ଫୋକସରେ ପଶ୍ଚିମ ଓଡିଶା: ୧୫ତାରିଖରେ ଶାହା ଓ ୨୭ରେ ରାହୁଲଙ୍କୁ ଟକ୍କର ଦେବ ନବୀନଙ୍କ ସୋହେଲା ଏବଂ କେନ୍ଦ୍ରାପଡା ସମାବେଶ

Published By : Prameya-News7 Bureau | February 13, 2019 IST

ଭୁବନେଶ୍ବର ୧୩|୨; ବହିଲାଣି ନିର୍ବାଚନୀ ହାୱା, ଛୁଟିଲାଣି ବଡ଼ ନେତାଙ୍କ ସୁଅ। ଫେବୃଆରୀରେ ତିନି ପ୍ରମୁଖ ଦଳ ବିଜେପି ବିଜେଡି ଓ କଗ୍ରେଂସ ଦଳର ସଭାପତି ଡେରା ପକାଇବେ ପଶ୍ଚିମ ଓଡ଼ିଶାରେ। ସବୁ ଦଳର ଫୋକସରେ ରହିବ ଚାଷୀ ଭୋଟ୍।…

{"id":84849}

ରାଜ୍ୟ ରାଜନୀତି ସତରଞ୍ଜର ପ୍ରମୁଖ ଗୋଟି ପାଲଟିଛି ପଶ୍ଚିମ ଓଡ଼ିଶା । ସେଥିପାଇଁ ତ ୩ ପ୍ରମୁଖ ଦଳର ମୁଣ୍ଡିଆଳଙ୍କ ତୋଫାନୀ ଗସ୍ତ ରହିଛି ଏଇମାସ ଦ୍ବିତୀୟାର୍ଦ୍ଧରେ । ପଶ୍ଚିମ ଓଡ଼ିଶାର ପାଖାପାଖି ୪୦ ବିଧାନସଭା ସିଟରୁ ସିଂହ ଭାଗ କିଭଳି ହାତେଇବେ, ସେ ନେଇ ରଣନୀତି ପ୍ରସ୍ତୁତରେ ଅଛନ୍ତି ତିନି ଦଳ।

{"id":84850}

୧୫ ତାରିଖରେ ସମ୍ବଲପୁରରେ ଅମିତ ଶାହା ୪ଟି ଲୋକସଭା ​‌କ୍ଷେତ୍ରର ବୁଥ ସ୍ତରୀୟ କର୍ମକର୍ତ୍ତାଙ୍କ ବୈଠକ କରିବେ । ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼ ଓ ଢେଙ୍କାନାଳ ଲୋକସଭା ଆସନରେ ଦଳ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି। ସେପଟେ ରାହୁଲ ଗାନ୍ଧୀ ୨୭ ତାରିଖରେ ବରଗଡ଼ ଆସି ଚାଷୀଙ୍କୁ ଉଦବୋଧନ ଦେବେ। ତା ପୂର୍ବରୁ ପିସିସି ସଭାପତି ସଭା ସ୍ଥାନ ଚିହ୍ନଟ କରି ସାରିଲେଣି।…

{"id":84851}

୧୫ ତାରିଖରେ ଶାହାଙ୍କ ଗସ୍ତ ସହିତ ସମାନ୍ତରାଳ ନବୀନଙ୍କ  କେନ୍ଦ୍ରାପଡ଼ା କାର୍ଯ୍ୟକ୍ରମ ରହିଛି । ସେଦିନ ହେବ ମହାମୁକାବିଲା । ନବୀନ ମଧ୍ୟ ଏଇମାସ ୨୧ ତାରିଖରେ ବରଗଡ଼ ଗସ୍ତ କରିବେ।   ଭେନ୍ୟୁ ରହିଛି ସୋହେଲା ।  ୧ ଲକ୍ଷ ଚାଷୀଙ୍କ ସମାବେଶ କରି କାଳିଆ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ । ଯେହେତୁ ଚଳିତ ନିର୍ବାଚନରେ ଚାଷୀ ଭୋଟ ଏକ ନିର୍ଣ୍ଣାୟକ ଭୂମିକା ନେବାକୁ ଯାଉଛି ସେଥିପାଇଁ ପଶ୍ଚିମ ଓଡ଼ିଶା ସବୁ ଦଳର ଫୋକସରେ ରହିଛି। …

{"id":84852}

ପୂର୍ବରୁ ପଶ୍ଚିମ ଓଡ଼ିଶା କଂଗ୍ରେସର ଗଡ଼ ହୋଇ ଥିଲା ପରେ ବିଜେପି ଓ ବିଜେଡି ସେଠାରେ ଆସ୍ଥା ଜମାଇଥିଲେ। କଂଗ୍ରେସ ତାର ପୁରୁଣା ସ୍ଥିତି ଫେରାଇ ଆଣିବାକୁ ଜି ଜାନ ଲଗାଇଛି। କିନ୍ତୁ ବିଜେପି ବିଜେଡି ବି ସେଠାରେ ସ୍ଥିତି ମଜୁଭୁତ କରିଛନ୍ତି। ତେଣୁ ଟକ୍କର ଜୋରଦାର ହେବ।

{"id":84854}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.