Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ନେହା କକ୍କଡଙ୍କୁ ଜବରଦସ୍ତ କିସ୍‌ କରିଥିବା ଯୁବକଙ୍କର ପରେ କଣ ହେଲା ଜାଣନ୍ତୁ

25/10/2019 at 5:18 PM

ମୁମ୍ବାଇ୨୫|୧୦: ଇଣ୍ଡିଆନ ଆଇଡଲ ୧୧ର ପ୍ରମୋ ଭିଡିଓ ସୋସିଆଲ ମିଡିଆରେ ରିଲିଜ ହେବା ପରେ ଶୋ’ ବେଶ ଚର୍ଚ୍ଚାରେ ଆସିଛି। ଇଣ୍ଡିଆନ ଆଇଡଲ ୧୧ର ଜଜ୍‌ ହେଲେ ନେହା କକ୍କଡ, ବିଶାଲ ଦଦଲାନୀ ଓ ଅନୁ ମଲ୍ଲୀକ। ତେବେ ଏନେଇ ଚାରିଆଡେ ଚର୍ଚ୍ଚା ଚାଲିଛି ଯେ, ଜଣେ ପ୍ରତିଯୋଗୀ ଶୋ’ର ଜଜ୍‌ ନେହା କକ୍କଡଙ୍କୁ ମଞ୍ଚ ଉପରେ ଜୋର କରି ଗାଲରେ କିସ୍‌ କରିଥିଲେ।

ହେଲେ ପରେ ସେ ଯୁବକଙ୍କର କଣ ହେଲା ତାହା କେହି ଜାଣିନାହାନ୍ତି। ନେହା ଯେମିତି ମଞ୍ଚ ଉପରକୁ ଯାଇଥିଲେ ପ୍ରତିଯୋଗୀ ଜଣକ ତାଙ୍କୁ କୁଣ୍ଢାଇ ଗାଲରେ ଜବରଦସ୍ତ କିସ୍‌ କରିଥିଲେ। ଏହା ଦେଖି ବିଶାଲ ଦଦଲାନୀ ଓ ଅନୁ ମଲ୍ଲୀକ ଆଚମ୍ବିତ ହୋଇଥିଲେ।

ସୋସିଆଲ ମିଡିଆରେ ଦର୍ଶକମାନେ ମଧ୍ୟ ଏହି ବିବାଦୀୟ ଘଟଣା ନେଇ ନିଜ ମନ୍ତବ୍ୟ ଦେଇଥିଲେ।ଦର୍ଶକଙ୍କ କମେଣ୍ଟ ଅନୁସାରେ, ସେହି ମୂହୁର୍ତ୍ତରେ ଏଭଳି କାମ କରିଥିବା ଯୁବକଙ୍କୁ ଚାପୁଡା ମାରିବା ଉଚିତ୍‌।ଜଣେ ପ୍ରତିଯୋଗୀର ସାହାସକୁ ମାନିବାକୁ ପଡିବ । କାରଣ ସମସ୍ତଙ୍କ ଉପସ୍ଥିତରେ ସେ ଏଭଳି କାମ କରିପାରିଛି।

ଦର୍ଶକଙ୍କ କମେଣ୍ଟ ଦେଖି ବିଶାଲ ରିପ୍ଲାଏ କରିଛନ୍ତି ଯେ, ଏମିତି ହେବା ପରେ ସେମାନେ ଯୁବକଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିବା ପାଇଁ ଭାବିଥିଲେ। ହେଲେ ନେହା ତାଙ୍କ ବିରୋଧରେ ଅଭିଯୋଗ କରିବାକୁ ମନା କଲେ। ସେ ତାଙ୍କୁ ମନୋବୈଜ୍ଞାନିକଙ୍କ ସପୋର୍ଟ ଦେବା ପାଇଁ ଚାହିଁଲେ। ରିପୋର୍ଟ ଅନୁସାରେ ନେହାଙ୍କୁ କିସ କରିଥିବା ଯୁବକଙ୍କ ନାଁ ହେଉଛି ମିଲନ ରାଜପୁତ। ନେହାଙ୍କ ପାଇଁ ସେ ଅନେକ ଉପହାର ନେଇ ମଧ୍ୟ ମଞ୍ଚକୁ ଆସିଥିଲେ।

   Related Posts