'ମୋ ପୁଅ ବୁଢା ହେଇନି', ଧୋନୀଙ୍କ ଫଟୋ ଦେଖି ମାଆଙ୍କ ସେହି ସ୍ନେହଭରା ଦୁଇପଦ କଥା

Published By : Prameya-News7 Bureau | May 12, 2020 IST

ରାଞ୍ଚୀ, ୧୨|୦୫ : କରୋନା ଭାଇରସ ପାଇଁ ଆଇପିଏଲ ସ୍ଥଗିତ ହେବା ପରେ ସମସ୍ତ କ୍ରିକେଟର ଏବେ ନିଜ ପରିବାର ସହ ସମୟ ଅତିବାହିତ କରୁଛନ୍ତି । ଏପରିକି ସେମାନେ ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ୍ ରହିଛନ୍ତି । ତେବେ ଏମଏସ ଧୋନୀ ନିଜ ଫାର୍ମ ହାଉସରେ ସମୟ କାଟୁଛନ୍ତି । ସେ ନିଜ ପତ୍ନୀ ସାକ୍ଷୀ ଓ ଝିଅ ଜୀଭାଙ୍କ ସହ ଫାର୍ମ ହାଉସରେ ରହିଛନ୍ତି ।

ନିକଟରେ ସାକ୍ଷୀ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ଧୋନୀଙ୍କ ଲୁକ୍ ତାଙ୍କ ଫ୍ୟାନଙ୍କୁ ଚକିତ କରିଥିଲା । କାରଣ ଧୋନୀଙ୍କ ନିଶ ଓ ଦାଢି ପାଡିଯାଇଥିଲା । ସେ ବୁଢା ଭଳି ଦେଖାଯାଉଥିଲେ । ଧୋନୀ ଲକଡାଉନ୍ ପାଇଁ ଏହାକୁ କାଟି ପାରୁନଥିବା ସ୍ପଷ୍ଟ ଭାବେ ଜଣାପଡୁଥିଲା । ଏବେ ତାଙ୍କ ମାଆଙ୍କ ବୟାନ ସାମ୍ନାକୁ ଆସିଛି । ଏବେ ପୁଅ ବୁଢା ହୋଇନି ବୋଲି ତାଙ୍କ ମାଆ କହିଛନ୍ତି ।

{"id":268990,"width":688,"height":358,"sizeSlug":"large"}

ଗତବର୍ଷ ଅନୁଷ୍ଠିତ ହୋଇଥିବା ବିଶ୍ୱକପ  ଟୁର୍ଣ୍ଣାମେଣ୍ଟ ପରଠୁ ଧୋନୀ କ୍ରିକେଟରୁ ଦୂରରେ ରହିଛନ୍ତି । ସେ ଚଳିତ ବର୍ଷ ଆଇପିଏଲ ଜରିଆରେ ମଇଦାନକୁ ଫେରିବେ ବୋଲି ଫ୍ୟାନମାନେ ଆଶା କରିଥିଲେ । କିନ୍ତୁ କରୋନା ଭାଇରସ ପାଇଁ ଏହାକୁ ସ୍ଥଗିତ ରଖାଯାଇଛି । ଯାହା ଫ୍ୟାନଙ୍କୁ ନିରାଶ କରିଛି । ତେବେ କରୋନା ଜନିତ ଲକଡାଉନ୍ ପାଇଁ ଧୋନୀ ଏବେ ପରିବାର ସହ ଫାର୍ମ ହାଉସରେ ସମୟ ଅତିବାହିତ କରୁଛନ୍ତି ।

ଧୋନୀଙ୍କ ନୂଆ ଲୁକ୍ ଦେଖି ତାଙ୍କ ମାଆ ଦେବକୀ କହିଛନ୍ତି ଯେ, ସେ ଧଳା ଦାଢିରେ ଧୋନୀଙ୍କୁ ଦେଖିଛନ୍ତି । କୌଣସି ସନ୍ତାନ ବାପା-ମାଆଙ୍କ ପାଇଁ ବୁଢା ହୋଇପାରେ ନାହିଁ । ଧୋନୀ ଆଗକୁ ଖେଳିବେ ନା ନାହିଁ ତାହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି । କରୋନା ଭାଇରସ ଶେଷ ହେବା ପରେ ଧୋନୀ ନିଜ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିବେ ବୋଲି ମାଆ ଦେବକୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.