Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଦଳା : ଖାକି ଉପରେ ଖାକିର ଜୁଲମ୍, ବିଚ୍ ରାସ୍ତାରେ ଏସଆଇଙ୍କୁ ଆକ୍ରମଣ କଲେ ଜେଲ୍ ଓ୍ୱାର୍ଡର
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ, ୩୪୩୨ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଗାଜା ଉପରେ ଇସ୍ରାଏଲର ପୁଣି ରକେଟ୍ ଆକ୍ରମଣ, ଭାଙ୍ଗିଲା ଅସ୍ତ୍ରବିରତି ରାଜିନାମା
  • ||
  • ମର୍ମନ୍ତୁଦ ଦୁର୍ଘଟଣା : ଟ୍ରଲରକୁ ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||

ନୋ-କୋର୍ଟ,ନୋ-ଭୋଟ୍ ନାରା ଦେଲା ଓକିଲଙ୍କ ପଶ୍ଚିମଓଡିଶା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି

25/01/2019 at 5:38 PM

ସମ୍ବଲପୁର୨୫|୧: ଦିନକୁ ଦିନ ଉଗ୍ର ରୂପ ନେଉଛି ପଶ୍ଚିମଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ପାଇଁ ଚାଲିଥିବା ଆନ୍ଦୋଳନ। ୫ ମାସ ହେଲା ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ସମସ୍ତ ଅଫିସ୍‌ ସମେତ, ବିଚାରବିଭାଗୀୟ ଅଦାଲତରେ ତାଲା ଝୁଲୁଛି। ହେଲେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଚୁପ୍‌ । ଆନ୍ଦୋଳନକୁ ତୃଣମୂଳ ସ୍ତରକୁ ନେବାକୁ ବୀରସୁରେନ୍ଦ୍ର ସାଏ ଜୟନ୍ତୀରୁ, ଆରମ୍ଭ କରାଯାଇଛି ଜ୍ୟୋତି ରଥ । ୨୮ ତାରିଖ ଯାଏ ରଥ ବୁଲି ଲୋକଙ୍କୁ ସରକାରୀ ଅବହେଳା ନେଇ ଅବଗତ କରିବ । …

ତୀବ୍ର ହେବାରେ ଲାଗିଛି ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ । ୫ ମାସ ହେଲାଣି ଆନ୍ଦୋଳନ ଜାରି ରହିଥିଲେ ବି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିରବଦ୍ରଷ୍ଟା ସାଜିଛନ୍ତି । ବନ୍ଦ, ମହାବନ୍ଦ ଆନ୍ଦଳୋନ ପରେ ପଶ୍ଚିମଓଡିଶା ଓକିଲସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ହାଇକୋର୍ଟ ଜ୍ୟୋତି ରଥ ସହର ପରିକ୍ରମା କରିବା ଆରମ୍ଭ କରିଛି । ୯ଟି ଜିଲ୍ଲାର ପ୍ରତ୍ୟକ ସହର ଓ ଗ୍ରାମାଞ୍ଚଳ ବୁଲିବ ହାଇକୋର୍ଟ ଜ୍ୟୋତି ରଥ । ଗତ ୨୩ତାରିଖ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ଖିଣ୍ଡାରୁ ଆରମ୍ଭ ହୋଇଥିବା ଏହି ହାଇକୋର୍ଟ ଜ୍ୟୋତି ରଥ, ଫେବୃୟାରୀ ୨୮ତାରିଖ ପର୍ଯ୍ୟନ୍ତ ବୁଲିବା ପରେ ସମ୍ବଲପୁରରେ ପହଞ୍ଚିବ ।

ସରକାର ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ବାବଦରେ ଠୋସ୍‌ ପଦକ୍ଷେପ ଗ୍ରହଣ ନକରିନ୍ତି, ତେବେ ଆସନ୍ତା ନିର୍ବାଚନରେ ଏହାର ଜବାବ ଦିଆଯିବ ବୋଲି କହିଛି କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି । ସେହିପରି ଆସନ୍ତାକାଲି ସାଧାରଣତନ୍ତ୍ର ଦିବସରେ ଆଗକୁ କିପରି ଆନ୍ଦୋଳନକୁ ଅଧିକ ତୀବ୍ରତର କରାଯିବ ସେ ନେଇ ଆଲୋଚନା ହେବ ।

ଯଦି ନିର୍ବାଚନ ଘୋଷଣା ପୂର୍ବରୁ, ସରକାର କୌଣସି ଠୋସ୍‌ ପଦକ୍ଷେପ ଗ୍ରହଣ ନକରନ୍ତି, ତେବେ ନୋ-କୋର୍ଟ,ନୋ-ଭୋଟ୍‌ ନାରା ଦେଇ ସାରା ପଶ୍ଚିମଓଡିଶାରେ ସରକାରଙ୍କୁ ଚେକ୍‌ ଦେବାକୁ ପ୍ରସ୍ତୁତ ହେଉଛି କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି

   Related Posts