Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

୧୪ ଅପ୍ରେଲ ଲକ୍ ଡାଉନ୍‌ର ଶେଷ ଦିନ ? ତା’ପରେ ମୋଦି ସରକାରଙ୍କ କ’ଣ ବଡ ଘୋଷଣା ?

7/04/2020 at 9:23 AM

ନୂଆଦିଲ୍ଲୀ ୭।୪: ଗୋଟିଏ ପଟେ ଦେଶରେ କରୋନା ମୁକାବିଲା ପାଇଁ ଲାଗୁ ହୋଇଥିବା ଲକ୍ ଡାଉନ୍ ସମୟସୀମା ଶେଷ ହେବାକୁ ବସିଥିବାବେଳେ, ଅନ୍ୟପଟେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ମୃତ୍ୟୁର ଗ୍ରାଫ୍ ମଧ୍ୟ ବଢି ବଢି ଚାଲିଛି । ଏଭଳି ପରିସ୍ଥିତିରେ ବର୍ତ୍ତମାନ ସବୁଠାରୁ ବଡ ଚିନ୍ତା ହେଉଛି କରୋନା ମହାମାରୀକୁ କିପରି ଏଡାଯିବ । ଏହି ସମୟରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ଅପ୍ରେଲ ୧୪ତାରିଖରେ ଲକ୍ ଡାଉନ୍ ଅବଧି ଶେଷ ହେବା ପରେ କ’ଣ ହେବ ? ଦେଶବାସୀ ନିଜ ଘରୁ ବାହାରକୁ ଆସିବାକୁ ସକ୍ଷମ ହେବେ ନା ସେମାନଙ୍କୁ ଲକ୍ ଡାଉନ୍ ପରି ପରିସ୍ଥିତି ମଧ୍ୟ ଦେଇ ଗତି କରିବାକୁ ପଡିବ ?

ଦେଶବାସୀଙ୍କ ସହ ଏହି ସବୁ ପ୍ରଶ୍ନ ଉପରେ ସରକାର ମଧ୍ୟ ଅନେକ ଚର୍ଚ୍ଚା କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନାରେ ଏହା ମଧ୍ୟ କୁହାଯାଇଛି ଯେ, ଜିଲ୍ଲା ପ୍ରଶାସନର ରିପୋର୍ଟକୁ ଆଧାର କରି ଲକ୍ ଡାଉନ୍ ପାଇଁ ଏକ ଯୋଜନା ପଠାଯିବା ଉଚିତ୍ । ଏହିପରି ସମସ୍ତ ତଥ୍ୟର ମୂଲ୍ୟାଙ୍କନ କରିବା ପରେ କେନ୍ଦ୍ର ସରକାର ଲକ୍ ଡାଉନ୍ ପରେ କ’ଣ କରିବେ ତାହା ଉପରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାକୁ ପ୍ରସ୍ତୁତିରେ ଅଛନ୍ତି ।

ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଲକ୍ ଡାଉନ୍ ଫଳାଫଳକୁ ନେଇ କେନ୍ଦ୍ର ସରକାର ସନ୍ତୁଷ୍ଟ ଅଛନ୍ତି ଏବଂ ସମସ୍ତ ଦିଗ ଉପରେ ବିଚାର କରିବା ପରେ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନିଆଯାଉଛି । ତେବେ ସରକାରଙ୍କ ଯୋଜନା ରହିଛି ଏକାସହ ଲକ୍ ଡାଉନ୍ ଉଠାନଯାଇ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଲକ୍ ଡାଉନ୍ ଉଠାଯାଉ । ଅର୍ଥାତ୍ ଯେଉଁଭଳି ୨୪ ମାର୍ଚ୍ଚ ରାତି ୮ ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଦେଶରେ ଏକକାଳୀନ ୨୧ ଦିନର ସମ୍ପୂର୍ଣ୍ଣ ଲକ୍ ଡାଉନ୍ ଘୋଷଣା କରିଥିଲେ ସେହି ଆଧାରରେ ଅପ୍ରେଲ ୧୪ ତାରିଖ ପରେ ସମଗ୍ର ଦେଶରେ ଏକକାଳୀନ ଲକ୍ ଡାଉନ୍ ଉଠାଯିବାର ସମ୍ଭାବନା ନାହିଁ ।

ସରକାରଙ୍କ ଏଭଳି ଯୋଜନା ମଧ୍ୟ ରହିଛି ଯେ, କରୋନା ଭାଇରସ୍ ସଂକ୍ରମିତ ଅଞ୍ଚଳରେ ଲକ୍ ଡାଉନ୍ ଜାରି କରାଯିବା ଉଚିତ୍ । ଯେଉଁଠାରେ କରୋନା ଭାଇରସ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ଭବିଷ୍ୟତରେ କରୋନା ବ୍ୟାପିବାର ସମ୍ଭାବନା ରହିଛି, ସରକାର ଏଭଳି ଅଞ୍ଚଳରେ ଲକ୍ ଡାଉନ୍ ଜାରି ରଖିବାକୁ ଯୋଜନା ରଖିଛନ୍ତି ।

