Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||
  • ସୋର : ରୂପା ରାଧାକୃଷ୍ଣ ମୂର୍ତ୍ତି ନେଇଗଲେ ଚୋର, ସୁନା-ରୂପା ଅଳଙ୍କାର ବି ଲୁଟ୍
  • ||
  • କଟକ : କୁମ୍ଭମେଳା ଫେରନ୍ତା ୧୩ଜଣ କରୋନା ପଜିଟିଭ୍, ରେଳ ଯାତ୍ରୀଙ୍କ ରିପୋର୍ଟ ଯାଞ୍ଚ କଡାକଡି
  • ||
  • ଆଠମଲ୍ଲିକ : ଜଳ ପ୍ରକଳ୍ପ ସ୍ଥାନାନ୍ତର ପ୍ରତିବାଦ, ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
  • ||
  • ପୁରୀ : ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ମାଲକାନଗିରି : ପୋଲିସ-ନକ୍ସଲ ଗୁଳିବିନମୟ : ଜଣେ ନିହତ, ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର
  • ||
  • ତେଲକୋଇ : ମହୁଲ ବୋଝେଇ ମିନିଟ୍ରକ୍ ଜବତ, ଜଣେ ଅଟକ
  • ||
  • ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||

ବିଧବା ମହିଳାଙ୍କ ସିନ୍ଥିରେ ସିନ୍ଦୁର ଦେଲେ ବିବାହିତ ଯୁବକ, ଅନୈତିକ ସଂପର୍କ ଧରା ପଡିବାରୁ ଗାଁ ଲୋକେ କଲେ ଫଇସଲା, ଏବେ ହେବ କ’ଣ ?

8/03/2021 at 6:12 PM

ନୀଳଗିରି ୦୮।୦୩: ଅନୈତିକ ସଂପର୍କ ପଡିଲା ମହଙ୍ଗା। ଧରା ପଡିଗଲେ ଗାଁ ଲୋକଙ୍କ ହାତରେ। ଗାଁରେ ବସିଲା ବୈଠକ। ଶେଷରେ ବିଧବା ମହିଳାଙ୍କ ସିନ୍ଥିରେ ସିନ୍ଦୁର ଭରିଲେ ବିବାହିତ ଯୁବକ। ଏମିତି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ। ସେ ପୁଣି ଅନ୍ତର୍ଜାତୀୟ ମହିଳା ଦିବସରେ। ନୀଳଗିରି ଏନଏସି ଅନ୍ତର୍ଗତ ୧୧ ନମ୍ବର ୱାର୍ଡ ଲଟାପଡ଼ା ଗାଁରେ ଅବୈଧ ସମ୍ପର୍କ କରି ଧରାପଡିବାରୁ ଗାଁ ଲୋକେ ଏହି ପରି ଫଇସଲା କରିଛନ୍ତି ।

ସୂଚନା ଅନୁଯାୟୀ ନୀଳଗିରି ଏନଏସି ଅଧିନ ୧୧ ନମ୍ବର ୱାର୍ଡର ଲଟାପଡା ହେଉଛି ଆଦିବାସୀ ଅଞ୍ଚଳ। ନୀଳଗିରି ଚିମିନିଭାଟି ଗାଁର ବିଜୟ ମୁଖୀ ଓରଫ କାଳିଆ ଓ ବାଲେଶ୍ଵର କେଶରପୁର ଅଂଚଳର ଅନୁପ ସିଂ ଲଟାପଡା ଗାଁର ଜଣେ ବିଧବା ମହିଳାଙ୍କ ପାଖକୁ ଆସିଥିଲେ। ଜଙ୍ଗଲରେ ଅନୁପ ବିଧବା ମହିଳାଙ୍କ ସହ ଖରାପ ସମ୍ପର୍କ ରଖିବା ଗ୍ରାମବାସୀ ଓ ତାଙ୍କ ସମ୍ପର୍କୀୟ ଦେଖିବାକୁ ପାଇଥିଲେ। ପରେ ସମ୍ପୃକ୍ତ ଯୁବକ ଓ ତାଙ୍କ ସାଥୀଙ୍କୁ ଧରି ବେଶ ଉତ୍ତମ  ମଧ୍ୟମ ଦେଇଥିଲେ। ଯୁବକ ଦ୍ୱୟ ଘଟଣାକୁ ପ୍ରଥମେ ଖଣ୍ଡନ କରିଥିଲେ। ଗ୍ରାମବାସୀ ମାନେ ବିଧବା ମହିଳାଙ୍କୁ ଶଙ୍ଖା ଓ ସିନ୍ଦୁର ଦେଇ ବିବାହ କରିବାକୁ ଜିଦ ଧରି ବସିଥିଲେ। ଘଟଣାକୁ ନେଇ ଗାଁରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଥିଲା। ଶେଷରେ ଯୁବକ ଜଣକ ବିଧବା ମହିଳାଙ୍କ ମଥାରେ ସିନ୍ଦୁର ହାତରେ ଶଙ୍ଖା ପିନ୍ଧାଇ ନିଜର କରିନେଇଥିଲେ। ପରେ ନୋଟାରୀରେ କାଗଜପତ୍ର ମଧ୍ୟ କରି ନେଇଥିଲେ। ଗାଁ ଲୋକେ କହିଛନ୍ତି ଯେ, ଏମିତି କରି ଆମେ ମହିଳାଙ୍କୁ ନ୍ୟାୟ ଦେଇଛୁ।

ଏଭଳି ଏକ ସମ୍ବେଦନଶୀଳ ଘଟଣା ପାଇଁ ଦାୟୀ କିଏ। ବିଧବା ମହିଳାଙ୍କୁ ଆଜିଭଳି ବିଶ୍ୱ ମହିଳା ଦିବସରେ ସମ୍ମାନ ମିଳିଲା ନା ପରେ  ପ୍ରତାରଣା ହେବ ଏନେଇ ଅନେକ ପ୍ରଶ୍ନ ଉଠିଛି। ବିଧବା ମହିଳା ସବୁ ଘଟଣାକୁ ସ୍ୱୀକାର କରିଥିବା ବେଳେ ଗ୍ରାମବାସୀ ମାନେ ଏଭଳି କରିବା ଜରୁରୀ ଥିଲା ବୋଲି କହିଛନ୍ତି। ଏଭଳି ଏକ ସମ୍ବେଦନଶୀଳ ଘଟଣା ଆଜିର ମହିଳା ଦିବସରେ ଘଟିବା ଦୁର୍ଭାଗ୍ୟଜନକ ବୋଲି କୁହାଯାଇଛି।

   Related Posts