ଟୋକନ୍ ବ୍ୟବସ୍ଥାକୁ ବିରୋଧ କରି ପଶ୍ଚିମ ଓଡିଶା ଚାଷୀଙ୍କ ଆନ୍ଦୋଳନ : ଆଜି ୪ ଜିଲ୍ଲାର ବିଧାୟକଙ୍କ ବାସଭବନ ଘେରାଉ କରିବେ ଚାଷୀ

Published By : Prameya-News7 Bureau | November 19, 2019 IST

ସମ୍ବଲପୁର ୧୯।୧୧: ଧାନ ବିକ୍ରି ପାଇଁ ସରକାର ପକ୍ଷରୁ ହୋଇଥିବା ଟୋକନ୍ ବ୍ୟବସ୍ଥା ନିଷ୍ପତ୍ତିକୁ ଚାଷୀଙ୍କ ବିରୋଧ । ପଶ୍ଚିମ ଓଡିଶାର ବିଭିନ୍ନ ମଣ୍ଡିରେ ଖୋଲା ଆକାଶ ତଳେ ଗଦା ହୋଇଛି ଶହ ଶହ ବସ୍ତା ଧାନ । ଆଜି  ପଶ୍ଟିମ ଓଡିଶାର ୪ଟି ଜିଲ୍ଲାର ବିଧାୟକଙ୍କ ଘର  ସମ୍ମୁଖରେ ଧାନ ରଖି ପ୍ରତିବାଦ  କରିବେ ଚାଷୀ  ।

{"id":186421,"sizeSlug":"large"}

ଧାନ ବିକ୍ରି ହୋଇ ପାରୁନଥିବାରୁ ସୋମବାର ଚାଷୀ ଟ୍ରାକ୍ଟରରେ ଧାନ ଆଣି ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିଲେ । ଆଜି ବି ଜିଲ୍ଲାପାଳଙ୍କ ବାସଭବନ କାର୍ଯ୍ୟାଳୟ ଆଗରେ ଧାନ ଗାଡି ରଖି ଘେରାଉ କରିଛନ୍ତି ।  ଏପରିକି ଟ୍ରାକ୍ଟର ସହ ଜିଲ୍ଲାପାଳଙ୍କ ଅଫିସରେ ପଶିବାକୁ ଚାଷୀ ଉଦ୍ୟମ କରିବାରୁ ପୋଲିସ ସହ  ଧସ୍ତାଧସ୍ତି ହୋଇଥିଲା ।

{"id":186422,"sizeSlug":"large"}

ପୂର୍ବରୁ ଚାଷୀ ବିଭିନ୍ନ ସୋସାଇଟି, ଲ୍ୟାମ୍ପରେ ପ୍ରୋକ୍ୟୁରମେଣ୍ଟ ପାସ୍ ଜରିଆରେ ଧାନ ବିକ୍ରି କରୁଥିଲା । ଚାଷୀ କେତେ ଧାନ ବିକିବେ ସେନେଇ କୌଣସି ନିର୍ଦ୍ଧିଷ୍ଟ ସୀମା ନଥିଲା । ଏବେ କିନ୍ତୁ ଚାଷୀ  ଅନଲାଇନରେ ରେଜିଷ୍ଟ୍ରେସନ୍ କରିବା ପରେ ଯାଇ ଟୋକନ୍ ମିଳୁଛି ଏବଂ ଜଣେ ଚାଷୀ କେବଳ ୧୩ କ୍ବିଣ୍ଟାଲ୍ ଧାନ ବିକ୍ରି କରିବାର ବ୍ୟବସ୍ଥା  ରହିଛି । ଯାହାକୁ ଚାଷୀ ବିରୋଧ କରୁଛନ୍ତି ।

{"id":186423,"sizeSlug":"large"}

ବିଧାନସଭାରେ ମଧ୍ୟ ଗତକାଲି ଏହି ପ୍ରସଙ୍ଗ ଉଠାଇଥିଲେ ବିରୋଧୀ । ଧାନ କିଣାରେ ଟୋକନ ବ୍ୟବସ୍ଥା ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବୈଠକ ଡାକିଥିଲେ । ଚାଷୀଙ୍କ ସ୍ବାର୍ଥକୁ ଦେଖି ପଦକ୍ଷେପ ନିଆଯିବ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.