ସଂସଦରେ ଇମ୍ରାନଙ୍କୁ ଏମିତି ଧୋଇଲେ ପାକିସ୍ତାନର ପୂର୍ବତନ ବୈଦେଶିକମନ୍ତ୍ରୀ ହୀନା ରବାନୀ, ଚୁପ୍ ହୋଇଗଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | August 26, 2019 IST

ନୂଆଦିଲ୍ଲୀ୨୬|୮: ଜମ୍ମୁ-କାଶ୍ମୀରରୁ ୩୭୦ଧାରା ଉଚ୍ଛେଦ ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସବୁ ବାଟ ବନ୍ଦ ହୋଇଯାଇଛି। ବିଶ୍ବର ଅନେକ ରାଷ୍ଟ୍ର  ଇମ୍ରାନଙ୍କୁ ନେଇ ସମାଲୋଚନା କରୁଥିବା ବେଳେ ନିଜ ମାଟିରେ ବି କଡ଼ା ସମାଲୋଚନାର ଶିକାର ହେଉଛନ୍ତି ସେ .।ଏବେ ଇମ୍ରାନ ଖାନ୍‌ଙ୍କୁ ବେଶ୍‌ ଜୋରରେ ତାତ୍ସଲ୍ୟକରି କହିଛନ୍ତି ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ହିନା ରବାନୀ। କେବଳ ସେତିକି ନୁହେଁ ପାର୍ଲାମେଣ୍ଟରେ ଇମ୍ରାନଙ୍କ  କମନସେନ୍ସ (ସାଧାରଣ ଜ୍ଞାନ) ଉପରେ ବି ହୀନା ପ୍ରଶ୍ନ  ଉଠାଇଛନ୍ତି।

ପାକିସ୍ତାନ ସଂସଦରେ ହିନା ରବାନୀ ଇମ୍ରାନ ଖାନଙ୍କ ବେଣ୍ଡ୍‌ ବଜେଇଛନ୍ତି ।ହୀନା ରବାନୀଙ୍କ ଆକ୍ଷେପ , ସମାଲୋଚନା ଓ ତାତ୍ସଲ୍ୟ ପରେ ଇମ୍ରାନଙ୍କ ଅକଲ ଗୁଡୁମ ହୋଇଯାଇଥିଲା ଓ ତାଙ୍କ ମୁହଁରୁ କଥା ବାହାରିନଥିଲା । ଇମ୍ରାନଙ୍କୁ ଲକ୍ଷ୍ୟ କରି ହୀନା କହିଥିଲେ ଯେ, ‘ ତାଙ୍କୁ ଘରେ ସମ୍ମାନ ମିଳୁନାହିଁ କି ବାହାରେ ସମ୍ମାନ ମିଳୁ ନାହିଁ।ଇମ୍ରାନଙ୍କ ପାଖରେ ଗୁଗଲର ଜ୍ଞାନ ନାହିଁ କି  ଇତିହାସ ସଂପର୍କରେ ସେ କିଛି ଜାଣି ନାହାଁନ୍ତି।’ ସଂସଦରେ ଇମ୍ରାନଙ୍କ ଉପରେ  ରବାନୀ ନିଜର ଶବ୍ଦ ବାଣ ମାରି କହିଥିଲେ, ତାଙ୍କ ପ୍ରଧାନମନ୍ତ୍ରୀ ଅନାଡି, ସେ କୌଣସି ଜିନିଷକୁ ବୁଝି ପାରନ୍ତି ନାହିଁ।

wp:core-embed/twitter {"url":"https://twitter.com/Raviravirai/status/1165642060084338688","type":"rich","providerNameSlug":"twitter","className":""}
https://twitter.com/Raviravirai/status/1165642060084338688
/wp:core-embed/twitter

ହିନା ରବାନୀ କହିଛନ୍ତି ଯେ, ଇମ୍ରାନ କହୁଛନ୍ତି ଜାପାନ ଓ ଜର୍ମାନୀ ତାଙ୍କର ପଡ଼ୋଶୀ। ହେଲେ ଭୂଗୋଳ କହୁଛି, ଜାପାନ ହେଉଛି ପୂର୍ବ ଏସିଆର ଓ ଜର୍ମାନୀ ୟୁରୋପରେ ରହିଛି।ଦ୍ବିତୀୟ ବିଶ୍ବଯୁନ୍ଧ ସମୟରେ ଏହି ଦୁଇଟି ଦେଶ ପାକିସ୍ତାନର ଶତ୍ରୁଥିଲା ବୋଲି ଇମ୍ରାନ କହୁଛନ୍ତି ହେଲେ ସେ ଜାଣି ନାହାନ୍ତି ଇତିହାସ କହୁଛି ସେହି ସମୟରେ ଦୁଇ ଦେଶ ପାକିସ୍ତାନର ମିତ୍ର ଥିଲେ ବୋଲି ରବାନୀ କହିଛନ୍ତି। ହିନା ରବାନୀ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ଏମିତି ତୀର୍ଯ୍ୟକ ଉକ୍ତି ପ୍ରୟୋଗ  କରିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସାରା ବିଶ୍ବରେ ତାଙ୍କ ଲୋକମାନଙ୍କୁ ଇମ୍ରାନ ଖାନ ଛୋଟ କରି ଦେଇଛନ୍ତ।ଏଥିପାଇଁ ପୂରା ଦୁନିଆଁ ତାଙ୍କ ଉପରେ ହସୁଛି ଏବଂ ଇମ୍ରାନ ପାକିସ୍ତାନକୁ ବିଶ୍ବରେ ଦରବାରରେ ଲଜ୍ଜିତ କରିଛନ୍ତି ବୋଲି ରବାନୀ କହିଛନ୍ତି।ଇତିହାସ ,ଭୂଗୋଳ ଓ ବର୍ତ୍ତମାନର ତାଜା ଖବର ଜାଣିବା ପାଇଁ ତାଙ୍କୁ ଟ୍ରେନିଂର ଆବଶ୍ୟକ ଅଛି  ବୋଲି ସଂସଦରେ ରବାନୀ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.