Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଟେରିଟୋରିଆଲ ଆର୍ମିରେ ଯୋଗଦେବେ ବୋଲି ଧୋନୀ ଓ୍ବେଷ୍ଟଇଣ୍ଡିଜ ଗସ୍ତକୁ କରିଲେ ମନା, ଜାଣନ୍ତୁ ଟେରିଟୋରିଆଲ ଆର୍ମି କଣ?

24/07/2019 at 1:44 PM

ନୂଆଦିଲ୍ଲୀ୨୪|୭: ବିଶ୍ବକପ ପରେ ଭାରତୀୟ କ୍ରିକେଟ ଟିମର ଆଗଧାଡ଼ିର ଖେଳାଳି ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି। ଆସନ୍ତା ମାସରେ ଓ୍ବେଇଷ୍ଟଣ୍ଡିଜ ଗସ୍ତରେ  ଯିବ ଟିମ ଇଣ୍ଡିଆ । ଓ୍ବେଷ୍ଟଇଣ୍ଡିଜରେ ୩ଟି ଏକଦିବସୀୟ ମ୍ୟାଚ, ୩ଟି ଟି-୨୦ ମ୍ୟାଚ ଓ ୨ଟି ଟେଷ୍ଟ ମ୍ୟାଚରେ ଧୋନୀ ନଜର ଆସିବେ ନାହିଁ। ଓ୍ବେଷ୍ଟଇଣ୍ଡିଜ ନଯାଇ ଧୋନୀ ଦୁଇମାସ ଟେରିଟୋରିଆଲ ଆର୍ମିରେ ଯୋଗଦେବେ। ଟେରିଟୋରିଆଲ ଆର୍ମିର ‘ପାରାଚୁଟ ରେଜିମେଣ୍ଟ’ରେ ଦୁଇମାସ ଧୋନୀ ପ୍ରଶିକ୍ଷଣ ନେବେ । ଧୋନୀଙ୍କ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ କାଶ୍ମୀର ହେବ। ଏନେଇ ସେନାମୁଖ୍ୟ ବିପିନ୍ ରାଓ୍ବତ ତାଙ୍କୁ ଅନୁମତି ଦେଇସାରିଲେଣି। ଧୋନି ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ନଯାଇ କାହିଁକି ଟେରିଟୋରିଆ ଆର୍ମିରେ ଟ୍ରେନିଂ ନେଲେ ତାହା ଭିନ୍ନ ପ୍ରସଂଗ . ତେବେ ଟେରିଟୋରିଆଲ ଆର୍ମି କଣ ଆସନ୍ତୁ ଜାଣିବା ।

ଟେରିଟୋରିଆଲ ଆର୍ମି କଣ?

ପ୍ରାଦେଶିକ ସେନା ବା ଟେରିଟୋରିଆଲ ଆର୍ମି ଭାରତୀୟ ସେନାର ଏକ ଅଂଶ। ସାଧାରଣ ଶ୍ରମିକଠାରୁ ଆରମ୍ଭ କରି ସିଭିଲ୍ ଚାକିଆରିଆ ପର୍ଯ୍ୟନ୍ତ ସମସ୍ତେ ଏହି ଆର୍ମିରେ ଯୋଗ ଦେଇପାରିବେ। ଶାରୀରିକ ସ୍ତରରେ ଯେଉଁମାନେ ସକ୍ଷମ ସେମାନେ ଯୋଗ ଦେଇପାରିବେ। ଏଥିସହ ୧୮ ବର୍ଷରୁ ୪୨ ବର୍ଷ ପର୍ଯ୍ୟନ୍ତ ନାଗରିକ ଟେଟୋରିଆଲ ଆର୍ମିରେ ଯୋଗ ଦେଇପାରିବେ। ଏହା ଆମର ସୁରକ୍ଷାର ସେକେଣ୍ଡ ଲାଇନ ଯାହାକି ଯୁଦ୍ଧ ସମୟରେ ଫ୍ରଣ୍ଟଲାଇନରେ ବ୍ୟବହାର କରାଯାଇଥାଏ। ଏହି ଆର୍ମିରେ ସ୍ବୟଂ ସେବକମାନଙ୍କୁ ବର୍ଷର କିଛିଦିନ ସୈନିକଙ୍କ ପ୍ରଶିକ୍ଷଣ ଦିଆଯାଥାଏ। ଆବଶ୍ୟକୀୟ ସ୍ଥଳେ ସେମାନେ ଟେରିଟୋରିଆଲ ଆର୍ମି ପାଇଁ ସେବା କରି ପାରିବେ।

