କ’ଣ କାମ କରନ୍ତି ସନି ଲିୟୋନଙ୍କ ସ୍ବାମୀ : ଜାଣନ୍ତୁ
22/10/2019 at 12:40 PM

ମୁମ୍ବାଇ ୨୨/୧୦: ବଲିଉଡର ସୁନ୍ଦରୀ ଅଭିନେତ୍ରୀ ସନି ଲିୟୋନଙ୍କ ବିଷୟରେ ଆଜି ସମସ୍ତେ ଜାଣିଛନ୍ତି,କିନ୍ତୁ ଆପଣ କ’ଣ ତାଙ୍କ ସ୍ବାମୀ ଡାନିୟଲ ଓ୍ବେବରଙ୍କ ବିଷୟରେ ଜାଣିଛନ୍ତି? ଅକ୍ଟୋବର ୨୦ତାରିଖ ତାଙ୍କର ୪୧ତମ ଜନ୍ମଦିନ ଥିଲା। ତାଙ୍କ ଜନ୍ମଦିନରେ ସନି ଲିଓନି ଡାନିଏଲଙ୍କୁ ଲିପଲକ୍ କରିଥିଲେ ଯାହା ସୋଶିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା। ତେବେ ଆଜି ଆମେ ଜାଣିବୁ ଯେ ଡାନିଏଲ ଓ୍ବେବରଙ୍କ ସହ ଜଡ଼ିତ କିଛି ଅଜଣା ଏବଂ ଅଶୁଣା କଥା ବିଷୟରେ ଯାହା ଆପଣ ଆଗରୁ କେବେ ଜାଣିନଥିବେ।

ଡାନିୟଲ ଓ୍ବେବର ଜଣେ ଆମେରିକୀୟ ନିର୍ମାତା,ଅଭିନେତା ଏବଂ ଉଦ୍ୟୋଗୀ। କଲେଜରେ ପଢ଼ୁଥିବା ସମୟରେ ଡାନିୟଲଙ୍କ ଗୀତ ଗାଇବାର ବହୁତ ସଉକ ଥିଲା ଏବଂ ଆଜି ତାଙ୍କ ପାଖରେ ନିଜର ‘ଦ ଡିସ୍ପେରୋଜ’ ନାମକ ଏକ ରକ୍ ବ୍ୟାଣ୍ଡ ଶୋ ରହିଛି ଏବଂ ସେ ଏହି ବ୍ୟାଣ୍ଡରେ ଗିଟାରିଷ୍ଟ କାମ କରନ୍ତି।

ଏସବୁ ବ୍ୟତୀତ ସନି ଲିୟୋନ ଏବଂ ଡାନିୟଲ ଓ୍ବେବରଙ୍କ ନିଜର ଏକ ପ୍ରଡକ୍ସନ ହାଉସ ରହିଛି ଯାହାର ନାଁ ‘ସନସିଟି ମିଡିଆ ଏବଂ ଏଣ୍ଟରଟେନମେଣ୍ଟ’। ବହୁତ କମ୍ ଲୋକ ଜାଣିଛନ୍ତି ଯେ ସନି ଲିୟୋନଙ୍କ ସ୍ବାମୀ ବଲିଉଡ ଫିଲ୍ମ ‘ଜ୍ୟାକପଟ’ରେ କ୍ୟାମିଓ କରୁଥିବାର ନଜର ଆସିଥିଲେ,କିନ୍ତୁ ତାଙ୍କ ଭୂମିକା ଅତ୍ୟନ୍ତ ଛୋଟ ଥିଲା।

ଗତ ରବିବାର ଡାନିୟଲଙ୍କ ୪୧ତମ ଜନ୍ମଦିନ ଥିଲା ଏହି ଅବସରରେ ସନି ଲିୟୋନ ତାଙ୍କ ସ୍ବାମୀଙ୍କ ପାଇଁ ସୋଶିଆଲ ମିଡିଆରେ ଏକ ସୁନ୍ଦର ପୋଷ୍ଟ ସେୟାର କରିଥିଲେ।

ଆଜି ଡାନିୟଲ ଓ୍ବେବର ଏକ ସଫଳ ବ୍ୟବସାୟୀ ହେବା ସହ ଜଣେ ଉଦାର ହୃଦୟୀ ବ୍ୟକ୍ତି ଭାବେ ଜଣାଶୁଣା ହୋଇ ପାରିଛନ୍ତି କାରଣ ସେ ଜଣେ ଝିଅକୁ ପୋଷ୍ୟପୁତ୍ରୀଭାବେ ଗ୍ରହଣ କରିଛନ୍ତି।
