Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଭେଞ୍ଜରସ ଏଣ୍ଡଗେମର ସଫଳତା ଏବଂ କୋଟି କୋଟି ଟଙ୍କାର ଆୟ ପରେ କ’ଣ କହିଲେ ବତିସ୍ତା : ଜାଣନ୍ତୁ

30/04/2019 at 3:27 PM

ଡବ୍ଲ୍ୟୁଡବ୍ଲ୍ୟୁଇର ପୂର୍ବତନ ରେସଲର ବତିସ୍ତା ଟ୍ବିଟରରେ ଆଭେଞ୍ଜରସ୍ ଏଣ୍ଡଗେମର ରେକର୍ଡ଼ ଓପନିଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଆଭେଞ୍ଜରସ୍ ଏଣ୍ଡଗେମ୍ ପ୍ରଥମ ସପ୍ତାହରେ ପାଖାପାଖି ୧.୨ ବିଲିୟନ ଡଲାରର ଆୟ କରିଥିଲା। ଏହି ଫିଲ୍ମକୁ ସବୁ ଫ୍ୟାନମାନେ ଅପେକ୍ଷା କରି ବସିଥିଲେ।

ବତିସ୍ତା ନିକଟରେ ରୈସଲମାନିଆରେ ଟ୍ରିପଲ୍ ଏଚ୍ ସହ ଏକ ସିଙ୍ଗଲସ୍ ମ୍ୟାଚ୍ ଲଢ଼ିଥିଲେ ଯେଉଁଥିରେ ସେ ହାରିଥିଲେ। ଏହି ମ୍ୟାଚ୍ ପରେ ବତିସ୍ତା କହିଥିଲେ ଯେ ଏବେ ସେ ରେସଲିଙ୍ଗରୁ ଅବସର ନେବେ।

ବତିସ୍ତା ଏକବିଂଶ ଶତାବ୍ଦୀର ସବୁଠୁ ଭୟଙ୍କର ସୁପରଷ୍ଟାର ଭାବେ ଗଣା ଯାଆନ୍ତି। ଡବ୍ଲ୍ୟୁଡବ୍ଲ୍ୟୁଇରୁ ଯିବା ପରେସେ ହଲିଉଡରେ ନିଜର କ୍ୟାରିୟର କରିବାକୁ ଉଚିତ୍ ମଣିଥିଲେ। ବତିସ୍ତା ଏହି ସିରିଜର ଦୁଇଟି ଫିଲ୍ମରେ କାମ କରିଛନ୍ତି। ପ୍ରଥମ ଫିଲ୍ମ ଥିଲା ‘ଆଭେଞ୍ଜରସ ଇନଫିନିଟି ଓ୍ବାର’ ଏବଂ ଦ୍ବିତୀୟ ଫିଲ୍ମ ‘ଆଭେଞ୍ଜରସ୍ ଏଣ୍ଡଗେମ୍’।

ଆଭେଞ୍ଜରସ୍ ଏଣ୍ଡଗେମ୍ ପ୍ରଥମ ସପ୍ତାହରେ ୧.୨ ବିଲିୟନ ଡଲାର ଆୟ କରି ନୂଆ ରେକର୍ଡ଼ ସୃଷ୍ଟି କରିଛି। ବତିସ୍ତାଙ୍କ ସବୁଠୁ ଖାସ୍ ଫିଲ୍ମ ମଧ୍ୟରେ ‘ଗାର୍ଡ଼ିଆନ ଅଫ ଗାଲେକ୍ସି’ ରହିଛି। ଏଥିରେ ସେ ଡ୍ରେକ୍ସ ଭୂମିକାରେ ଅଭିନୟ କରିଥିଲେ। ଏହା ମାର୍ବଲ୍ କମ୍ପାନୀ ସହ ତାଙ୍କର ପ୍ରଥମ ଫିଲ୍ମ ଥିଲା। ଏଥିରେ ତାଙ୍କୁ ବିପୁଳ ସଫଳତା ମିଳିଥିଲା। ବତିସ୍ତା ଗତ କିଛି ବର୍ଷରୁ ଫିଲ୍ମ ଜରିଆରେ ଖୁବ୍ ପ୍ରସିଦ୍ଧି ହାସଲ କରିଛନ୍ତି।

ବର୍ତ୍ତମାନ ଏହା ଦେଖିବା ବାକି ରହିଲା ଯେ ଆଗକୁ ବତିସ୍ତା ନିଜ ଫିଲ୍ମ କ୍ୟାରିୟରରେ କ’ଣ ଖାସ୍ କରୁଛନ୍ତି। କିଛି ଦିନ ମଧ୍ୟରେ ବତିସ୍ତା ମଧ୍ୟ ରକଙ୍କ ଭଳି ପ୍ରସିଦ୍ଧ ହୋଇଯିବେ।

   Related Posts