Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଥାର୍ଡ ଡିଗ୍ରୀ ଟର୍ଚର କ’ଣ? କାହିଁକି ବନ୍ଦ କରିବା ପାଇଁ ଚାହୁଁଛନ୍ତି ଅମିତ ଶାହା…

31/08/2019 at 12:42 PM

ନୂଆଦିଲ୍ଲୀ୩୧|୮: ଥାର୍ଡ ଡିଗ୍ରୀ ଟର୍ଚରକୁ ଏବେ ବନ୍ଦ କରିବା ଲାଗି ପୋଲିସଙ୍କୁ ପରାମର୍ଶ ଦେଇଛନ୍ତି ଅମିତ ଶାହ। ଅପରାଧୀକୁ ଗିରଫ କରିବା ପରେ ଥାର୍ଡ ଡିଗ୍ରୀ ବ୍ୟବହାର ବଦଳରେ ଇନଭେଷ୍ଟିଗେସନ ଓ ଫରେନସିକ ତଥ୍ୟକୁ ଆଧାର କରି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଅମିତ ଶାହା କହିଛନ୍ତି। ବ୍ୟୁରୋ ଅଫ୍‌ ରିସର୍ଚ ଏଣ୍ଡ ଡେଭଲପମେଣ୍ଟର ୫୦ତମ ଜୟନ୍ତୀ ଅବସରେ ଅମିତ କହିଛନ୍ତି, ଅପରାଧୀ ଉପରେ ପୋଲିସ ବ୍ୟବହାର କରୁଥିବା ଥାର୍ଡ ଡିଗ୍ରୀ ପ୍ରଥାକୁ ପରିବର୍ତ୍ତନ କରିବା ଉଚିତ୍। ଫୋନ ଟାପିଙ୍ଗକରି ଅପରଧୀଙ୍କ ସଂପର୍କରେ ତଥ୍ୟ ହାସଲ କରିବା ଭଳି ପୁରୁଣା ଉପାୟକୁ ସୁଧାରିବା ଉଚିତ ବୋଲି ଶାହ କହିଛନ୍ତି।

ଥାର୍ଡ ଡିଗ୍ରୀ ଟର୍ଚର କଣ? ଏହା ସଂପର୍କରେ ଲୋକମାନେ ବିଭିନ୍ନ ମତ ଦେଇଥାନ୍ତି। କେହି କେହି ଭାବନ୍ତି ଥାର୍ଡ ଡିଗ୍ରୀ ଟର୍ଚର ମାନେ ଅପରାଧୀ ଅଧିକ ଜୋରରେ ବାଡ଼େଇବା, ଆଖିରେ ଲଙ୍କା ଗୁଣ୍ଡ ପକାଇବା, ବରଫ ଉପରେ ବସାଇ ଅପରାଧୀକୁ ମାରପିଟ କରିବା ଆଦି ବୋଲି ଭାବିଥାନ୍ତି। ପ୍ରକୃତରେ ଥାର୍ଡ ଡିଗ୍ରୀ ଟର୍ଚର କଣ ଜାଣନ୍ତୁ।

ଥାର୍ଡ ଡିଗ୍ରୀ ପାଇଁ କୌଣସି ଗାଇଡ ଲାଇନ ନାହିଁ। ଅପରାଧୀ ମୁହଁରୁ ସତ ବାହାର କରିବା ଲାଗି ଗୋଟିଏ ପ୍ରଶ୍ନକୁ ବାରମ୍ବାର ପୋଲିସ ପଚାରିଥାଏ। ଏହା ଦ୍ବାରା ଅପରାଧୀଙ୍କୁ ମାନସିକ ନିର୍ଯାତନା ଦିଆଯାଇଥାଏ। ଯଦି ଏତିକିରେ ଅପରାଧୀ ମୁହଁରୁ ସତ ନବାହାରେ ତେବେ ପୋଲିସ ହାଲୁକା ଭାବରେ ତାକୁ ବାଡ଼େଇଥାନ୍ତି। ବଡ ବଡ କ୍ରିମିନାଲମାନଙ୍କୁ ମାନସିକ ନିର୍ଯାତନା ଦେବା ସହ ତାଙ୍କୁ ନିର୍ଧୁମ ମାଡ ମଧ୍ୟ ମରାଯାଇଥାଏ। ଥାର୍ଡ ଡିଗ୍ରୀ ବିଭିନ୍ନ ପ୍ରକାର ହୋଇଥାଏ। ଅପରାଧୀକୁ ପୁରା ଲଙ୍ଗଳା କରିବା ସହ ଖାଇବା , ପିଇବା, ଝାଡା ଓ ପରିଶ୍ରାଭଳି ଦୈନନ୍ଦିନ କାର୍ଯ୍ୟକୁ ବନ୍ଦ କରି ଦିଆଯାଇଥାଏ। ପୁରା ଦିନସାରା ଲଗାତାର ପ୍ରଶ୍ନ କରାଯାଇଥାଏ। ଯାହାଫଳରେ ଅପରାଧୀ ବିରକ୍ତି ହୋଇ ସବୁ ସତ କଥା କହିବାକୁ ବାଧ୍ୟ ହୋଇଥାଏ।

ଥାର୍ଡ ଡିଗ୍ରୀ ଟର୍ଚରକୁ ଅମିତ ଶାହା ପୁରୁଣା ତାରିକା କହିବା ପରେ ପୋଲିସ ଏବେ ବି ସେହି ଉପାୟ ଅପରାଧୀ ଉପରେ ବ୍ୟବହାର କରୁଛି। ପୋଲିସ ମାଡ଼ରେ ଅପରାଧୀମାନେ ମୃତ୍ୟୁ ବରଣ କରୁଥିବା ଖବର ଏବେ ବି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଛି। ଥାର୍ଡ ଡିଗ୍ରୀ ଟର୍ଚରକୁ ବନ୍ଦ କରିବା ପାଇଁ ଏମନେଷ୍ଟି ଇଣ୍ଟରନେସନାଲ ବି କ୍ୟାମ୍ପେନ ଜାରି ରଖିଛି।

   Related Posts