Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ମିଆଁମାର ସ୍ଥିତି ସଙ୍ଗୀନ: WFP ରିପୋର୍ଟରେ ସାଙ୍ଘାତିକ ତଥ୍ୟ, ଆଗାମୀ ୬ ମାସ ମଧ୍ୟରେ ଖାଇବାକୁ ପାଇବେନି ୩୪ ଲକ୍ଷ ଲୋକ

23/04/2021 at 8:33 PM

ନାୟିପିଟାଓ (ମିଆଁମାର) ୨୩/୪: ମିଆଁମାର ସ୍ଥିତି ସାଂଘାତିକ ହେବାରେ ଲାଗିଛି । ରାଜନୈତିକ ଅସ୍ଥିରତା ଏବଂ ସେନାର ବର୍ବରତା ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହଜାର ହଜାର ଲୋକ ପ୍ରାଣ ହରାଇଥିବା ବେଳେ ଏବେ ଲୋକେ ଭୋକରେ ପ୍ରାଣ ହାରୁଛନ୍ତି। ଏହାରି ଭିତରେ ମିଳିଥିବା ଆଉ ଏକ ରିପୋର୍ଟ ମିଆଁମାର ପାଇଁ ଘାତକ ସାବ୍ୟସ୍ତ ହୋଇପାରେ । ଆଗାମୀ ୬ ମାସ ଭିତରେ ୩୪ ଲକ୍ଷ ଲୋକ ଖାଦ୍ୟ ପାଇବାରୁ ବଞ୍ଚିତ ହେବେ ବୋଲି ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ (WFP)  ରିପୋର୍ଟରୁ ଜଣାପଡ଼ିଛି ।

ଏବେ ଲାଗିରହିଥିବା ଗରିବୀ, କରୋନା ପରିସ୍ଥିତି ଏବଂ ବର୍ତ୍ତମାନର ରାଜନୈତିକ ଅସ୍ଥିରତା ପାଇଁ ମିଆଁମାରରେ ଭୋକ ଏବଂ ନିରାଶା ଦ୍ରୁତଗତିରେ ବୃଦ୍ଧିପାଇଛି ବୋଲି ରିପୋର୍ଟ କହୁଛି। ଏହି ସ୍ଥିତିକୁ ଦେଖି ଡବ୍ଲୁଏଫପି ଆକଳନ କରିଛି, ଆଗାମୀ ୬ ମାସରେ ୩୪ ଲକ୍ଷରୁ ଅଧିକ ଲୋକ ଭୋକରେ ରହିବାକୁ ବାଧ୍ୟ ହେବେ। ଏହା ସହ ଅଧିକରୁ ଅଧିକ ଗରିବ ଲୋକ ଚାକିରୀ ହରାଇବେ ଏବଂ ଗଣ୍ଡେ ଖାଦ୍ୟ ପାଇଁ ସାମର୍ଥ୍ୟ ହରାଇ ବସିବେ ବୋଲି  ମିଆଁମାରର ଡବ୍ଲୁଏଫପି ଅଧ୍ୟକ୍ଷ ଷ୍ଟିଫେନ୍‌ ଆଣ୍ଡରସନ୍‌ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ରାଜ​‌ନୈତିକ ଅସ୍ଥିରତା ପରଠୁ ଖାଦ୍ୟ ପଦାର୍ଥର ଦରଦାମ ହୁ ହୁ ହୋଇ ବଢ଼ିଚାଲିଛି। ବିଶେଷ କରି ଚାଉଳ, ଖାଇବା ତେଲ ଆଦିର ଦାମ ବଢ଼ିଛି । ମିଆଁମାର ସୀମାନ୍ତ ଚିନ, କଚିନ, ରାଖିନ ଏବଂ ସାନ ରାଜ୍ୟରେ ଦରଦାମ ବଢ଼ିଛି । ଚାଉଳ ଦାମ ୪୩ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ଖାଇବା ତେଲ ଦାମରେ ୩୨ ପ୍ରତିଶତ ବୃଦ୍ଧି ହୋଇଛି ବୋଲି ଆଣ୍ଡରସନ୍‌ କହିଛନ୍ତି ।

ବର୍ତ୍ତମାନ ପୀଡ଼ାକୁ କମ୍‌ କରିବା ସହ ଖାଦ୍ୟ ସୁରକ୍ଷାରେ ହେଉଥିବା ଭୟଙ୍କର ଅବନତିକୁ ରୋକିବା ନିମନ୍ତେ ଠୋସ ପଦକ୍ଷେପର ଆବଶ୍ୟକତା ରହିଛି ବୋଲି ମଧ୍ୟ ଷ୍ଟିଫେନ୍‌ ଆଣ୍ଡରସନ୍‌ କହିଛନ୍ତି । ସେପଟେ ଦେଶରେ ଯେବେଠୁ ସେନାର ବର୍ବରତା ଆରମ୍ଭ ହୋଇଛି ପାଖାପାଖି ୭୩୯ ଲୋକ ପ୍ରାଣ ହରାଇଛନ୍ତି। ୩,୩୭୦ ଲୋକ ଜେଲରେ ଥିବା ବେଳେ ୧୦୯୯ ବିଦ୍ରୋହୀଙ୍କ ନାଁରେ ଓ୍ବାରେଣ୍ଟ ବାହାରିଛି।  

   Related Posts