ଠପ୍ ପଶ୍ଚିମ ଓଡ଼ିଶା : ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବିରେ ସ୍କୁଲ-କଲେଜ-ଅଫିସ୍ ବନ୍ଦ

Published By : Prameya-News7 Bureau | February 05, 2020 IST

ବଲାଙ୍ଗିର ୫/୨: ତେଜିଲାଣି ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି । ପଶ୍ଚିମ ଓଡ଼ିଶାରେ  ୧୨ ଘଣ୍ଟିଆ ବନ୍ଦ ଡାକରରେ ସାମିଲ ହୋଇଛନ୍ତି ବିଭିନ୍ନ ଜିଲ୍ଲାର  ଓକିଲ ସଂଘ।  ସମ୍ବଲପୁର ଠୁ ସୋନପୁର , ବଲାଙ୍ଗିରଠୁ ବରଗଡ଼ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । ତେବେ ସାଧାରଣ ଲୋକେ ନାହିଁ ନଥିବା ହଇରାଣ ହୋଇଥିଲେ ।

{"id":220474,"sizeSlug":"large"}

ଜୋର ଧରିଲା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି । ଠପ୍ ପଶ୍ଚିମ ଓଡ଼ିଶା । ୧୨ ଘଣ୍ଟିଆ ପାଇଁ ବନ୍ଦ ପାଳନ ହୋଇଯାଇଛି । ଚକ ଅଖ ସବୁ ଜାମ୍ । ଇଏ ହେଉଛି ସମ୍ବଲପୁରରର ଚିତ୍ର । ଦୋକାନ ବଜାର ବନ୍ଦ । ଷ୍ଟେସନରେ ଅଟକି ରହିଥିଲା ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ୍ ।ସୁନ୍ଦରଗଡ଼ରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବିଶେଷ ଭାବେ ରାଉରକେଲାରେ ଓକିଲମାନେ ଏକାଠି ହୋଇ ବନ୍ଦ ପାଳନରେ ସାମିଲ ହୋଇଥିଲେ। ଏବଂ ଜନସାଧାରଣ ମଧ୍ୟ ଏହାକୁ ସମର୍ଥନ କରିଥିଲେ। ସେହିପରି ଝାରସୁଗୁଡାର ବ୍ରଜରାଜନଗର, ବେଳପାହାଡ, ବନହରପାଲି,କୋଲାବିରା, ଲଇକେରା, ଲଖନପୁର ଆଦି ଅଞ୍ଚଳରେ ପିକେଟିଂ କରି ବନ୍ଦ ପାଳନ କରିଥିଲେ ଆନ୍ଦୋଳନକାରୀ। ସ୍କୁଲ, କଲେଜ, ଦୋକାନ ବଜାର, ବିଭିନ୍ନ କାର୍ଯ୍ୟାଳୟ  ବନ୍ଦ ରହିଥିଲା ।

{"id":220475,"width":590,"height":443,"sizeSlug":"large"}

ଦେବଗଡ଼ ଜିଲ୍ଲା ଓକିଲ ସଂଘ ୪୯ ନମ୍ବର ଜାତୀୟ ରାଜପଥର ଟ୍ରାଫିକ ଛକଠାରେ ରାସ୍ତା ଅବରୋଧ କରିବା ସହ ଧାରଣା ଦେଇଥିଲେ । ବୌଦ୍ଧ, ନୂଆପଡ଼ା, ସୋନପୁର ସବୁଠାରେ ଏକସ୍ବର ଶୁଣାଯାଇଥିଲା ପଶ୍ଚିମ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯାଉ।

{"id":220476,"sizeSlug":"large"}

ଦୀର୍ଘ ଦିନ ଧରି ହାଇକୋର୍ଟର ସ୍ଥାୟୀ ବେଞ୍ଚ ପାଇଁ ଆନ୍ଦୋଳନ ଚାଲିଛି ।  ତେବେ ଅଟକିଛି କେଉଁଠି ହେବ ଏହି ସ୍ଥାୟୀ ବେଞ୍ଚ।  ଏଣେ ଏହାକୁ ନେଇ ରାଜନୀତିର ଗୋଟି ମଧ୍ୟ କିଛି କମ ଚାଲୁଛି। ଆଉ ଆଜି ଯେତେବେଳେ ସାରା ପଶ୍ଚିମ ଓଡ଼ିଶାରେ ବନ୍ଦର ପ୍ରଭାବ ଦେଖାଯାଇଥିଲା, ସେତେବେଳେ ରାଜଧାନୀରେ ନେତାଏ ଆକ୍ଷେପ ପ୍ରତ୍ୟାକ୍ଷେପରେ ମାତିଥିଲେ।

{"id":220477,"sizeSlug":"large"}

ଅନେକ ବନ୍ଦ ପାଳନ ହେଲାଣି ।  ବନ୍ଦର ପ୍ରଭାବ ସ୍ପଷ୍ଟ କରୁଛି ହାଇକୋର୍ଟର ସ୍ଥାୟୀ ବେଞ୍ଚ କେତେ ଜରୁରୀ। ତୁରନ୍ତ ଏନେଇ ସରକାର ନିଷ୍ପତ୍ତି ନେବାକୁ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.