ବଲାଙ୍ଗୀରରେ କ୍ରିକେଟ୍ ଖେଳିବେ କଳାକାର, ଏକାଠି ହେବେ ପଶ୍ଚିମ ଓଡ଼ିଶାର ସମସ୍ତ ଅଭିନେତା

Published By : Prameya-News7 Bureau | February 25, 2021 IST

ବଲାଙ୍ଗୀର୨୫/୨: ବଲାଙ୍ଗୀରରେ କ୍ରିକେଟ ଖେଳିବେ କଳାକାର। ପଶ୍ଚିମ ଓଡିଶାର ବିଶିଷ୍ଟ କଳାକାରମାନେ ଏକତ୍ରିତ ହେବେ। ସେଥିପାଇଁ  ବନ୍ଧୁତାପୂର୍ଣ୍ଣ ସେଲିବ୍ରେଟି ଲିଗ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି।  ଏ ନେଇ ଯାଦବ ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା, ଐତିହ୍ୟକୁ ବଞ୍ଚାଇବାକୁ ହେଲେ ସମସ୍ତ କଳାକାରମାନଙ୍କୁ ଏକତ୍ରିତ ହେବାକୁ ପଡିବ।

ଏଣୁ କ୍ରିକେଟ ଜରିଆରେ ପଶ୍ଚିମ ଓଡିଶାର କଳାକାରମାନେ ଏକତ୍ରିତ ହେବେ। ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ପାଖାପାଖି ୧୦ରୁ ଅଧିକ କ୍ରିକେଟ ପ୍ରେମୀ କଳାକାର ଭାଗ ନେବେ। ଏହା ଆସନ୍ତା ମାସର ପ୍ରଥମ ସପ୍ତାହରେ କ୍ରିକେଟ ମ୍ୟାଚ୍ ହେବ ବୋଲି ସମୟ ନିର୍ଦ୍ଦାରଣ କରାଯାଇଛି।

ସୂଚନାଯୋଗ୍ୟ ଏହି ବୈଠକରେ ଗୋପାଳ ପ୍ରଧାନ, ହିମାଂଶୁ ଖମାରୀ, ରୁକୁ ‌ସୁନା, ଆର. ଜେ. ମନିଷ, ସରୋଜ ସାହୁ, ରାଜ ସେନ୍ଦ୍ରିଆ, ପ୍ରକାଶ ଥନାପତି, ଭିକି ପ୍ରେ, ରଞ୍ଜିତ ଏମ ଏନ, ରଞ୍ଜନ ଦୀପ, ଅନିଲ ସେଠ, ଜଗା ରାଏ, ପିକୁ ବାରିକ, ତୁଫାନ ସାହୁ, ଆଶୁତୋଷ ବାପି, ସୁରେଶ ରଥ, ଚନ୍ଦନ ଦନ୍ତା, ରାଜ ଚନ୍ଦନ, ଶୁଭମ ଉଦୁରକୁଲିଆ, ମିଥୁନ ତାଣ୍ଡି, ଅନିଲ କୁମାର, ସୁମେସ ଡାଙ୍ଗା, ରବି ଖମାରୀ, ଚୁଲବୁଲ ମୁନା, ନିରଞ୍ଜନ ନାଗ, ଜିତେନ୍ଦ୍ର ବାଗ, ପୂର୍ଣ୍ଣ ବାଗ ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ଶ୍ରୀ ଗୋପାଳ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.