Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବେଙ୍ଗଲ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
  • ||
  • ଇଂଲଣ୍ଡକୁ ଏକ ଇନିଂସ୍‌ ଓ ୨୫ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ
  • ||
  • ଅହମଦାବାଦ ଟେଷ୍ଟ ଜିତିଲା ଭାରତ
  • ||
  • ଭାରତ ୩-୧ରେ ସିରିଜ୍‌ ବିଜୟୀ
  • ||
  • ଚାନ୍ଦବାଲି : ବିଜେଡିର ମିଶ୍ରଣ ପର୍ବ, ଦଳକୁ ପ୍ରତ୍ୟାବର୍ତ୍ତନ କଲେ ହେବିଓ୍ବେଟ୍ ନେତା ପ୍ରତାପ ଧଳ
  • ||
  • ମାଥିଲି : କୂଅରୁ ଉଦ୍ଧାର ହେଲା ମା’ ଓ ଶିଶୁ କନ୍ୟାର ମୃତଦେହ, ଶୁକ୍ରବାର ରାତିରୁ ଥିଲେ ନିଖୋଜ
  • ||
  • ଭୁବନେଶ୍ବର : ରାଜଧାନୀର ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ, ଜଣେ ମୃତ, ୨ ଆକ୍ରମଣକାରୀଙ୍କୁ ଧରିଛି ପୋଲିସ
  • ||
  • ବଲାଙ୍ଗିର : ପିଟି ପିଟି ମାରିଦେଲେ, ପ୍ରମାଣ ନଷ୍ଟ ପାଇଁ ଫିଙ୍ଗିଦେଲେ ନାଳରେ, ୨୪ ଘଣ୍ଟାରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୋର : କେନାଲରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ୩ଦିନ ପରେ ଗୁଜୁରାଟରୁ ଫେରିଲା ମୃତଦେହ
  • ||
  • ଆଠମଲ୍ଲିକ : ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଆହତ
  • ||

ଲୋକାର୍ପିତ ହେଲା ଝରନ୍‌ – ନିଜ ସଂସ୍କୃତିର ନିଆରା ବାଦ୍ୟଯନ୍ତ୍ରର କଥା

17/12/2019 at 4:55 PM

ବଲାଙ୍ଗୀର ୧୭।୧୨ – ପଶ୍ଚିମ ଓଡିଶାର ସର୍ବପୂରାତନ ଘୁଡକା ବାଜା ଉପରେ ଆଧାରିତ ଚଳଚିତ୍ର ଝରନ୍‌ ଲୋକାର୍ପିତ। ବଲାଙ୍ଗୀର ଜିଲ୍ଲାରେ ସ୍ଥାନୀୟ କଳାକାରଙ୍କୁ ନେଇ ନିର୍ମିତ ଝରନ୍‌ ଆସିଛି ବଡ ପର ପରଦାକୁ । ଲୋକ କଳା ସଂସ୍କୃତି ଓ ଲୁପ୍ତ କଳାକୁ ଏକ ନୂଆ ଦିଗ ଓ ଆଶା ଦେବା ସହ ସ୍ଥାନୀୟ କଳାକାରଙ୍କୁ ଯୋଗାଇଛି ପ୍ରୋତ୍ସାହନ ।

ନିଜ ମାଟିର କଥା।  ନିଆରା ପରମ୍ପରା। ନିଆରା ସଂସ୍କୃତିର କଥା । କଳା ଓ କଳାକାରର ସହ ସବୁବେଳେ ଜଡିତ ଥାଏ ଘୁଡକା ବାଜା। ଯାହା ବାଜିଲେ ଆପେ ଆପେ ନାଚି ଉଠେ ପାଦ । ଏଭଳି ଏକ ବାଦ୍ୟର ଇତିହାସକୁ ନେଇ ତିଆରି ହେ।ଇଛି ଚଳଚିତ୍ର ଝରନ୍‌। ବଲାଙ୍ଗୀର ରମାଇ ଟକିଜରେ ଚଳଚିତ୍ରଟିକୁ ଲୋକାର୍ପିତ କରିଛନ୍ତି ନିର୍ମାଣ ସଂସ୍ଥା । ଆଧୁନିକ ଯୁଗରେ କିଭଳି ମଣିଷ ନିଜ ପରମ୍ପରା ଓ କଳା ସଂସ୍କୃତିକୁ ଭୁଲି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛି ତାକୁ ବେଶ ନିଖୁଣ ଭାବରେ ଦର୍ଶାଯାଇଛି ଚଳଚିତ୍ରରେ । ସ୍ଥାନୀୟ କଳାକାରଙ୍କୁ ନେଇ ନିର୍ମିତ ଚଳଚିତ୍ର ଦର୍ଶକଙ୍କ ନିକଟେର ବେଶ୍ ଆଦୃତଲାଭ କରିଛି ।

ପ୍ରଶାନ୍ତ ଖମାରି ନିର୍ଦେଶିତ ଝରନ୍‌ର ସୁଟିଙ୍ଗ ବଲାଙ୍ଗୀର ସଦେଇ ପାଲି ସହ ଆଖ ପାଖ ଅଞ୍ଚଳରେ ହେ।ଇଛି । ବଣ ପାହାଡ ଜଙ୍ଗଲ ଭରା ପରିବେଶକୁ ସୁନ୍ଦର ଭାବରେ ଫିଲ୍ମରେ ଦର୍ଶାଯାଇଛି । ପ୍ରଥମ ଥର ପାରମ୍ପରିକ ବାଦ୍ୟକୁ ନେଇ ଚଳଚିତ୍ର ନିର୍ମାଣ ହେ।ଇଥିବାରୁ ଖୁସି ପ୍ରକାଶ କରିଛନ୍ତି ଉଭୟ କଳାକର ଓ ପ୍ରଯେ।ଜକ ।

ହଜିଯାଉଥିବା କଳାକୁ ବଞ୍ଚାଇବାକୁ ପ୍ରୟାସ କରିବା ସହ  ସହ କଳାକାରଙ୍କୁ ପ୍ରାତ୍ସାହନ ଦେଇଛି ଝରନ୍‌ । ଆଗକୁ ବି ଏଭଳି କିଛି ପ୍ରେରଣାଦାୟୀ ଚଳଚିତ୍ର ଭେଟି ଦେବାକୁ ଯାଉଥିବା କହିଛି ନିର୍ମାଣକାରୀ ସଂସ୍ଥା ।

   Related Posts