ଭାରତୀୟ ସମ୍ବିଧାନ ସଭା ଦ୍ବାରା ସେପ୍ଟେମ୍ବର ୧୯୪୮ରେ ପାରିତ ହୋଇଥିବା ପ୍ରାଦେଶିକ ସେନା  ଅଧିନିୟମ ୧୯୪୮ ଅନୁସାରେ ଭାରତରେ ଟେରଟୋରିଆଲ ଆର୍ମି ୧୯୪୯ରେ ସ୍ଥାପନ କରାଯାଇଥିଲା। ଏହି ଆର୍ମିରେ ଉଦ୍ଦେଶ୍ୟଥିଲା ସଂକଟ ପରିସ୍ଥିତିରେ ସେନାର ଦାୟିତ୍ବ ନେବା ଓ ଆବଶ୍ୟକ ପଡ଼ିଲେ ସେନାକୁ ସମର୍ଥନ ଦେବା ଅର୍ଥାତ ପାର୍ଟ ଟାଇମ ଭାବେ ନୂତନ ଯୁବପିଢ଼ିଙ୍କୁ ସେନାରେ କାର୍ଯ୍ୟକରିବାର ସୁଯୋଗ ମିଳିଥାଏ।  

ଅକ୍ଟୋବର ୯ ତାରିଖକୁ ଟେରିଟୋରିଆଲ ଆର୍ମି ଦିବସ ରୂପେ ପାଳନ କରାଯାଇଥାଏ। ଟେରିଟୋରିଆଲ ଆର୍ମିରେ କେଉଁମାନେ ଯୋଗଦେଇ ପାରିବେ?ଟେରିଟୋରିଆ ଆର୍ମିରେ କେବଳ ଭାରତୀୟ ନାଗରିକମାନେ ଯୋଗଦେଇ ପାରିବେ। ଏହି ଆର୍ମିରେ କୌଣସି ଆରକ୍ଷଣ ବ୍ୟବସ୍ଥା ନାହିଁ। ଟେରିଟୋରିଆଲ ଆର୍ମିରେ ଅଫିସରଭାବେ ଯୋଗଦେବାକୁ ହେଲେ କୌଣସି ମାନ୍ୟତା ପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ଯେକୌଣସି କ୍ଷେତ୍ରରେ( ଷ୍ଟ୍ରିମ) ସ୍ନାତକ ଡିଗ୍ରୀ ହେଲେ ବି ଚଳିବ। ।

ସୂଚନାଯୋଗ୍ୟ ଯେ,  ଧୋନୀଙ୍କୁ ଏହି ଦୁଇମାସର ପ୍ରଶିକ୍ଷଣ ବେଳେ କୌଣସି ଫ୍ରଣ୍ଟଲାଇନ ଅପରେସନରେ ଅଂଶଗ୍ରହଣ କରିବାକୁ ସୁଯୋଗ ଦିଆଯିବ ନାହିଁ। ଓ୍ବେଷ୍ଟଇଣ୍ଡିଜ ଗସ୍ତ ପାଇଁ ଖେଳାଳି ତାଲିକା ଘୋଷଣା ହେବା ପୂର୍ବରୁ ଧୋନି ବିସିସିଆଇ ସମେତ ଚୟନ କମିଟିକୁ ନିଜର ନିଷ୍ପତ୍ତି ଜଣାଇଦେଇଥିଲେ।  ସେ ଦୁଇମାସ ଟେରିଟୋରିଆଲ ଆର୍ମିରେ ଟ୍ରେନିଂ ନେବେ ବୋଲି ପୂର୍ବରୁ ଧୋନି ନିଷ୍ପତି ନେଇସାରିଥିଲେ।

ରାଜସ୍ତାନ ଉପ-ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ୨୦୦୨ରେ ଟେରିଟୋରିଆଲ ଆର୍ମିର ଲେପ୍ଟିନେଟ ହୋଇଥିଲେ। ଟେଟୋରିଆଲ ଆର୍ମିରେ ଯୋଗଦେବାକୁ ଚାହୁଁଥିଲେ ତଳେ ଦିଆଯାଇଥିବା ଓ୍ବେବସାଇଡ୍‌ କ୍ଲିକ୍ କରି ଫର୍ମ ଭରି ପାରିବେ। https://www.jointerritorialarmy.gov.in/

   Related Posts