Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ଚୀନରେ ଏମିତି କିଛି ଘଟିଥିଲା, ଯେବେ ଲକ୍ଷାଧିକ ସଂଖ୍ୟାରେ ଅସରପା ଏକ ସଙ୍ଗେ କରିଥିଲେ ହମଲା !

17/06/2020 at 6:27 PM

ନୂଆଦିଲ୍ଲୀ ୧୭।୦୬: ଦୁନିଆକୁ କରୋନା ଭାଇରସ୍ ଦେଇଥିବା ଚୀନ ଜଙ୍ଗଲୀ ଜୀବ ଜନ୍ତୁ ଖାଇବା ପାଇଁ ବେଶ୍ ଜଣାଶୁଣା। ଚୀନରେ କୀଟ ପତଙ୍ଗ ଓ ଜୀବଜନ୍ତୁ ମାରି ଔଷଧ ମଧ୍ୟ ପ୍ରସ୍ତୁତ କରାଯାଏ। ଏହି ସବୁ ଔଷଧ ଚୀନ ପାଇଁ ପାରମ୍ପରିକ ଔଷଧ ଭାବେ ପ୍ରସ୍ତୁତ କରାଯାଏ।

ଏହି ଔଷଧ ପାଇଁ ଚୀନରେ ବହୁତ ବଡ ବଜାର ମଧ୍ୟ ରହିଛି। ଏଠାରେ ଖାସ୍ ଔଷଧ ମହଙ୍ଗା ଦରରେ କିଣା ଯାଏ ଏବଂ ବିକ୍ରି ମଧ୍ୟ କରାଯାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଚୀନରେ ଅସରପାକୁ ମଧ୍ୟ ଔଷଧ ତିଆରି ପାଇଁ ପାଳନ କରାଯାଏ। ଅସରପାରୁ ପ୍ରସ୍ତୁତ ଔଷଧ ମଧ୍ୟ ବଡ ମାତ୍ରାରେ ରପ୍ତାନୀ କରାଯାଏ।

ଏହି ଔଷଧ ପାଇଁ ଚୀନରେ ଅସରପା ବହୁଳ ସଂଖ୍ୟାରେ ପାଳନ କରାଯାଏ। ଏଠାରେ ଗୋଟିଏ କିଲୋଗ୍ରାମ ଅସରପା ବଦଳରେ ୬୮୦୦ ଟଙ୍କା ଦିଆଯାଏ। ଏହି କାରଣ ପାଇଁ ଚୀନରେ ଅସରପା ପାଳନ ଲାଗି ନର୍ସରୀ ମଧ୍ୟ ତିଆରି କରାଯାଇଛି, ହେଲେ ଏମିତି ଏକ ଘଟଣା ଥରେ ଘଟିଛି ଯାହା ଚୀନକୁ ସମସ୍ୟାରେ ପକାଇଥିଲା।

ଆକ୍ରମଣ କଲେ ଅସରପା

କୁହାଯାଏ ଯେ, ଚୀନର ଡାଫେଙ୍ଗ ସହରରେ ଅସରପା ପାଳନ କାମ କରାଯାଏ। ଏଠାରେ ପ୍ରାୟ ୧୦ ଲକ୍ଷରୁ ଅଧିକ ଅସରପା ପାଳନ କରାଯାଇଥିଲା। ହେଲେ ଦିନେ ଚାଳଘରର ଗୋଟିଏ ଅଂଶ ଭାଙ୍ଗି ଯିବାରୁ ଯେତେ ବି ଅସରପା ଥିଲେ ସବୁ ଉଡି ଯାଇଥିଲେ। ଅସରପା ଫସଲ ଉପରେ ଆକ୍ରମଣ କରିିିଥିଲେ। ଏହି ବିଷୟରେ ପ୍ରସିଦ୍ଧ ଡିସକଭରୀ ଚ୍ୟାନେଲ୍‌ରେ ମଧ୍ୟ ରିପୋର୍ଟିଂ କରାଯାଇଥିଲା।

କୁହାଯାଏ, ଏହି ଚାଳଘରର ମାଲିକଙ୍କ ନର୍ସରୀରେ ୧୦୨ କିଲୋଗ୍ରାମ ଅସରପା ଥିଲେ। ଏସବୁ ଅସରପା ଅଣ୍ଡା ଦେଇଥିଲେ ଯାହା ବଡ ମଧ୍ୟ ହୋଇ ସାରିଥିଲା ଏବଂ ଏହାକୁ ବିକ୍ରି କରାଯାଇଥାନ୍ତା। ହେଲେ ଅଚାନକ ଏମିତି ଘଟଣା ଘଟିଥିଲା। ଏଥିରେ ଚାଳଘର ମାଲିକଙ୍କୁ ବହୁତ କ୍ଷତି ସହିବାକୁ ପଡିଥିଲା।

   Related Posts