ଏହା ନିଶ୍ଚିତ ଯେ, ଅପ୍ରେଲ ୧୪ ପରେ କେତେକ ଅଞ୍ଚଳରେ ଲକ୍ ଡାଉନ୍ ଉଠାଯାଇପାରେ । କିନ୍ତୁ କରୋନାକୁ ରୋକିବା ପାଇଁ ସରକାର ଏକ ବିକଳ୍ପ ଉପାୟ ମଧ୍ୟ ପ୍ରସ୍ତୁତ କରିଛନ୍ତି । ଲକ୍ ଡାଉନ୍ ହଟାଇବା ପରେ ମଧ୍ୟ ଧାରା ୧୪୪କୁ ବଳବତ୍ତର ରଖିବାକୁ ସରକାର ଯୋଜନା କରୁଛନ୍ତି ଯାହା ଦ୍ବାରା ଭିଡ ଉପରେ ନିୟନ୍ତ୍ରଣ ରକ୍ଷା କରାଯାଇପାରିବ ଏବଂ ଲକ୍ ଡାଉନ୍ ପରେ ମଧ୍ୟ କରୋନା ବିସ୍ତାର ହେବାର ଆଶଙ୍କା ବଢିବ ନାହିଁ ।

ରେଳ ଏବଂ ବିମାନ ଯାତ୍ରାକୁ ନେଇ ମଧ୍ୟ ସରକାର ତର୍ଜମା କରିଛନ୍ତି । ସୂତ୍ର ଅନୁସାରେ ଅପ୍ରେଲ ୧୪ ପରେ ମଧ୍ୟ ରେଳ ଏବଂ ବିମାନ ସେବା ଉପରେ ପ୍ରତିବନ୍ଧକ ଜାରି ରହିପାରେ । ସୂଚନା ଅନୁଯାୟୀ, ଏହି ଉଭୟ ସେବା ୩୦ ଅପ୍ରେଲ ପର୍ଯ୍ୟନ୍ତ ବନ୍ଦ ରକାଯାଇପାରେ । ଏହା ବ୍ୟତୀତ ବସ୍ ସେବା ବନ୍ଦ କରିବାକୁ ମଧ୍ୟ ଯୋଜନା ରହିଛି । ଘରୋଇ ଯାନ ଉପରେ ମଧ୍ୟ କଟକଣା ଜାରି ରଖିବାକୁ ଯୋଜନା ରହିଛି।

ହଠାତ୍ ଲକ୍ ଡାଉନ୍ ହେବା ଯୋଗୁଁ ଅନେକ ଲୋକ ଅଛନ୍ତି ଯେଉଁଠାରେ ସେମାନେ ଥିଲେ ସେଠାରେ ଅଟକି ରହିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ସେମାନଙ୍କ ପରିବାରଠାରୁ ବହୁ ଦୂରରେ ରହିଛନ୍ତି । ତେଣୁ ସରକାର ଏଭଳି ଲୋକଙ୍କ ପାଇଁ ସ୍ବତନ୍ତ୍ର ପାସ୍ ଦେବାକୁ ଯୋଜନା କରିଛନ୍ତି । ସରକାରଙ୍କ ଯୋଜନା ହେଉଛି ଯେ ଏଭଳି ଲୋକଙ୍କ ଡାକ୍ତରୀ ଯାଞ୍ଚ କରିବା ପରେ ସେମାନଙ୍କୁ ସ୍ବତନ୍ତ୍ର ପାସ୍ ଦିଆଯିବା ସହ ନିଜ ନିଜ ଘରକୁ ଯିବାକୁ ଅନୁମତି ଦିଆଯିବ ।

ଏହି ସବୁ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆକ୍ସନ ପ୍ଲାନ୍ ଏପର୍ଯ୍ୟନ୍ତ ଆସିବ ବାକି ରହିଛି । କୁହାଯାଉଛି ଯେ ଏହି ସପ୍ତାହ ଶେଷ ସୁଦ୍ଧା ଜିଲ୍ଲା ପ୍ରଶାସନର ମୂଲ୍ୟାଙ୍କନ ଆଧାରରେ ସମସ୍ତ ରାଜ୍ୟ ନିଜ ନିଜ ରିପୋର୍ଟ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବେ, ଯାହା ଆଧାରରେ ମୋଦି ସରକାର ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବେ।

ତେବେ ଏହା ପ୍ରାୟ ନିଶ୍ଚିତ ଯେ ଅପ୍ରେଲ ୧୪ରେ ୨୧ ଦିନିଆ ଲକ୍ ଡାଉନ୍ ସମୟସୀମା ସମାପ୍ତ ହେଉଥିଲେ ମଧ୍ୟ ଏହାପରେ ସମଗ୍ର ଦେଶରୁ ଲକ୍ ଡାଉନ୍ ହଟାଇବାର ସମ୍ଭାବନା ବହୁତ କମ୍ ରହିଛି । ଆହୁରି ମଧ୍ୟ, ଯଦି କୌଣସି ସ୍ଥାନରେ ଲକ୍ ଡାଉନ୍ ହଟାଯାଏ, ତେବେ ସେଠାରେ ଧାରା ୧୪୪କୁ ବଳବତ୍ତର ରଖାଯାଇପାରେ । ଯାହା ଦ୍ବାରା ଦେଶର କରୋନା ବିରୋଧୀ ଲଢେଇ ଯେପରି ଦୁର୍ବଳ ନହୁଏ । ଏପରି ନିଷ୍ପତ୍ତି ପୂର୍ବରୁ କେତେକ କ୍ଷେତ୍ରରେ ନିଆଯାଇଛି । ନୋଏଡାରେ ଅପ୍ରେଲ ୩୦ ପର୍ଯ୍ୟନ୍ତ ଧାରା ୧୪୪କୁ ବୃଦ୍ଧି କରାଯାଇଛି । ୟୁପିର ନୋଏଡାରେ ଅଧିକ ସଂଖ୍ୟାରେ କରୋନା ସଂକ୍ରମିତ ରହିଛନ୍ତି ।

   Related Posts