Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପଶ୍ଚିମଓଡିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ଆସନ୍ତାକାଲି ଠାରୁ ସମସ୍ତ କୋର୍ଟ ବନ୍ଦ କରିବାକୁ ନିଷ୍ପତ୍ତି

5/09/2018 at 1:01 AM

ସମ୍ୱଲପୁର ୦୪/୦୯ : ପୁଣି ତେଜିଲା ପଶ୍ଚିମଓଡିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବି । ଆସନ୍ତାକାଲି ଠାରୁ ସମସ୍ତ କୋର୍ଟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ସମ୍ବଲପୁର ଜିଲ୍ଲା ଓକିଲସଂଘ ଓ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି । ଗଲାମାସରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଏ ସଂପର୍କରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ରାଜ୍ୟ ସରକାରଙ୍କ ଅବହେଳା ଓ କେନ୍ଦ୍ର ସରକାରଙ୍କ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ପ୍ରତି ହେୟଜ୍ଞାନ କୁ ବିରୋଧ କରି ଏହି ଆନ୍ଦୋଳନକୁ ବ୍ୟାପକ କରିବାକୁ, ଆଜି ଓକିଲସଂଘର ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲି ଠାରୁ ସମସ୍ତ କୋର୍ଟ କାର୍ଯ୍ୟ ବନ୍ଦ କରି, ଓକିଲମାନେ ଧାରଣା, ବିକ୍ଷୋଭ ଓ ଶୋଭାଯାତ୍ରା କରିବା ସହ, ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରୀ, ସଚିବ ମାନଙ୍କୁ ସହର ମଧ୍ୟକୁ ପୁରାଇ ନଦେବା ସହ, କଳାପତକା ଦେଖାଇ ବିରୋଧ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି ।

   Related Posts