Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ଆସନ୍ତାକାଲିଠାରୁ ପଶ୍ଚିମ ଓଡିଶାର ସବୁ କୋର୍ଟ ହେବ ବନ୍ଦ ;ପଶ୍ଚିମ ଓଡିଶା ଓକିଲ ସଂଘର ଚେତାବନୀ

4/09/2018 at 5:41 PM

ସମ୍ବଲପୁର ୪/୯ : ଆସନ୍ତାକାଲି ଠାରୁ ସମ୍ବଲପୁର ସମେତ ପଶ୍ଚିମ ଓଡିଶାର ସମସ୍ତ କୋର୍ଟ ବନ୍ଦ ରହିବ | ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବି ନେଇ ସମ୍ବଲପୁର ଜିଲ୍ଲା ଓକିଲସଂଘ ଓ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଏହି ନିଷ୍ପତ୍ତି ନେଇଛି | ଗତ ମାସରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ | ମୁଖ୍ୟମନ୍ତ୍ରୀ ଏ ବାବଦରେ କେନ୍ଦ୍ରକୁ ଅଗଷ୍ଟ ୩୧ ତାରିଖ ମଧ୍ୟରେ ଚିଠି ଲେଖିବେ ବୋଲି କହିଥିଲେ | ରାଜ୍ୟ ସରକାରଙ୍କ ଅବହେଳା ଓ କେନ୍ଦ୍ର ସରକାରଙ୍କ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ଟାଳଟୁଳ ନୀତିକୁ ବିରୋଧ କରି ଆଜି ଓକିଲ ସଂଘର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି | ଆସନ୍ତାକାଲିଠାରୁ ସମସ୍ତ କୋର୍ଟ କାର୍ଯ୍ୟ ବନ୍ଦ କରି ଧାରଣା ଓ ଶୋଭାଯାତ୍ରାରେ ଓକିଲମାନେ ସାମିଲ ହେବେ | ପଶ୍ଚିମ ଓଡିଶାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୌଣସି ମନ୍ତ୍ରୀ ଓ ସଚିବଙ୍କୁ ପୁରାଇଦିଆଯିବ ନାହିଁ ବୋଲି ମଧ୍ୟ ଓକିଲ ସଂଘ ଚେତାବନୀ ଦେଇଛି |

   Related Posts