Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

ଚିନି ତୁଳନାରେ ଗୁଡ ସ୍ୱାସ୍ଥ୍ୟକର: ଜାଣନ୍ତୁ ମଧୁମେହ ରୋଗୀଙ୍କୁ କ’ଣ ଖାଇବା ଉଚିତ

22/11/2020 at 6:51 PM

ଭୁବନେଶ୍ୱର ୨୨/୧୧ : ଶରୀରରେ ଗ୍ଲୁକୋଜ ମାତ୍ରା ବଢିଗଲେ ମଧୁମେହ ରୋଗ ହୋଇଥାଏ। ମଧୁମେହ ଦୁଇ ପ୍ରକାରର, ଟାଇପ୍-୧ ଓ ଟାଇପ୍-୨। ଟାଇପ୍-୧ ଡାଏବେଟିସ ସେତେବେଳେ ହୋଇଥାଏ ଯେତେବେଳେ ଇନସୁଲିନ ସୃଷ୍ଟି କରୁଥିବା କୋଷ ପ୍ରତିରୋଧକ ପ୍ରଣାଳୀ ମାଧ୍ୟମରେ ନଷ୍ଟ ହୋଇଯାଇଥାଏ। ଟାଇପ୍-୨ ଡାଏବେଟିସ ସ୍ଥିତିରେ ଶରୀରରେ ଅଗ୍ନାଶୟରୁ ଉତ୍ପନ୍ନ ହେଉଥିବା ଇନସୁଲିନ ବ୍ୟବହାର କରିପାରେନାହିଁ। ଟାଇପ୍-୨ ଡାଏବେଟିସ ଅଧିକାଂଶ ଲୋକଙ୍କ ମଧ୍ୟରେ ଦେଖାଦେଇଥାଏ। ଉଚିତ ତରିକାରେ ନିୟନ୍ତ୍ରଣ ନ କରାଗଲେ ମଧୁମେହ ରୋଗୀଙ୍କ ମଧ୍ୟରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ମଧୁମେହ ମାତ୍ରା ବଢିଗଲେ କିଡନୀ ଫେଲ, ହୃଦଘାତ, ମଲ୍ଟିପଲ ଅର୍ଗାନ ଫେଲିୟର ହେବାର ସମ୍ଭାବନା ଥାଏ।

ଟାଇପ୍-୨ ମଧୁମେହ ରୋଗୀ ଖାଦ୍ୟପେୟ ପ୍ରତି ସାବଧାନ ରହିବା ଉଚିତ। ମିଠା, କଦଳୀ ଓ ଅନ୍ୟାନ୍ୟ ଶର୍କରାଯୁକ୍ତ ଖାଦ୍ୟରୁ ଦୁରେଇ ରହିବା ଆବଶ୍ୟକ। ଶର୍କରା ସ୍ଥର ନିୟନ୍ତ୍ରଣରେ ରଖିବାକୁ ଅଳ୍ପ ଅଳ୍ପ କିନ୍ତୁ ବାରମ୍ବାର ଖାଇବାକୁ ପରାମର୍ଶ ଦିଆଯାଇଥାଏ।

ବର୍ତ୍ତମାନ ସ୍ଥିତିରେ ଅଧିକାଂଶ ଲୋକ ସୁସ୍ଥ ରହିବା ପାଇଁ ପ୍ରାକୃତିକ ମିଠା ସେବନ କରିବାକୁ ପସନ୍ଦ କରୁଛନ୍ତି। ଲୋକପ୍ରିୟ ପ୍ରାକୃତିକ ମିଠାରେ ମହୁ ଓ ଗୁଡ ସାମିଲ। ଚିନି ତୁଳନାରେ ଗୁଡ ସ୍ୱାସ୍ଥ୍ୟକର। ଗୁଡ ଓ ମହୁରେ କମ ରାସାୟନିକ ପଦାର୍ଥ ବ୍ୟବହାର କରାଯାଇନଥାଏ। ସେଥିପାଇଁ ଚିନି ତୁଳନାରେ ବ୍ରାଉନ ସୁଗାର, ଗୁଡ, ମହୁ ଉତ୍ତମ ବିକଳ୍ପ ବୋଲି କୁହାଯାଏ।

ଚିନି ତୁଳନାରେ ଗୁଡ ଅଧିକ ସ୍ୱାସ୍ଥ୍ୟକର ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ମଧୁମେହ ରୋଗୀଙ୍କ ପାଇଁ ଉଭୟ ଏକ ସମାନ। କାରଣ ଯଦି ମଧୁମେହ ରୋଗୀ ଗୁଡ ସେବନ କରୁଛନ୍ତି ତାହେଲେ କମ ମାତ୍ରାରେ ସେବନ କରିବ ଉଚିତ। ଗୁଡରେ ଅତ୍ୟଧିକ ସୁଗାର ତତ୍ତ୍ୱ ସାମିଲ ରହିଥାଏ ଯାହା ମଧୁମେହ ରୋଗୀଙ୍କ ରକ୍ତ ଶର୍କରା ମାତ୍ରା ବଢ଼ାଇ ଦେଇଥାଏ। ଗୁଡର ଗ୍ଲାଇସେମିକ୍ ଇଣ୍ଡେକ୍ସ ୮୪.୪। ସେଥିପାଇଁ ମଧୁମେହ ରୋଗୀଙ୍କ ପାଇଁ ଗୁଡ ସେବନ ଉପଯୁକ୍ତ ନୁହେଁ।

 କୃତ୍ରିମ ମିଠା ତୁଳନାରେ ପ୍ରାକୃତିକ ମିଠା ସ୍ୟସ୍ଥ୍ୟକର। କିନ୍ତୁ ତା ଅର୍ଥ ନୁହେଁ ଯେ ଜଣେ ଯେତେ ଇଚ୍ଛା ସେତେ ଗୁଡ ସେବନ କରିବ। ସବୁବେଳେ ମନେରଖିବେ ମଧୁମେହ ରୋଗୀ ହୁଅନ୍ତୁ କିମ୍ବା ନ ହୁଅନ୍ତୁ ମିଠା କମ ମାତ୍ରାରେ ସେବନ କରିବ ଉଚିତ। ଅତ୍ୟଧିକ ମିଠା ସେବନ କଲେ ମଧୁମେହ ହେଉ କି ନ ହେଉ ଓଜନ ବୃଦ୍ଧି ହେବାସହ ଅନ୍ୟାନ୍ୟ ରୋଗ ହେବାର ମଧ୍ୟ ସମ୍ଭାବନା ରହିଛି।

   Related Posts