତ୍ତ୍ବ ରହିଥାଏ ଯାହା ମସ୍ତିଷ୍କକୁ ନିର୍ଣ୍ଣୟ ନେବାରେ ସହାୟତା କରିଥାଏ। ଏହା ବ୍ୟତୀତ,ପ୍ରତିଦିନ ଅଣ୍ଡା ଖାଇବା ଦ୍ବାରା ଆପଣଙ୍କ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ। ଏଥିପାଇଁ ପିଲାମାନଙ୍କୁ ଜଳଖିଆରେ ପ୍ରତିଦିନ ଅଣ୍ଡା ଦେବା ଉଚିତ୍।

ପ୍ରତିଦିନ ଜଳଖିଆରେ ୨ଟି ଅଣ୍ଡାର ସେବନ ଏକ ସ୍ବାସ୍ଥ୍ୟପ୍ରଦ ଜଳଖିଆ। ଏହା ଖାଇବା ଦ୍ବାରା ଦୀର୍ଘ ସମୟ ଯାଏଁ ଭୋକ ଲାଗିନଥାଏ।

ଯଦି ଏବେ ବି ଆପଣ ଜଳଖିଆରେ ଅଣ୍ଡା ଖାଉନାହାନ୍ତି ତେବେ ଆଜିଠୁ ଏହାକୁ ନିଜ ଜଳଖିଆରେ ସାମିଲ କରନ୍ତୁ।

   Related Posts