ଦୀର୍ଘ ସମୟ ଧରି ଅପରାଜୟ ରହିବେ ମୋଦି : ଜାଣନ୍ତୁ କ'ଣ କହୁଛି କୁଣ୍ଡଳୀ

Published By : Prameya-News7 Bureau | May 23, 2019 IST

୨୦୧୯ ଲୋକସଭା ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣାସୀ ଲୋକସଭା ଆସନରୁ ବିଜୟୀ ହୋଇଛନ୍ତି । ନରେନ୍ଦ୍ର ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଭାଗ୍ୟ ସମ୍ପୁର୍ଣ ଭାବେ ମୋଦିଙ୍କ ସାଥ ଦେଉଛି । ମୋଦିଙ୍କ କୁଣ୍ଡଳି ସମ୍ପର୍କରେ ଜ୍ୟୋତିଷ ପ୍ରବୀଣ ମିଶ୍ର କଣ କହୁଛନ୍ତି ଆସନ୍ତୁ ଜାଣିବା

{"id":115188,"align":"center","width":577,"height":328}

ମୋଦିଙ୍କ କୁଣ୍ଡଳିରେ ଯେଉଁ ଗ୍ରହ ନକ୍ଷତ୍ର ଦଶା ରହିଛି, ସେଥିରୁ ସ୍ପଷ୍ଟ ହେଉଛି ଯେ, ମୋଦି ଦୀର୍ଘ ସମୟ ଧରି ଅପରାଜୟ ରହିବେ । ତାଙ୍କୁ ହରାଇବା ବିରୋଧିଙ୍କ ପାଇଁ କାଠିକର ପାଠ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବିଚ୍ଛା ରାଶି । ବିଛାକୁ ଅତ୍ୟନ୍ତ ସମ୍ବେଦନଶୀଳ ବୋଲି କୁହାଯାଏ । ବିଚ୍ଛା ରାଶିର ବ୍ୟକ୍ତି ବିଶେଷ ଗୋପନିୟତା ଅବଲମ୍ବନ କରିଥାନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏହା ପ୍ରମାଣ ମଧ୍ୟ କରିସାରିଛନ୍ତି । ନୋଟବନ୍ଦୀ ହେଉ କି ସର୍ଜିକାଲ ଷ୍ଟ୍ରାଇକ ହେଉ ମୋଦି ଗୋପନିୟତା ଅବଲମ୍ବନ କରିଥିଲେ ।

{"id":115189,"align":"center","width":583,"height":620}

ପ୍ରଧାନମନ୍ତ୍ରୀ ମୋଦିଙ୍କ ସର୍ପରାଇଜିଙ୍ଗ ଫ୍ୟାକ୍ଟର କେତେ ପ୍ରବଳ ତାହା ଆମେ ଉତ୍ତର ପ୍ରଦେଶରେ ବିଜେପିର ବିଜୟରୁ ଅନ୍ଦାଜା ଲଗାଇପାରିବା । ବିଛା ବିଷୟରେ କୁହାଯାଏ ଯେ, ବିଛା ଯେତେବେଳେ ଚାଲେ ପୁରା ଆତ୍ମବିଶ୍ୱାସର ସହ ଚାଲେ । ବିଛା ନିଜ ଭଙ୍ଗୀରେ ଲୋକଙ୍କୁ ପ୍ରଭାବିତ କରିଥାଏ । ମୋଦିଙ୍କ ସମ୍ପର୍କରେ ମଧ୍ୟ ସମାନ ମନ୍ତବ୍ୟ ରହିଛି । ମୋଦିଙ୍କ ପାଖରେ ଲୋକଙ୍କୁ ପ୍ରଭାବିତ କରିବାର ଅଜବ ଢଙ୍ଗ ରହିଛି ।

{"id":115190,"width":586,"height":386}

ବିଚ୍ଛା ରାଶିର ବ୍ୟକ୍ତି ବିଶେଷ ଗମ୍ଭୀର ଓ ଶକ୍ତିଶାଳୀ ହୋଇଥାନ୍ତି । ମୋଦି ମଧ୍ୟ ବଡ ବଡ ନିଷ୍ପତ୍ତି ନେବାବେଳେ ଭୟ କରିନଥାନ୍ତି । ବିଚ୍ଛା ରାଶିର ବ୍ୟକ୍ତି ବିଶେଷଙ୍କ କାର୍ଯ୍ୟ ଓ ବ୍ୟବହାରରେ ଆତ୍ମବିଶ୍ୱାସ ଝଲକିଥାଏ । ଏମାନେ ଯେଉଁ କାମରେ ଥରେ ହାତ ଦିଅନ୍ତି ତାକୁ ସମ୍ପୂର୍ଣ କରିବା ପାଇଁ କଠିନ ପରିଶ୍ରମ କରିଥାନ୍ତି । ବିଚ୍ଛା ରାଶିର ବ୍ୟକ୍ତିଙ୍କ ମଧ୍ୟରେ ପ୍ରତିଶୋଧ ଭାବନା ପ୍ରବଳ ମାତ୍ରାରେ ଥାଏ । ଏମାନେ ନିଜ ଶତ୍ରୁକୁ ସହଜରେ ଛାଡନ୍ତିନାହିଁ । ନିଜ ଆତ୍ମବିଶ୍ୱାସ ବଳରେ ଏମାନେ ଅସମ୍ଭବକୁ ସମ୍ଭବ କରିଥାନ୍ତି । ଅସାଧାରଣ ଇଚ୍ଛାଶକ୍ତି ବଳରେ ଏମାନେ ଜୀବନରେ ସଫଳତା ହାସଲ କରିଥାନ୍ତି । ମୋଦିଙ୍କ ଭିତରେ ମଧ୍ୟ ଏହିଭଳି ଅସାଧାରଣ ଗୁଣ ରହିଛି ।

{"id":115193}

ମୋଦିଙ୍କ କୁଣ୍ଡଳିରେ ଚନ୍ଦ୍ରମା ମହାଦଶା ଚାଲିଛି । ୨୦୨୦ ଡିସେମ୍ବର ପର୍ଯ୍ୟନ୍ତ ଚନ୍ଦ୍ରମା ମହାଦଶା ରହିବ । ୨୦୨୦ ଜୁନ ପର୍ଯ୍ୟନ୍ତ ଶୁକ୍ର ଅନ୍ତର୍ଦଶା ରହିବ । ଚନ୍ଦ୍ରମା ମୋଦିଙ୍କ କୁଣ୍ଡଳିରେ ଭାଗ୍ୟ ସ୍ଥାନରେ ସ୍ୱାମୀ ଓ ଲଗ୍ନରେ ଲଗ୍ନେସ ମଙ୍ଗଳଙ୍କ ସହ ପହିଛନ୍ତି । ଶୁକ୍ର ସପ୍ତମ ଘରେ ରହିଛି । ଦ୍ୱାଦଶ ଘରର ସ୍ୱାମୀ ଓ ଦଶମ ଘରେ ଶନିଙ୍କ ସହ ରହିଛି । ଗ୍ରହଙ୍କ ସ୍ଥିତି ସଂକେତ ଦେଉଛି ଯେ, ମୋଦିଙ୍କର ଅତି ଉତ୍ତମ ସମୟ ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.